ପ୍ରଧାନମନ୍ତ୍ରୀ ମୋଦି ଭୁବନେଶ୍ୱରରେ ପହଞ୍ଚି ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭ୍‌ ୨୦୨୫ର କଲେ ଉଦଘାଟନ I

ପ୍ରଧାନମନ୍ତ୍ରୀ ମୋଦି ଭୁବନେଶ୍ୱରରେ ପହଞ୍ଚି ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭ୍‌ ୨୦୨୫ର କଲେ ଉଦଘାଟନ I

ମୋଦିଙ୍କୁ ସ୍ବାଗତ କରିବା ଲାଗି ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କୁ ବିମାନବନ୍ଦରରେ ସ୍ୱାଗତ କରିଥିଲେ ।  ଏଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସିଧାସଳଖ ଜନତା ମଇଦାନକୁ ଯାଇଛନ୍ତି ।  ସେଠାରେ ଉତ୍କର୍ଷ ଓଡିଶା- ମେକ ଇନ ଓଡ଼ିଶା କନକ୍ଲେଭ ୨୦୨୫କୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।  କନକ୍ଲେଭରେ ଦେଶ ବିଦେଶର ଜଣାଶୁଣା ଇଣ୍ଡଷ୍ଟ୍ରି ଟାଇକୁନ ଯୋଗ ଦେବେ । ଦୁଇଦିନିଆ କନକ୍ଲେଭରେ ବିଭିନ୍ନ ସେସନରେ ଅଲଗା ଅଲଗା ଶିଳ୍ପ କ୍ଷେତ୍ର ପାଇଁ ହେବ ଆଲୋଚନା ।

ଓଡ଼ିଶାରୁ କେତେ ଆସିବ ପୁଞ୍ଜି, କେତେ ପ୍ରତିଷ୍ଠା ହେବ ଶିଳ୍ପ ତାଉପରେ ଫୋକସ ରହିଛି ।  ଉତ୍କର୍ଷ ଓଡିଶା କନକ୍ଲେଭ ଯୁଗାନ୍ତକାରୀ ଓ ଐତିହାସିକ ହେବ ବୋଲି କହିଛନ୍ତି ଶିଳ୍ପ ମନ୍ତ୍ରୀ ସଂପଦ ସ୍ବାଇଁ । ଓଡିଶାର ପ୍ରତି ଜିଲାକୁ କିପରି ଶିଳ୍ପରେ ଆଗକୁ ନିଆଯିବ ତାହା ପ୍ରାଥମିକତା ରହିଛି । ଓଡ଼ିଶାରୁ ଶିଳ୍ପ ବିପ୍ଲବ ଆରମ୍ଭ ହେବ ବୋଲି ସେ କହିଛନ୍ତି ।  ପ୍ରତିଦିନ ୪ଟି ସେସନ ସହ ୧୬ଟି ରିଜିଓନାଲ ସେସନ ରହିଛି ।

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି କମିସନରେଟ ପୋଲିସ । ବିମାନବନ୍ଦର ଠାରୁ ଜନତା ମୈଦାନ ପର୍ଯ୍ୟନ୍ତ ବ୍ଲୁ ବୁକ ଅନୁସାରେ ସୁରକ୍ଷା ବନ୍ଦୋବସ୍ତ ହୋଇଛି ।  ଭୁବନେଶ୍ୱରରେ ସିକ୍ୟୁରିଟି ପାଇଁ ମୁତୟନ ହୋଇଛନ୍ତି ୬୦ ପ୍ଲାଟୁନ ପୋଲିସ ଫୋର୍ସ ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡ଼ିଶା ଗସ୍ତକୁ ନେଇ ସକାଳ ୧୦.୨୫ରୁ ଦିନ ୧୧.୧୦ ପର୍ୟ୍ୟନ୍ତ ଏୟାରପୋର୍ଟ ଛକ ହସ୍ପିଟାଲ ଛକ, ଏଜି ଛକ- ରାଜଭବବନ ଛକ- ପାଓ୍ୱାର ହାଉସ୍‌ ଛକ-୧୨୦ ବାଟାଲିୟନ ଛକ- ଜୟଦେବ ବିହାର ଛକ-ଜାଭିୟର ଛକ-ନାଲକୋ ଛକକୁ କୌଣସି ଯାନବାହାନ ଚଳାଚଳ କରିପାରିବ ନାହିଁ  ।

ସେହିପରି ଅପରାହ୍ନ ୧୨.୨୦ ମିନିଟ୍‌ରୁ ଅପରାହ୍ନ ୧.୦୫ ପର୍ଯ୍ୟନ୍ତ ନାଲକୋ ଛକ- ଜାଭିୟର ଛକ- ଜୟଦେବ ବିହାର ଛକ- ୧୨୦ ବାଟାଲିୟନ ଛକ- ପାଓ୍ୱାର ହାଉସ୍‌ ଛକ- ରାଜଭବବନ ଛକ- ଏଜି ଛକ- ହସ୍ପିଟାଲ ଛକ- ଏୟାରପୋର୍ଟ ଛକକୁ କୌଣସି ଯାନବାହାନ ଚଳାଚଳ କରିପାରିବେ ନାହିଁ ।  ଭୁବନେଶ୍ବରରେ ମୋଦି ୨ ଘଣ୍ଟା ୨୦ମିନିଟ୍‌ ରହିବେ ।  ସେଥିପାଇଁ ସୁରକ୍ଷା ବ୍ୟବସ୍ଥାର କଡାକଡି ଯାଞ୍ଚ କରାଯାଇଛି । ବ୍ଲୁ ବୁକ ଗାଇଡଲାଇନ ମୁତାବକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏସପିଜି ପୂର୍ବରୁ ଏହି ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଛନ୍ତି ।

 

Related post

Leave a Reply

Your email address will not be published. Required fields are marked *