
ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ମାଓବାଦୀ ନିହତ
- ରାଜ୍ୟ
- November 21, 2024
- No Comment
- 20
ଦୀର୍ଘଦିନ ପରେ ମାଲକାନଗିରି ଜିଲାରେ ବଡ଼ ଧରଣର ଗୁଳିବିନିମୟ ଘଟିଛି। ମାଲକାନଗିରି ଜିଲା ମଧ୍ୟକୁ ବାହାର ରାଜ୍ୟରୁ ମାଓବାଦୀ ପଶିବାକୁ ଉଦ୍ୟମ ବେଳେ ଡିଭିଏଫ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଏହି ଗୁଳିବିନିମୟ ଘଟିଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ ଜିଲାର କାଲିମେଳା ବ୍ଲକରେ ଥିବା ଜିନେଲଗୁଡା ଜଙ୍ଗଲ ଦେଇ କିଛି ମାଓବାଦୀ ଜିଲ୍ଲା ମଧ୍ୟକୁ ପଶିବାକୁ ଉଦ୍ୟମ କରୁଥିବା ବେଳେ ଏହି ଖବର ପାଇ ଅଞ୍ଚଳରେ ଡିଭିଏଫ ଯବାନ ମାନେ ତଲାସୀ ଅଭିଯାନ ଆରମ୍ଭ କରିଥିଲେ।
ତେବେ ବିଳମ୍ବିତ ରାତିରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ସାମ୍ନା ସାମ୍ନି ହେବା ସହ ଗୁଳିବିନିମୟ ହୋଇଥିଲା। ଯେଉଁଥିରେ ଜଣେ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି। ସେହିପରି ଜଣେ ଡିଭିଏଫ ଯବାନ ଏହି ଗୁଳିବିନିମୟରେ ଆହତ ହୋଇଥିବା ବେଳେ ତାଙ୍କ ନାମ ଡମ୍ବୁରୁ ବଡ଼ ନାୟକ ବୋଲି ଜଣା ପଡ଼ିଛି। ଏହା ସହ ଦୁଇଜଣ ମାଓବାଦୀ ଯବାନଙ୍କ ଦ୍ୱାରା ଗିରଫ ହୋଇଥିବା ବେଳେ ବର୍ତ୍ତମାନ ମଧ୍ୟ ଅଞ୍ଚଳରେ ତଲାସୀ ଅଭିଯାନ ଜାରି ରହିଥିବା ନେଇ ସୂଚନା ମିଳିଛି।