ବେଆଇନ ଭାବେ ଗାଡ଼ିରୁ ଟଙ୍କା ଆଦାୟ କରୁଥିବା ସୂଚନା  , ARTO, MVI ଓ  ଦଲାଲଙ୍କ ସହ ୫ ଅଟକ

ବେଆଇନ ଭାବେ ଗାଡ଼ିରୁ ଟଙ୍କା ଆଦାୟ କରୁଥିବା ସୂଚନା , ARTO, MVI ଓ ଦଲାଲଙ୍କ ସହ ୫ ଅଟକ

ବ୍ରହ୍ମପୁରରେ ଜାତୀୟ ରାଜପଥରେ ବେଆଇନ ଭାବେ ଗାଡ଼ିରୁ ଟଙ୍କା ଆଦାୟ ଅଭିଯୋଗରେ ୫ ଅଟକ ।  ବେଆଇନ ଭାବେ ଗାଡ଼ିରୁ ଟଙ୍କା ଆଦାୟ ଅଭିଯୋଗରେ ୫ଜଣଙ୍କୁ ଅଟକ ରଖାଯାଇଛି । ୫ ଜଣଙ୍କ ମଧ୍ୟରେ ଜଣେ ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରୀ, କନିଷ୍ଠ ମୋଟରଯାନ ନୀରିକ୍ଷକଙ୍କ ସହ ତିନି ଦଲାଲ ଅଟକ ରହିଛନ୍ତି ।

ଗତ ୨୦୨୨ ମସିହାରୁ ବେଆଇନ ଭାବେ NHରେ ଟଙ୍କା ଆଦାୟ କରାଯାଉଛି ।  ଗୋଟିଏ ଗାଡ଼ି ପିଛା ୨ ଶହରୁ ୭ ହଜାର ଟଙ୍କା ପର୍ଯ୍ୟନ୍ତ ଆଦାୟ କରାଯାଉଥିଲା ।  ଆଦାୟ ଟଙ୍କାକୁ ଦଲାଲ ଓ ଅଧିକାରୀଙ୍କ ମଧ୍ୟରେ ବଣ୍ଟା ଯାଉଥିଲା ।  ଅଟକ ARTOଙ୍କ ଘରେ ଗୋଳନ୍ଥରା ଥାନା ପୋଲିସ ଚଢ଼ାଉ କରିଛି । ଘଟଣା ନେଇ ତଦନ୍ତ ଜାରି ରହିଥିବା ବ୍ରହ୍ମପୁର ଏସ୍ ପି ସୂଚନା ଦେଇଛନ୍ତି ।

 

Related post

Leave a Reply

Your email address will not be published. Required fields are marked *