ଆଜିଠୁ ଢେଙ୍କାନାଳର ଯୋରନ୍ଦା ପୀଠରେ ଆରମ୍ଭ ହେବ ପ୍ରସିଦ୍ଧ ମାଘମେଳା

ଆଜିଠୁ ଢେଙ୍କାନାଳର ଯୋରନ୍ଦା ପୀଠରେ ଆରମ୍ଭ ହେବ ପ୍ରସିଦ୍ଧ ମାଘମେଳା

ଆଜିଠୁ ଢେଙ୍କାନାଳର ଯୋରନ୍ଦା ପୀଠରେ ଆରମ୍ଭ ହେବ ପ୍ରସିଦ୍ଧ ମାଘମେଳା । ସେଥିପାଇଁ ସଜେଇ ହୋଇଛି ପୂରା ମହିମାଗାଦୀ ପୀଠ । ଦୁଇ ଦିନ ର୍ପୂବରୁ ସାଧୁସନ୍ଥଙ୍କ ଏଠି ଭିଡ ଲାଗିଛି । କୁମ୍ଭ ମେଳାରୁ ବୁଡ ପକାଇ ସିଧା ମାଘମେଳାକୁ ଛୁଟିଆସିଛନ୍ତି ଦେଶର କୋଣ ଅନୁକୋଣରୁ ସାଧୁସନ୍ଥ । ମହିମା ସନ୍ଯାସୀଙ୍କ ଅଲେଖ ମହିମା ଧ୍ଵନିରେ କମ୍ପିଲାଣି ପୂରା ମହିମା ଗାଦି ।

ବାଜା, ଖୋଲ କୀର୍ତ୍ତନ ସହ ଖଞ୍ଜଣି ମାଡରେ ବିଭୋର ହେଲେଣି ମହିମା ସନ୍ୟାସୀ ଓ ପର୍ଯ୍ୟଟକ । ୧୩ ତାରିଖ ପର୍ଯ୍ୟନ୍ତ ଉପାସନା ପୀଠରେ ଝାଡଦୀପ ପ୍ରଜ୍ୱଳନ ହେବା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଗାଦୀମନ୍ଦିର, ଅଖଣ୍ଡଜ୍ୟୋତି ମନ୍ଦିର, ଧୂନୀ ମନ୍ଦିର, ଶୂନ୍ୟ ମନ୍ଦିର, ବତୀ ମନ୍ଦିର ଓ ୨୧ହାତିଆ ଟୁଙ୍ଗି ଆଦିକୁ ସ୍ବଚ୍ଛ ନିର୍ମଳ କରାଯାଇଛି । ଚଳିତବର୍ଷ ୧୫୨ତମ ବିଶ୍ୱ ପ୍ରସିଦ୍ଧ ମାଘମେଳା ଅନୁଷ୍ଠିତ ହେଉଛି । ମାଘମାସ ଶୁକ୍ଲପକ୍ଷ ଚତୁର୍ଦ୍ଦଶୀ ତିଥୀରୁ ଏହି ମେଳା ଆରମ୍ଭ ହୋଇ ଦୁଇଦିନ ପର୍ଯ୍ୟନ୍ତ ଅନୁଷ୍ଟିତ ହେବ ।

ମହିମା ସାଧୁ ସନ୍ୟାସୀମାନେ ଜଗତ କଲ୍ୟାଣ ପାଇଁ ମହଣ ମହଣ ଘିଅ ଘୃତାହୂତୀ କରି ଝାଡଦୀପ ପ୍ରଜ୍ୱଳନ କରିବେ । ଶାନ୍ତିଶୃଙ୍ଖଳା ପାଇଁ ପ୍ରାୟ ୯ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ମାଘମେଳା ଉପଲକ୍ଷେ ଅନୁଷ୍ଠିତ ହେଉଥିବା ବିଭିନ୍ନ ସାଂସ୍କୃତିକ କାର୍ଯ୍ଯକ୍ରମ, ଅପେରା ଏବଂ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ସିସିଟିଭି କ୍ୟାମେରା ଲଗାଯିବା ସହିତ ଟ୍ରାଫିକ ନିୟନ୍ତ୍ରଣକୁ ଅଧିକ କଡାକଡି କରାଯାଇଛି । ଚଳିତବର୍ଷ ପାଗ ଅନୁକୂଳ ଥିବାରୁ ବହୁ ସଂଖ୍ୟାରେ ଜନ ସମାଗମ ହେବା ନେଇ ଅନୁମାନ କରିଛି ପ୍ରଶାସନ ।

Related post

ଆଜିଠୁ ସିବିଏସ୍ଇ ଦଶମ ଓ ଦ୍ଵାଦଶ ପରୀକ୍ଷା, ଦିନ ସାଢ଼େ ୧୦ଟାରୁ ଆରମ୍ଭ ଅପରାହ୍ନ ୧ଟା ୩୦ ଶେଷ I

ଆଜିଠୁ ସିବିଏସ୍ଇ ଦଶମ ଓ ଦ୍ଵାଦଶ ପରୀକ୍ଷା, ଦିନ ସାଢ଼େ ୧୦ଟାରୁ…

ଆଜିଠୁ ସିବିଏସ୍ଇ ଦଶମ ଓ ଦ୍ଵାଦଶ ପରୀକ୍ଷା । ଦିନ ସାଢ଼େ ୧୦ଟାରୁ ଅପରାହ୍ଣ ୧ଟା ୩୦ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ । ଏଥିପାଇଁ ସରିଛି ସମସ୍ତ ପ୍ରସ୍ତୁତି…
ଆୟ ବହିର୍ଭୁକ୍ତ ସମ୍ପତ୍ତି ମାମଲା ରେ ଉପଜିଲ୍ଲାପାଳ : ଚାଲିଛି ଭିଜିଲାନ୍ସ ରେଡ

ଆୟ ବହିର୍ଭୁକ୍ତ ସମ୍ପତ୍ତି ମାମଲା ରେ ଉପଜିଲ୍ଲାପାଳ : ଚାଲିଛି ଭିଜିଲାନ୍ସ…

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକଙ୍କ କାର୍ଯ୍ୟାଳୟ ଓ ସରକାରୀ ବାସଭବନରେ ଭିଜିଲାନ୍ସ ରେଡ ହୋଇଛି । ଏକାକାଳୀନ ୧୦ଟି ସ୍ଥାନରେ ରେଡ କରୁଛି ଭିଜିଲାନ୍ସ…

Leave a Reply

Your email address will not be published. Required fields are marked *