ଅଦିନିଆ ମେଘ, ଉଜାଡି ଦେଲା ସୁନାର ଫସଲ

ଅଦିନିଆ ମେଘ, ଉଜାଡି ଦେଲା ସୁନାର ଫସଲ

ଅଦିନିଆ ବର୍ଷା ଉଜାଡି ଦେଲା ସୁନାର ଫସଲ। କେଉଁଠି ପାଚିଲା ଧାନ କଟା ହୋଇ ବିଲରେ ପଡିଛି ତ ଆଉ କେଉଁଠି ଖଳାରେ ଭିଜୁଛି । ବର୍ଷାରେ ବିଲରେ ପାଣି ଜମି ରହିଛି । ଦୁଇ ଦିନ ହେଲା ବର୍ଷା ଜାରି ରହିଥିବାରୁ ଚାଷୀଙ୍କ ଚିନ୍ତା ବଢ଼ିଛି । ଚାଷୀଙ୍କ ଆଖିରେ ଲୁହ ଭରିଛି । ପନିପରିବା ଫସଲ ପାଇଁ ମଧ୍ୟ ବର୍ଷା ବିପଦ ସୃଷ୍ଟି କରିଛି ଅଦିନିଆ ବର୍ଷା ।

କଳାହାଣ୍ଡିରୁ କୋରାପୁଟ, ଜଗତସିଂହପୁରରୁ ରାୟଗଡ଼ା ପର୍ଯ୍ୟନ୍ତ ସମାନ ଅବସ୍ଥା ଉପୁଜିଛି । ରାୟଗଡ଼ା ଜିଲ୍ଲାରେ ଅଦିନିଆ ବର୍ଷା ଚାଷୀଙ୍କ ନିଦ ହଜେଇ ଦେଇଛି । ଲଗାଣ ବର୍ଷା ଯୋଗୁଁ ଅମଳ ହୋଇ ଖଳାରେ ପଡ଼ିଥିବା ଧାନକୁ ନେଇ ଚିନ୍ତାରେ ଚାଷୀ ।

ଲଘୁଚାପ ଜନିତ ବର୍ଷା ଯୋଗୁଁ ଧାନ ବିକିବା ପୂର୍ବରୁ ଖଳାରେ ଧାନ ଭିଜିବାରେ ଲାଗିଛି । ଜିଲ୍ଲାରେ ଚଳିତ ବର୍ଷ ୪୧ ହଜାର ହେକ୍ଟର ଚାଷ ଜମିରେ ଧାନ ଚାଷ ହୋଇଛି । ହେଲେ ଗତ ୧୭ ତାରିଖରୁ ରାୟଗଡ଼ା ଜିଲ୍ଲାରେ ମଣ୍ଡି ଖୋଲିଥିଲେ ମଧ୍ୟ ମିଲର ଧାନ ନେଉନାହାନ୍ତି।

Related post

ରାଜ୍ୟରେ ହିଟ ୱେଭ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି: ଆଞ୍ଚଳିକ ପାଣିପାଗ ବିଭାଗ

ରାଜ୍ୟରେ ହିଟ ୱେଭ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି: ଆଞ୍ଚଳିକ ପାଣିପାଗ…

୧୦ ତାରିଖରୁ ରାଜ୍ୟରେ ହିଟ ୱେଭ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କଲା ଆଞ୍ଚଳିକ ପାଣିପାଗ ବିଭାଗ ।  ଗତ କାଲି ମୟୂରଭଞ୍ଜ ଜିଲ୍ଲାର ତଙ୍ଗରବଳଦ ସ୍ଥାନରେ ୨…
ସତର୍କ କଲା ପାଣିପାଗ କେନ୍ଦ୍ର, ଆଜିଠୁ ବଢ଼ିବ ବର୍ଷା

ସତର୍କ କଲା ପାଣିପାଗ କେନ୍ଦ୍ର, ଆଜିଠୁ ବଢ଼ିବ ବର୍ଷା

ବଙ୍ଗୋପସାଗରରେ ଆଣ୍ଟି ସାଇକ୍ଲୋନିକ ସର୍କୁଲେସନ ସକ୍ରିୟ । ଏହା ସହ ଟ୍ରପ ଲାଇନ ପ୍ରଭାବରେ ରାଜ୍ୟ ମଧ୍ୟକୁ ସମୁଦ୍ର ପଟୁ ଜଳୀୟବାଷ୍ପ ପ୍ରବେଶ କରୁଛି । ପ୍ରଭାବରେ ରାଜ୍ୟର…
ବିଦେଶୀ ପକ୍ଷୀଙ୍କ ସଂଖ୍ୟା, ଭିତରକନିକାକୁ ଆସିଛନ୍ତି ୧ ଲକ୍ଷ ୫୧ ହଜାର ୬୧୪ଟି ପକ୍ଷୀ

ବିଦେଶୀ ପକ୍ଷୀଙ୍କ ସଂଖ୍ୟା, ଭିତରକନିକାକୁ ଆସିଛନ୍ତି ୧ ଲକ୍ଷ ୫୧ ହଜାର…

ଚଳିତବର୍ଷ ୧ ଲକ୍ଷ ୫୧ ହଜାର ୬୧୪ଟି ବିଦେଶୀ ପକ୍ଷୀ ଆସିଛନ୍ତି । ଚଳିତବର୍ଷ ୧୧୮ ପ୍ରଜାତି ପକ୍ଷୀ ଚିହ୍ନଟ ହୋଇଥିବାବେଳେ ଗତବର୍ଷ ତୁଳନାରେ ୩ କମ୍ ରହିଛନ୍ତି…

Leave a Reply

Your email address will not be published. Required fields are marked *