ଆଡିଲେଡ୍‌ରେ ଡେବ୍ୟୁ କରିବେ ଟିମ୍‌ ଇଣ୍ଡିଆର ୫ ଖେଳାଳି!

ଆଡିଲେଡ୍‌ରେ ଡେବ୍ୟୁ କରିବେ ଟିମ୍‌ ଇଣ୍ଡିଆର ୫ ଖେଳାଳି!

ବର୍ଡର-ଗାଭାସ୍କର ଟ୍ରଫିର ଦ୍ୱିତୀୟ ମ୍ୟାଚ୍‌ ଆଡିଲେଡ୍‌ରେ ଖେଳାଯିବ। ଏହା ଏକ ଦିବାରାତ୍ର ମ୍ୟାଚ୍‌ ରହିବ। ଡିସେମ୍ବର ୬ରୁ ଏହି ମୁକାବିଲା ଆରମ୍ଭ ହେବ। ଏମିତିରେ ଦଳର ଏକାଦଶରେ ସେତେଟା ପରିବର୍ତ୍ତନ ଦେଖାଯାଇ ନ ପାରେ ବୋଲି କୁହାଯାଉଛି। ହେଲେ ଅତି କମ୍‌ରେ ୫ ଖେଳାଳି ଏହି ମ୍ୟାଚ୍‌ରେ ସ୍ବତନ୍ତ୍ର ଡେବ୍ୟୁ କରିବେ।ଏହି ମ୍ୟାଚ୍‌ରେ ଅଧିନାୟକ ରୋହିତ ଶର୍ମା ଖେଳିବା ନିଶ୍ଚିତ ବୋଲି କୁହାଯାଉଛି।

ଟିମ୍‌ ଇଣ୍ଡିଆର ଏକାଦଶରେ ୨ରୁ ଅଧିକ ପରିବର୍ତ୍ତନ ନ ହୁଏ ତେବେ ଅତି କମ୍‌ରେ ୫ ଖେଳାଳି ପିଙ୍କ ବଲ୍‌ ଟେଷ୍ଟରେ ଡେବ୍ୟୁ ହେବ। ଅର୍ଥାତ ଏହି ଖେଳାଳି ଭାରତ ପାଇଁ ପ୍ରଥମ ଥର ଡେ-ନାଇଟ୍‌ ମ୍ୟାଚ୍‌ ଖେଳିବେ। ଏହି ଖେଳାଳି ହେଲେ ଯଶସ୍ବୀ ଜୈସଓ୍ବାଲ, କେ ଏଲ୍‌ ରାହୁଲ, ନୀତୀଶ କୁମାର ରେଡ୍ଡି, ମହମ୍ମଦ ସିରାଜ ଏବଂ ହର୍ଷିତ ରାଣା। ଏସବୁ ଖେଳାଳି ପର୍ଥ ଟେଷ୍ଟରେ ଭଲ ପ୍ରଦର୍ଶନ କରିଥିଲେ, ଏଥିଲାଗି ଆଡିଲେଡ୍‌ ଟେଷ୍ଟରେ ଖେଳିବାକୁ ବଡ଼ ଦାବିଦାର।

ଟିମ୍‌ ଇଣ୍ଡିଆ କ୍ରିକେଟ ଇତିହାସରେ ଏଯାବତ ୪ ପିଙ୍କ ବଲ୍‌ ଟେଷ୍ଟ ମ୍ୟାଚ୍‌ ଖେଳିଛି। ଏଥିରେ ଭାରତୀୟ ଟିମ୍‌ ୩ ମ୍ୟାଚ୍‌ରେ ବାଜିମାତ କରିଥିବା ବେଳେ ୧ ମ୍ୟାଚ୍‌ରେ ପରାଜିତ ହେବାକୁ ପଡ଼ିଛି। ଏହି ପରାଜୟ ଅଷ୍ଟ୍ରେଲିଆ ବିପକ୍ଷରେ ଥିଲା। ଅପରପକ୍ଷେ ଅଷ୍ଟ୍ରେଲିଆ ଏଯାବତ ୧୨ ପିଙ୍କ ବଲ୍‌ ଟେଷ୍ଟ ମ୍ୟାଚ୍‌ ଖେଳିଛି। ଏଥିରୁ ୧୧ଟିରେ ଅଷ୍ଟ୍ରେଲିଆ ଜିତିଛି।

Related post

ଅଷ୍ଟ୍ରେଲିଆ ୧୦୪ ରନରେ ଅଲଆଉଟ୍ ବୁମରାଙ୍କୁ ୫ ଓ୍ୱିକେଟ୍ I

ଅଷ୍ଟ୍ରେଲିଆ ୧୦୪ ରନରେ ଅଲଆଉଟ୍ ବୁମରାଙ୍କୁ ୫ ଓ୍ୱିକେଟ୍ I

ପ୍ରଥମ ଇଂନିସରେ ଟିମ୍ ଇଣ୍ଡିଆର ଦମଦାର ବୋଲିଂ ଆଟାକ୍ ଆଗରେ ମୁଣ୍ଡ ନୁଆଁଇଛି ଅଷ୍ଟ୍ରେଲିଆ । ତେବେ ଦଳ ଭାରତ ବିପକ୍ଷ ପ୍ରଥମ ଟେଷ୍ଟର ପ୍ରଥମ ଇଂନିସରେ କେବଳ…
ବର୍ଡର-ଗାଭାସ୍କର ଟ୍ରଫି: ଭାରତ ବିଜୟ ଧାରା ବଜାୟ ରଖିବ ନା ଅଷ୍ଟ୍ରେଲିଆ

ବର୍ଡର-ଗାଭାସ୍କର ଟ୍ରଫି: ଭାରତ ବିଜୟ ଧାରା ବଜାୟ ରଖିବ ନା ଅଷ୍ଟ୍ରେଲିଆ

ପର୍ଥରେ ଖେଳାଯିବ ୫ଟିକିଆ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ । କ୍ୟାପଟେନ୍ ରୋହିତ ଶର୍ମା, ଓପନର ଶୁବମନ ଗିଲ ଓ ମହମ୍ମଦ ସାମିଙ୍କ ଅନୁପସ୍ଥିତିରେ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ…

Leave a Reply

Your email address will not be published. Required fields are marked *