୨୯ ବର୍ଷ ପରେ ଗିରଫ ହେଲା ଦାଉଦ୍ ଇବ୍ରାହିମ୍-ଛୋଟା ସକିଲ୍ ଗ୍ୟାଙ୍ଗ୍‌ର ଗ୍ୟାଙ୍ଗଷ୍ଟାର୍, କର୍ଣ୍ଣାଟକ ହୁବଲିରୁ ଧରିଲା ସ୍ବତନ୍ତ୍ର ପୋଲିସ ଟିମ୍…

୨୯ ବର୍ଷ ପରେ ଗିରଫ ହେଲା ଦାଉଦ୍ ଇବ୍ରାହିମ୍-ଛୋଟା ସକିଲ୍ ଗ୍ୟାଙ୍ଗ୍‌ର ଗ୍ୟାଙ୍ଗଷ୍ଟାର୍, କର୍ଣ୍ଣାଟକ ହୁବଲିରୁ ଧରିଲା ସ୍ବତନ୍ତ୍ର ପୋଲିସ ଟିମ୍…

ମୁମ୍ବାଇ ପୋଲିସ ଦାଉଦ ଇବ୍ରାହିମ୍ ଏବଂ ଛୋଟା ସକିଲ୍ ଗ୍ୟାଙ୍ଗ୍ ସହ ଜଡିତ ୬୩ ବର୍ଷିୟ ଗ୍ୟାଙ୍ଗଷ୍ଟାର ପ୍ରକାଶ ରତିଲାଲ୍ ହିଙ୍ଗୁକୁ ଗିରଫ କରିଛି। ୧୯୯୬ ମସିହା ଆର୍ଥର ରୋଡ୍ ଜେଲ୍ ଦଙ୍ଗା ମାମଲାରେ ମୁମ୍ବାଇ ପୋଲିସ ତାଙ୍କୁ ୨୯ ବର୍ଷ ପରେ ଗିରଫ କରିଛି । ମୁମ୍ବାଇର ଏନଏମ ଜୋଶୀ ପୋଲିସ ଅଧିକାରୀ ମାନେ ସୂଚନା ପାଇ କର୍ଣ୍ଣାଟକର ହୁବଲିରୁ ଗ୍ୟାଙ୍ଗଷ୍ଟରକୁ ଗିରଫ କରିଛନ୍ତି।

ଦୀର୍ଘ ସମୟ ଧରି କୋର୍ଟରେ ଚାଲିଥିବା ଶୁଣାଣିରେ ପ୍ରକାଶ ହିଙ୍ଗୁ ହାଜର ହୋଇନଥିଲେ। ଏହା ପରେ କୋର୍ଟ ତାଙ୍କୁ ପଳାତକ ଘୋଷଣା କରିଥିଲେ। ଏହା ପରେ, ମିଳିଥିବା ଗୁପ୍ତ ସୂଚନା ଆଧାରରେ, ମୁମ୍ବାଇର ଏନଏମ ଜୋଶୀ ମାର୍ଗ ପୋଲିସ ଟିମ୍ ଦ୍ୱାରା ଏକ ଦଳ ଗଠନ କରାଯାଇଥିଲା ଏବଂ ସେ କର୍ଣ୍ଣାଟକ ଯାଇ ହୁବଲିରୁ ତାଙ୍କୁ ଗିରଫ କରିଛନ୍ତି।

ସୂଚନାଥାଉକି,ଯେ ୧୯୯୬ ମସିହାରେ ମୁମ୍ବାଇର ଆର୍ଥର ରୋଡ୍ ଜେଲ୍ ଭିତରେ ଦାଉଦ ଇବ୍ରାହିମ୍ ଗ୍ୟାଙ୍ଗ୍ ଏବଂ ଛୋଟା ରାଜନ୍ ଗ୍ୟାଙ୍ଗ୍ ସଦସ୍ୟ ମାନଙ୍କ ମଧ୍ୟରେ ଏକ ହିଂସାତ୍ମକ ସଂଘର୍ଷ ହୋଇଥିଲା, ଯେଉଁମାନେ ସେତେବେଳେ ନ୍ୟାୟିକ ହେପାଜତରେ ଥିଲେ। ଉଭୟ ଗୋଷ୍ଠୀର ଲୋକମାନେ ପରସ୍ପରକୁ ହତ୍ୟା କରିବାକୁ ଚେଷ୍ଟା କରିଥିଲେ। ତେଣୁ ଏନ.ଏମ୍. ଯୋଶୀ ମାର୍ଗ ପୋଲିସ ଷ୍ଟେସନରେ ଆଇପିସିର ଧାରା ୧୪୩, ୧୪୭, ୧୪୮, ୧୪୯, ୩୨୪ ଏବଂ ୩୦୭ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଥିଲା।

 

Related post

ଶିମିଳିପାଳ ଅଭୟାରଣ୍ୟରେ ବାରାହା ଶିକାର ଅଭିଯୋଗ, ୩ ଶିକାରୀ ଗିରଫ

ଶିମିଳିପାଳ ଅଭୟାରଣ୍ୟରେ ବାରାହା ଶିକାର ଅଭିଯୋଗ, ୩ ଶିକାରୀ ଗିରଫ

ଶିମିଳିପାଳ ଅଭୟାରଣ୍ୟରେ  ବାରାହା  ଶିକାର କରିବା ଅଭିଯୋଗ । ଏନେଇ ୩ ଜଣ ଶିକାରୀଙ୍କୁ ଗିରଫ କରିଛି ବନ ବିଭାଗ। ଅଭୟାରଣ୍ୟର ଉତ୍ତର ପିଠାବଟା ଓ୍ବାଇଲ୍ଡ ଲାଇଫ ରେଞ୍ଜ…
ସମ୍ବଲପୁର : ହୀରାକୁଦ ବନ୍ୟପ୍ରାଣୀ ଡିଭିଜନର ACF ରେବତୀ ରମଣ ଯୋଶୀ ଗିରଫ I

ସମ୍ବଲପୁର : ହୀରାକୁଦ ବନ୍ୟପ୍ରାଣୀ ଡିଭିଜନର ACF ରେବତୀ ରମଣ ଯୋଶୀ…

ଗିରଫ ହେଲେ କୋଟିପତି ଏସିଏଫ୍ । ହୀରାକୁଦ ବନ୍ୟପ୍ରାଣୀ ଡିଭିଜନର ACF ରେବତୀ ରମଣ ଯୋଶୀଙ୍କ ଅଚଳାଚଳ ସଂପତ୍ତି ଦେଖି ଭିଜିଲାନ୍ସ ଆଖି ଟେରା ।ଏସିଏଫ ରେବତୀ ରମଣ…

Leave a Reply

Your email address will not be published. Required fields are marked *