ଆଜି ଭାରତ ଓ ଇଂଲଣ୍ଡ ତୃତୀୟ ଟି-୨୦ ମ୍ୟାଚ୍ ରାତି ୭ଟାରେ ରାଜକୋଟରେ ଖେଳାଯିବ

ଆଜି ଭାରତ ଓ ଇଂଲଣ୍ଡ ତୃତୀୟ ଟି-୨୦ ମ୍ୟାଚ୍ ରାତି ୭ଟାରେ ରାଜକୋଟରେ ଖେଳାଯିବ

ଭାରତ ଓ ଇଂଲଣ୍ଡ ତୃତୀୟ ଟି-୨୦ ମ୍ୟାଚ୍ ରାତି ୭ଟାରେ ରାଜକୋଟରେ ଖେଳାଯିବ । ଟିମ୍ ଇଣ୍ଡିଆ କୋଲକତା ଟି୨୦କୁ ୭ ୱିକେଟରେ ଜିତିବା ପରେ ଆଜି କ୍ଲିନ ସୁଇପ ପାଇଁ ଚେଷ୍ଟା କରିବ । ପ୍ରଥମ ଦୁଇ ମ୍ୟାଚ୍ ଜିତି ୨-୦ରେ ଆଗୁଆ ଥିବାରୁ ଭାରତ କମାଲ୍ କରିବ ବୋଲି ପ୍ରଶଂସକ ଆଶା ରଖିଛନ୍ତି ।

ରାଜକୋଟ ଟି୨୦ ପାଇଁ ଟିମ୍ ଇଣ୍ଡିଆର ପ୍ଲେଇଂ ଏକାଦଶ ଉପରେ ନଜର ରହିଛି । ଏହି ମ୍ୟାଚ ପାଇଁ ଟିମରେ କିଛି ପରିବର୍ତ୍ତନ ହୋଇପାରେ । ଅଲରାଉଣ୍ଡର ଶିବମ ଦୁବେ ଏବଂ ରମନଦୀପ ସିଂ ଟିମକୁ ଫେରିପାରନ୍ତି । ଶିବମ ନୀତିଶ ରେଡ୍ଡୀଙ୍କ ସ୍ଥାନରେ ଟିମରେ ସାମିଲ ହୋଇପାରନ୍ତି । ସେହିପରି ରମନଦୀପ ରିଙ୍କୁ ସିଂହଙ୍କ ସ୍ଥାନରେ ଟିମରେ ସାମିଲ ହୋଇପାରନ୍ତି । ଦୁହେଁ ଆହତ ଜନିତ ସମସ୍ୟା ଯୋଗୁଁ ମ୍ୟାଚରୁ ବାଦ୍ ପଡିପାରନ୍ତି ।

ରାଜକୋଟ ଟି୨୦ ପାଇଁ ସମ୍ଭାବ୍ୟ ଟିମ୍ ଇଣ୍ଡିଆ : ସଞ୍ଜୁ ସାମସନ, ଅଭିଷେକ ଶର୍ମା, ସୂର୍ଯ୍ୟକୁମାର ଯାଦବ(ଅଧିନାୟକ), ତିଳକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ରମନଦୀପ ସିଂ, ୱାଶିଂଟନ ସୁନ୍ଦର, ଅକ୍ଷର ପଟେଲ, ଅର୍ଶଦୀପ ସିଂ, ବରୁଣ ଚକ୍ରବର୍ତ୍ତୀ ।

୨୦୧୪ରୁ ଇଂଲଣ୍ଡ ବିପକ୍ଷରେ କୌଣସି ଦ୍ବିପାକ୍ଷିକ ଟି-୨୦ ଶୃଙ୍ଖଳା ହାରିନାହିଁ ଭାରତ । ସେହିପରି ଭାରତୀୟ ଦଳ ୨୦୨୩ ଅଗଷ୍ଟ ମାସରେ ୱେଷ୍ଟଇଣ୍ଡିଜ୍ ଠାରୁ ହାରିବା ପରଠାରୁ ଲଗାତାର ୭ଟି ଶୃଙ୍ଖଳାରେ ଅପରାଜେୟ ରହିଛି । ବିଶ୍ବବିଜେତା ଭାରତ ଗତ ଜୁନ୍ ରେ ବିଶ୍ବକପ୍ ଜିତିବା ପରଠାରୁ ଖେଳିଥିବା ୧୭ ମ୍ୟାଚ୍ ରୁ ୧୫ଟିରେ ବିଜୟୀ ହୋଇଛି ।

ସେପଟେ ଇଂଲଣ୍ଡ ପାଇଁ ଆଜିର ମ୍ୟାଚ କର ବା ମର ସ୍ଥିତି । ମ୍ୟାଚ ହାରିଲେ ସିରିଜ ହାତଛଡା କରିବ ବ୍ରିଟିଶ ବାହିନୀ । ପୂର୍ବ ମ୍ୟାଚରେ କରିଥିବା ଭୁଲକୁ ସୁଧାରି ରାଜକୋଟରେ ବିଜୟ ଖାତା ଖୋଲିବା ନେଇ ପଡ଼ିଆକୁ ଓହ୍ଲାଇବ ବଟଲର ଆଣ୍ଡ କୋ

Related post

Leave a Reply

Your email address will not be published. Required fields are marked *