ନିର୍ବାଚନ ପାଇଁ ଚଳଚଞ୍ଚଳ ଆମେରିକା : ଏକଜିଟ୍ ପୋଲରେ ଡୋନାଲ୍ଡ ଟ୍ରମ୍ପ ବିଜୟୀ ହେବା ଆଶା

ନିର୍ବାଚନ ପାଇଁ ଚଳଚଞ୍ଚଳ ଆମେରିକା : ଏକଜିଟ୍ ପୋଲରେ ଡୋନାଲ୍ଡ ଟ୍ରମ୍ପ ବିଜୟୀ ହେବା ଆଶା

ଆମେରିକା। କାଲି ହେବ ଭୋଟିଂ। ଏକଜିଟ୍ ପୋଲରେ ରିପବ୍ଲିକାନ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ବିଜୟୀ ନେଇ ଆକଳନ।  ୭ ରାଜ୍ୟରୁ ୬ଟି ରାଜ୍ୟରେ ଟ୍ରମ୍ପ ଆଗରେ। ଗୋଟିଏରେ ଆଗୁଆ ଅଛନ୍ତି ଡେମୋକ୍ରାଟିକ୍ ପ୍ରାର୍ଥୀ କମଳା ହାରିସ୍ । ଉତ୍ତର କାରଲିନା, ଜର୍ଜିଆ, ଆରିଜୋନା, ନେଭାଡା, ମିଚିଗାନ, ପେନସାଭନିଆ ଅଞ୍ଚଳରେ ଟ୍ରମ୍ପ ଆଗରେ ଥିବା ନେଇ ସି ଭୋଟର ସର୍ଭେରେ ରିପୋର୍ଟ ପ୍ରକାଶ ପାଇଛି।

ସେହିପରି ୱିସକନସିନ୍ ଅଞ୍ଚଳରୁ କମଳା ହାରିସ ଆଗରେ ଅଛନ୍ତି। ଆମେରିକୀୟ ରାଷ୍ଟ୍ରପତି ନିର୍ବାଚନର ଫଳାଫଳ ଉପରେ ଏବେ ସମଗ୍ର ବିଶ୍ୱବାସୀଙ୍କ ଦୃଷ୍ଟି ରହିଛି। କାରଣ ଏହା ହିଁ ପର୍ୟ୍ୟାୟର ଜନମତ ସର୍ଭେରେ ଉପରାଷ୍ଟ୍ରପତି କମଲା ହାରିସ ଟ୍ରମ୍ପଙ୍କଠାରୁ ସାମାନ୍ୟ ଆଗୁଆ ଥିବା ଦର୍ଶାଯାଉଥିଲା। ତେବେ ନିର୍ବାଚନ ନିକଟତର ହେବା ସହ ଟ୍ରମ୍ପ ତାଙ୍କ ସ୍ଥିତିକୁ ସୁଧାରିବା ସହ ହାରିସଙ୍କଠାରୁ ସାମାନ୍ୟ ଆଗୁଆ ଥିବା ପ୍ରକାଶ ପାଉଛି।

ଉଭୟଙ୍କ ମଧ୍ୟରେ ବ୍ୟବଧାନ ଏତେ କମ ଯେ, ଏ ନିର୍ବାଚନରେ କିଏ ଜିତିବ ତାହା ସ୍ପଷ୍ଟ ରୂପେ ପୂର୍ବାନୁମାନ କରିହେଉନାହିଁ। ସାରା ଦେଶରେ ଉଭୟ ପ୍ରାର୍ଥୀଙ୍କ ମଧ୍ୟରେ ଭୋଟର ବ୍ୟବଧାନ ଅତି କମ ହୋଇଥିଲେ ପ୍ରାର୍ଥୀଙ୍କ ହାର ଜିତ୍ ଏହିଭଳି କତିପୟ ରାଜ୍ୟରେ ନିର୍ଦ୍ଧାରିତ ହେଉଥିବାରୁ ଏଗୁଡ଼ିକୁ ରଣଭୂମି ରାଜ୍ୟ (ବ୍ୟାଟଲଗ୍ରାଉଣ୍ଡ ଷ୍ଟେଟସ୍) ବୋଲି କୁହାଯାଇଥାଏ।

Related post

Leave a Reply

Your email address will not be published. Required fields are marked *