ପ୍ରତିଶୋଧ ନେଲା ଅଷ୍ଟ୍ରେଲିଆ, ୧୦ ୱିକେଟରେ ଜିତିନେଲା ଆଡିଲେଡ ଟେଷ୍ଟ

ପ୍ରତିଶୋଧ ନେଲା ଅଷ୍ଟ୍ରେଲିଆ, ୧୦ ୱିକେଟରେ ଜିତିନେଲା ଆଡିଲେଡ ଟେଷ୍ଟ

ତୃତୀୟ ଦିନରେ ଅଷ୍ଟ୍ରେଲିଆ ପିଙ୍କ ବଲ୍ ଟେଷ୍ଟକୁ ୧୦ ୱିକେଟରେ ଜିତିନେଇଛି । ଭାରତ ତୃତୀୟ ଦିନରେ ବ୍ୟାଟିଂ କରି ମାତ୍ର ୧୮ ରନ ବିଜୟ ପାଇଁ ଦେଇଥିଲା । ଯାହାକୁ ଅଷ୍ଟ୍ରେଲିଆ ଅତି ସହଜରେ କରି ୧୦ ୱିକେଟରେ ଦ୍ବିତୀୟ ଟେଷ୍ଟ ଜିତିନେଇଛି । ଫଳରେ ସିରିଜ ୧-୧ରେ ବରାବର ରହିଛି ।

ପର୍ଥରେ ଟେଷ୍ଟ ୨୯୫ ରନ୍‌ରେ ପରାସ୍ତ ହୋଇଥିବା ଅଷ୍ଟ୍ରେଲିଆକୁ ଆଡିଲେଡ୍ ଓଭାଲରେ ଭାରତ ଦେଇଥିଲା ମାତ୍ର ୧୯ ରନ୍‌ର ବିଜୟ ଲକ୍ଷ୍ୟ । ଅଷ୍ଟ୍ରେଲିଆ ଏହାକୁ କୌଣସି ୱିକେଟ୍ ନହରାଇ ୩.୨ ଓଭରରେ ହାସଲ କରି ନେଇଥିଲା ।

ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା । ପ୍ରଥମ ଇନିଂସରେ ଦଳ ମାତ୍ର ୧୮୦ ରନ୍ କରିଥିଲା । ଭାରତ ୧୮୦ ରନରେ ଅଲଆଉଟ ହେବା ପରେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ବ୍ୟାଟିଂରେ ନିଜର ଜଲୱା ଦେଖାଇଥିଲା । ଟ୍ରାଭିସ ହେଡଙ୍କ ଦମଦାର ୧୪୦ ଓ ମାନର୍ସ ଲାବୁଶେନଙ୍କ ୬୪ ରନ ବଳରେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୩୩୭ ରନ କରି ଅଲଆଉଟ ହୋଇଯାଇଥିଲା । ଫଳରେ ଟିମକୁ ଆଡିଲେଡରେ ୧୫୭ ରନର ଲିଡ ମିଳିଥିଲା ।

ଭାରତ ପକ୍ଷରୁ ଯଶପ୍ରୀତ ବୁମରା ଓ ମହମ୍ମଦ ସିରାଜ ୪ଟି ଲେଖାଏ ୱିକେଟ  ମିଳିଥିଲା । ନୀତୀଶ କୁମାର ରେଡ୍ଡୀ ଓ ରବି ‌ଅଶ୍ୱିନଙ୍କୁ ଗୋଟିଏ ଲେଖାଏ ୱିକେଟ ମିଳିଥିଲା ।

ଦ୍ୱିତୀୟ ଇନିଂସରେ ଭାରତର ପ୍ରଦର୍ଶନରେ କୌଣସି ପରିବର୍ତ୍ତନ ଆସି ନଥିଲା । ଦଳର ପ୍ରମୁଖ ବ୍ୟାଟରମାନେ ପୁଣି ଫେଲ୍ ମାରିଥିଲେ । ଦଳର ସ୍କୋର ୧୫୦ ଛୁଇଁବା ପୂର୍ବରୁ ୭ ଜଣ ଆଉଟ୍ ହୋଇଯାଇଥିଲେ । ଗତକାଲି ଦଳ ୫ଟି ୱିକେଟ ହରାଇଥିବା ବେଳେ ଆଜି ଘଣ୍ଟେରୁ ଟିକେ ଅଧିକ ସମୟ ମଧ୍ୟରେ ବାକି ୫ଟି ୱିକେଟ୍ ହରାଇଥିଲା ।

ଦଳ ମାତ୍ର ୩୬.୫ ଓଭରରେ ଦ୍ୱିତୀୟ ଇନିଂସରେ ଅଲ୍‌ ଆଉଟ୍ ହୋଇଯାଇଥିଲା । ଦଳ ପକ୍ଷରୁ ନୀତୀଶ କୁମାର ରେଡ୍ଡୀ ସର୍ବାଧିକ ୪୨ ରନ୍ କରିଛନ୍ତି । ଅଶ୍ବିନ ୨୨ ରନ, ହର୍ଷିତ ରାଣା ୦, ବୁମରା ୦, ସରାଜ ୪(ଅପରାଜିତ) ରହିଥିଲେ । ଆଉ କୌଣସି ବ୍ୟାଟର ୩୦ ମଧ୍ୟ ଟପି ନାହାନ୍ତି ।

 

Related post

Champions Trophy: ଆଫଗାନିସ୍ତାନକୁ ୧୦୭ ରନରେ ପରାସ୍ତ କଲା ଦକ୍ଷିଣ ଆଫ୍ରିକା

Champions Trophy: ଆଫଗାନିସ୍ତାନକୁ ୧୦୭ ରନରେ ପରାସ୍ତ କଲା ଦକ୍ଷିଣ ଆଫ୍ରିକା

ରିଆନ ରିକେଲଟନଙ୍କ ଶତକ ଏବଂ କାଗିସୋ ରାବାଡାଙ୍କ ଘାତକ ବୋଲିଂ ଯୋଗୁଁ ଦକ୍ଷିଣ ଆଫ୍ରିକା ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ବିଜୟ ସହ ତା’ର ଅଭିଯାନ ଆରମ୍ଭ କରିଛି ।…
ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୩ଟି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଖେଳାଯିବ ।

ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୩ଟି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ…

ଟି୨୦ ସିରିଜରେ ଇଂଲଣ୍ଡରେ ହରାଇବା ପରେ ଏବେ ଟିମ୍ ଇଣ୍ଡିଆ ଦିନିକିଆ ସିରିଜ ଖେଳିବ । ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୩ଟି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ…
ବାରବାଟୀ ପାଇଁ ଆଜିଠୁ ମିଳିବ କାଉଣ୍ଟର ଟିକେଟ କ୍ରିକେଟ ପ୍ରେମୀ ଲମ୍ବା ଧାଡି ରେ

ବାରବାଟୀ ପାଇଁ ଆଜିଠୁ ମିଳିବ କାଉଣ୍ଟର ଟିକେଟ କ୍ରିକେଟ ପ୍ରେମୀ ଲମ୍ବା…

କାଲି ରାତିରୁ ଲାଇନ ଲଗାଇଛନ୍ତି କ୍ରିକେଟ ପ୍ରେମୀ । ଆଜି ଓ କାଲି ଦୁଇଦିନ ଧରି କାଉଣ୍ଟରରେ ଟିକେଟ ବିକ୍ରି ହେବ । ଆଜି ସକାଳ ୯ଟାରୁ ସନ୍ଧ୍ୟା…

Leave a Reply

Your email address will not be published. Required fields are marked *