ଭାରତ-ବାଂଲାଦେଶ ସୀମାରୁ ୧୩୦୦ କୋଟି ଟଙ୍କାର ସୁନା ଓ ରୁପା ଜବତ

ଭାରତ-ବାଂଲାଦେଶ ସୀମାରୁ ୧୩୦୦ କୋଟି ଟଙ୍କାର ସୁନା ଓ ରୁପା ଜବତ

ବାଂଲାଦେଶରେ ବର୍ତ୍ତମାନର ସ୍ଥିତି ଯେଉଁଭଳି ରହିଛି, ଏହା ଫାଇଦା ଉଠାଉଛନ୍ତି ଚୋରା ଚାଲାଣକାରୀ । ଗତ କିଛି ମାସ ମଧ୍ୟରେ ଭାରତ-ବାଂଲାଦେଶ ସୀମାରେ ସୁନା ଓ ରୁପା ଚୋରା ଚାଲାଣ ବହୁ ମାତ୍ରାରେ ବୃଦ୍ଧି ପାଇଛି । ବିଏସ୍ଏଫ୍ (BSF) ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ, ଚଳିତ ବର୍ଷ ଅକ୍ଟୋବର ୩୧ ପର୍ଯ୍ୟନ୍ତ ମାତ୍ର ୧୦ ମାସ ମଧ୍ୟରେ ୧୭୨.୫୨୮ କିଲୋଗ୍ରାମ ସୁନା ଏବଂ ୧୭୮ କିଲୋଗ୍ରାମ ରୁପା ଜବତ କରାଯାଇଛି ।

ଉଭୟର ବଜାର ମୂଲ୍ୟ ପ୍ରାୟ ୧୩୦୦ କୋଟି ଟଙ୍କା । ୨୦୨୪ ଅଗଷ୍ଟ ୫ ପରେ ବାଂଲାଦେଶରେ ଯେଉଁ ପ୍ରକାର ରାଜନୈତିକ ଅସ୍ଥିରତା ଲାଗି ରହିଥିଲା ଏବଂ ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ ହେଲା, ଏହାର ଫାଇଦା ନେଲେ ଚୋରା ଚାଲାଣକାରୀ । ତେବେ ବିଏସଏଫ୍ ସଜାଗ ଥିବାରୁ ବିଭିନ୍ନ ସ୍ଥାନରୁ କ୍ରମାଗତ ଭାବେ ସୁନା ଓ ରୁପା ଚୋରା ଚାଲାଣକାରୀ ଧରାପଡ଼ୁଛନ୍ତି ।

ଭାରତ-ବାଂଲାଦେଶ ସୀମାରେ ବିଏସଏଫ୍ ପାଖାପାଖି ୧୧,୮୬୬ କିଲୋଗ୍ରାମ ଡ୍ରଗ୍ସ ମଧ୍ୟ ଜବତ କରିଛି । ୩୨,୬୫୭୦୦ ଟଙ୍କା ମୂଲ୍ୟର ନକଲି ମୁଦ୍ରା ବି ସୀମାରୁ ଜବତ କରାଯାଇଛି । ଡ୍ରଗ୍ସ, ସୁନା-ରୁପା ଏବଂ ନକଲି ମୁଦ୍ରା ଚୋରା କାରବାର ଅଭିଯୋଗରେ ବିଏସ୍ଏଫ୍ ୪୧୬୮ ଜଣଙ୍କୁ ଗିରଫ କରିଛି । ଗତ ବର୍ଷ ବିଏସ୍ଏଫ୍ ପ୍ରାୟ ୧୬୩ କିଲୋଗ୍ରାମ ସୁନା ଜବତ କରିଥିଲା ।

Related post

ଲଜିଷ୍ଟିକ ଗାଡି ରୁ  ୨୦ କେଜି ସୁନା ଜବତ

ଲଜିଷ୍ଟିକ ଗାଡି ରୁ ୨୦ କେଜି ସୁନା ଜବତ

କୋଲାକାତାରୁ ବାରିପଦା ଆସୁଥିବା ବେଳେ ଏମକେସି ହାଇସ୍କୁଲ ଛକରୁ ଗାଡି ସହ ଧରିଲା GST ଟିମ ।  ବାରିପଦା ଏମ୍ କେ ସି ହାଇସ୍କୁଲ ପାଖ ଏକ ଗହଣା…

Leave a Reply

Your email address will not be published. Required fields are marked *