ଅନୁଗୁଳ: ଗୁଳିମାଡ଼ରେ ଶଳା ଭିଣୋଇ ଗୁରୁତର

ଅନୁଗୁଳ: ଗୁଳିମାଡ଼ରେ ଶଳା ଭିଣୋଇ ଗୁରୁତର

ଅନୁଗୁଳ ଜିଲ୍ଲା ବନ୍ତଳା ଥାନା କହ୍ନେଇ ନଗରରେ ଗୁଳିମାଡ଼ରେ ଶଳା ଭିଣୋଇ ଗୁରୁତର ଘଟଣାରେ ୫ ସୁପାରୀ କିଲର ଗିରଫ ହୋଇଛନ୍ତି । ସେମାନଙ୍କ ଠାରୁ ଦୁଇଟି ରିଭରଭର, ଗୁଳି,ବାଇକ ଓ ଏଟିଏମ କାର୍ଡ ଜବତ କରିଛି ପୋଲିସ । ରାଜକିଶୋର ସାହୁ ସହ ପୂର୍ବ ଶତ୍ରୁତାରୁ ଏହି ଘଟଣା ଘଟିଥିବା ଅନୁଗୁଳ ଏସ ପି ରାହୁଲ ଜୈନ ସୂଚନା ଦେଇଛନ୍ତି ।

ସୂଚନା ଅନୁସାରେ କୌଣସି ଅପରାଧିକ କାର୍ଯ୍ୟକୁ ନେଇ ଦୀର୍ଘ ଦିନ ହେବ ଆହତ ଵିଷ୍ଣୁ ଚରଣ ନାଏକ ଓ ରାଜକିଶୋରଙ୍କ ମଧ୍ୟରେ ଶତ୍ରୁତା ଲାଗି ରହିଥିଲା ।  ଏଥିପାଇଁ ଦୁଇ ଦୁଇ ଥର ସୁପାରୀ ଦେଇ ରାଜକିଶୋର ବିଷ୍ଣୁଙ୍କୁ ରାସ୍ତାରୁ ହଟାଇବା ପାଇଁ ଷଡ଼ଯନ୍ତ୍ର ରଚିଥିଲା ବୋଲି ଏସପି ସୂଚନା ଦେଇଛନ୍ତି ।

ରାଜକିଶୋର ଗତ ୯ ତାରିଖ ପୂର୍ବରୁ ଘଟାଇଥିବା ଏକ ଅପହରଣ ମାମଲାରେ ପୋଲିସ ନିକଟରେ ଆତ୍ମସମର୍ପଣ କରି ଏବେ ଜେଲରେ ଥିବା ବେଳେ ଏହି ଘଟଣା ଘଟିଛି । ତେବେ ଜେଲେ ଯିବା ପୂର୍ବରୁ ସେ ଏହି ଷଡ଼ଯନ୍ତ୍ର ରଚିଥିବା ପୋଲିସ କହିଛି । ତେବେ କଣ ସେ ଅପରାଧିକ କାର୍ଯ୍ୟ ଓ କାହିଁକି ଏହି ଦୁଇ ଜଣଙ୍କ ମଧ୍ୟରେ ଶତ୍ରୁତା ଥିଲା ତାହା ସ୍ପଷ୍ଟ କରିନାହିଁ ପୋଲିସ ।

Related post

୨ଜଣ ଲୁଟେରା ଗ୍ୟାଙ୍ଗର ଲିଡର ସମେତ ୩ ଜଣଙ୍କୁ ଗିରଫ କଲା ପୋଲିସ

୨ଜଣ ଲୁଟେରା ଗ୍ୟାଙ୍ଗର ଲିଡର ସମେତ ୩ ଜଣଙ୍କୁ ଗିରଫ କଲା…

ଅନୁଗୁଳ ପୋଲିସକୁ ମିଳିଛି ସଫଳତା । ୨ଜଣ ଲୁଟେରା ଗ୍ୟାଙ୍ଗର ଲିଡର ସମେତ ୩ ଜଣଙ୍କୁ ଗିରଫ କରିଛି ଅନୁଗୁଳ ପୋଲିସ । ପୋଲିସ ସୁନା ଗହଣା, ଟଙ୍କା…

Leave a Reply

Your email address will not be published. Required fields are marked *