ଇସ୍ରାଏଲ ବିରୋଧରେ ସୁରକ୍ଷା ପରିଷଦରେ ୧୦ ଦେଶ, ଆମେରିକା ଉପରେ ସମସ୍ତଙ୍କ ନଜର

ଇସ୍ରାଏଲ ବିରୋଧରେ ସୁରକ୍ଷା ପରିଷଦରେ ୧୦ ଦେଶ, ଆମେରିକା ଉପରେ ସମସ୍ତଙ୍କ ନଜର

 ଇସ୍ରାଏଲ ଓ ହମାସ ମଧ୍ୟରେ ଗତ ୧୩ ମାସ ହେବ ଭୀଷଣ ଲଢେଇ ଜାରି ରହିଛି। ଏହି କାରଣରୁ ଗାଜାରୁ ଲକ୍ଷାଧିକ ଲୋକ ପଳାୟନ କରୁଛନ୍ତି। ଏହି ଯୁଦ୍ଧରେ ପ୍ରାୟ ୪୫ ହଜାର ଲୋକଙ୍କର ମୃତ୍ୟୁ ହୋଇସାରିଲାଣି। ସାରା ଦୁନିଆର ବହୁ ଦେଶ ଓ ଜାତିସଂଘ ମଧ୍ୟ ଅସ୍ତ୍ରବିରତି ଲାଗୁ କରିବାକୁ ଅପିଲ କରିଛନ୍ତି, କିନ୍ତୁ ଇସ୍ରାଏଲ ଏବେ ହମାସକୁ ଶେଷ କରିବା ପାଇଁ ଯୁଦ୍ଧ ବନ୍ଦ କରିବନି ‌ବୋଲି ସ୍ପଷ୍ଟ କରିଛି। ଏହା ଭିତରେ ଜାତିସଂଘର ସୁରକ୍ଷା ପରିଷଦ ଏ ସମ୍ପର୍କରେ ଏକ ପ୍ରସ୍ତାବ ଆଣିବାର ପ୍ରସ୍ତୁତିରେ ଅଛନ୍ତି।

ଏହି ପ୍ରସ୍ତାବକୁ ସୁରକ୍ଷା ପରିଷଦରେ ଚୟନ ହୋଇଥିବା ୧୦ ଜଣ ସଦସ୍ୟ ଆଗକୁ ବଢାଇଛନ୍ତି, ଯାହାକୁ ଋଷ ଓ ଚୀନ୍ ଭଳି ଦେଶ ସମର୍ଥନ କରିପାରନ୍ତି। ସେଭଳି ଆଶଙ୍କା ରହିଛି ଯେ, ଆମେରିକା ନିଜର ଭିଟୋ ପାଓ୍ବାର ବ୍ୟବହାର କରି ଏହାକୁ ରୋକିପାରେ।ଏହି ଭୋଟିଂ ଆଜି ହିଁ ହେବାର ଅଛି ଓ ଏହି ପ୍ରସ୍ତାବକୁ ଆମେରିକା ପକ୍ଷରୁ ରୋକାଯିବାର ଆଶଙ୍କା ରହିଛି।

ଏହି ପ୍ରସ୍ତାବ ଉପରେ ଆଲଜେରିଆ, ଇକ୍ବେଡର,ଗୁଏନା, ଜାପାନ ମାଲଟା, ମୋଜାମ୍ବିକ, ସାଉଥ୍ କୋରିଆ, ସିଏରା ଲିଓନ, ସ୍ଲୋଭାନିଆ ଓ ସ୍ବିଜରଲାଣ୍ଡ ଭଳି ଦେଶ ସମର୍ଥନ କରିଛନ୍ତି। ଏହି ଦେଶ ସୁରକ୍ଷା ପରିଷଦ ନିକଟରେ ଦାବି କରିଛନ୍ତି ଯେ, ହମାସ ଓ ଇସ୍ରାଏଲ ଭିତରେ ଯୁଦ୍ଧକୁ ତୁରନ୍ତ ରୋକାଯାଉ ଓ ସଂଘର୍ଷ ବିରାମ ହେବ। ସେଭଳି ସୁରକ୍ଷା ପରିଷଦ ସୁତ୍ରର କହିବା ଅନୁସାରେ, ଏହି ପ୍ରସ୍ତାବ ଆମେରିକା ବିରୋଧରେ ଯାଇପାରେ। କୁହାଯାଉଛି ଯେ, ଆମେରିକା ଶାନ୍ତି ପ୍ରସ୍ତାବର ସମର୍ଥକ, କିନ୍ତୁ ଇସ୍ରାଏଲ ଉପରେ କୌଣସି ପ୍ରଚାର ଚାପ ସହ ଏହାକୁ ଲାଗୁ କରିବାକୁ ଚାହେଁନି।

Related post

Leave a Reply

Your email address will not be published. Required fields are marked *