
ଚଣ୍ଡିଖୋଲରେ ଡମ୍ପରକୁ ପିଟିଲା ଆମ୍ବୁଲାନ୍ସ. ଜଣେ ମୃତ ୩ ଗୁରୁତର
- ରାଜ୍ୟ
- November 28, 2024
- No Comment
- 18
ଯାଜପୁର ଜିଲ୍ଲା NH 16 ଚଣ୍ଡିଖୋଲ ଛକ ନିକଟସ୍ଥ ନେଉଳପୁର ରେଲୱେ ଓଭରବ୍ରିଜ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକ ଓ ଗୁରୁତର ଆହତ ସମସ୍ତେ ପଶ୍ଚିମବଙ୍ଗ ମେଦିନପୁର ଅଂଚଳର ।
ସୂଚନା ଅନୁଯାୟୀ, ପଶ୍ଚିମବଙ୍ଗରୁ ଏକ ଆମ୍ବୁଲାନ୍ସଟି ରୋଗୀ ନେଇ ଭୁବନେଶ୍ୱର ଯାଉଥିବା ବେଳେ ନେଉଳପୁର ରେଲୱେ ଓଭରବ୍ରିଜ ପାଖରେ ଛିଡା ହୋଇଥିବା ଏକ ଡମ୍ଫରକୁ ଧକ୍କା ଦେଇଥିଲା । ଫଳରେ ଆମ୍ବୁଲାନ୍ସରେ ଥିବା ରୋଗୀ ସହ ଚାରି ଜଣଙ୍କ ମଧ୍ୟରୁ ଜଣକର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ତିନି ଜଣ ଗୁରୁତର ହୋଇଛନ୍ତି।
ଘଟଣା ସ୍ଥଳରେ ଚଣ୍ଡିଖୋଲ ଅଗ୍ନିଶମ ବାହିନୀ ପହଂଚି ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରିଛି । ଡ୍ରାଇଭରର ଆଖି ଲାଗି ଯାଇଥିବାରୁ ଏହି ଦୁର୍ଘଟଣା ଘଟିଥିବା ସନ୍ଦେହ କରାଯାଉଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।