ଅଦିତି ରାଓ ହାଇଦରୀ ଜଣେ ରାଜକୁମାରୀ , ଲୋକପ୍ରିୟ ଅଭିନେତ୍ରୀ ପାଳୁଛନ୍ତି ୩୭ ତମ ଜନ୍ମଦିନ

ଅଦିତି ରାଓ ହାଇଦରୀ ଜଣେ ରାଜକୁମାରୀ , ଲୋକପ୍ରିୟ ଅଭିନେତ୍ରୀ ପାଳୁଛନ୍ତି ୩୭ ତମ ଜନ୍ମଦିନ

ଆପଣ ଜାଣିନଥିବେ ରିୟଲ ଲାଇଫରେ ସେ ଜଣେ ରାଜକୁମାରୀ । ଅଦିତି ରାଓ ହାଇଦାରୀ ହେଉଛନ୍ତି ‘ଆକବର ହାଇଦରୀ’ଙ୍କ ନାତୁଣୀ, ଯିଏକି ହାଇଦ୍ରାବାଦ ରାଜବଂଶର ରାଜା ଅର୍ଥାତ ପ୍ରଧାନମନ୍ତ୍ରୀ ଥିଲେ । ହାଇଦ୍ରାବାଦର ରାଜ ପରିବାରରେ ଜନ୍ମିତ ଏହି ରାଜକୁମାରୀ ନିଜର ଦମଦାର ଅଭିନୟ ଏବଂ ସୁନ୍ଦରତା ଯୋଗୁଁ ଅଭିନୟ ଜଗତରେ ନିଜର ଖାସ ପରିଚୟ ସୃଷ୍ଟି କରିଛନ୍ତି ।

୧୯୭୮ ମସିହାରେ ହାଇଦ୍ରାବାଦରେ ଜନ୍ମଗ୍ରହଣ କରିଥିବା ଆଦିତ୍ୟ ରାଓ ହାଇଦରୀ ୨୦୦୬ ରେ ‘ପ୍ରଜାପତି’ ନାମକ ଏକ ସାଉଥ ଫିଲ୍ମରୁ ନିଜ କ୍ୟାରିଅର୍ ଆରମ୍ଭ କରିଥିଲେ ।

ଏହା ପରେ ସେ ୨୦୦୯ ଫିଲ୍ମ ‘ଦିଲ୍ଲୀ -6’ ମାଧ୍ୟମରେ ହିନ୍ଦୀ ଫିଲ୍ମରେ ପ୍ରବେଶ କରିଥିଲେ । ୨୦୧୧ ରେ ସୁପରହିଟ୍ ଫିଲ୍ମ ରକଷ୍ଟାରରେ ଅଦିତି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଅଦିତି ରାଓ ହାଇଡାରୀ ଆଜି ବଲିଉଡରେ ଅଭିନୟର କ୍ୱିନ୍ ହୋଇପାରିଛନ୍ତି ଏବଂ ୩୫ ରୁ ଅଧିକ ଚଳଚ୍ଚିତ୍ର ଏବଂ ସିରିଜରେ କାମ କରିଛନ୍ତି ।

ଅଦିତି ରାଓ ହାଇଦରୀଙ୍କ ଜେଜେବାପା ‘ଆକବର ହାଇଦରୀ’ (୧୮୬୯ ରୁ ୧୯୪୧) ହାଇଦ୍ରାବାଦର ପ୍ରଧାନମନ୍ତ୍ରୀ ଥିଲେ । ଅଦିତିଙ୍କ ମାମୁଁ ମଧ୍ୟ ଆସାମର ରାଜ୍ୟପାଳ ରହିଛନ୍ତି ।

ଏକ ରାଜ ପରିବାରରେ ଜନ୍ମଗ୍ରହଣ କରିଥିବା ଅଦିତି ପିଲାଦିନରୁ ସିନେମା ଜଗତରେ କାମ କରିବାର ସ୍ୱପ୍ନ ଦେଖିଥିଲେ । ନିଜ ସ୍ଵପ୍ନକୁ ସତ କରି ଅଦିତି ବର୍ତ୍ତମାନ ବଲିଉଡର ଟପ୍ ହିରୋଇନଙ୍କ ମଧ୍ୟରେ ଗଣିତ ହେଉଛନ୍ତି ।

ସଂଜୟ ଲୀଲା ଭନସାଲୀଙ୍କ ଲୋକପ୍ରିୟ ସିରିଜ ହୀରାମଣ୍ଡିରେ ଅଦିତି ବିବୋଜାନ ଚରିତ୍ରରେ ନଜର ଆସିଥିଲେ । ଲୋକଙ୍କୁ ଅଦିତିଙ୍କ ଦମଦାର ଅଭିନୟ ଏବଂ ନୃତ୍ୟ ବେଶ ଆକର୍ଷିତ କରିଥିଲା । ଏହି ସିରିଜରେ ଅଦିତିଙ୍କ ଚରିତ୍ର ବିବୋଜାନଙ୍କୁ ବହୁତ ପ୍ରଶଂସା ମଧ୍ୟ ମିଳିଥିଲା ​​।

Related post

Leave a Reply

Your email address will not be published. Required fields are marked *