କାନାଡା : ଖଲିସ୍ତାନୀ ଆତଙ୍କବାଦୀ ଅର୍ଶ ଡାଲ୍ଲାକୁ ଗିରଫ କରିଛି  ପୋଲିସ

କାନାଡା : ଖଲିସ୍ତାନୀ ଆତଙ୍କବାଦୀ ଅର୍ଶ ଡାଲ୍ଲାକୁ ଗିରଫ କରିଛି ପୋଲିସ

ଭାରତୀୟ ସୁରକ୍ଷା ଏଜେନ୍ସିଙ୍କ ସୂଚନା ଅନୁୟାୟୀ, ଗ୍ୟାଙ୍ଗଷ୍ଟର ଅର୍ଶ ଡାଲ୍ଲା ଭାରତର ବିଭିନ୍ନ ଅପରାଧିକ କାର୍ଯ୍ୟକଳାପରେ ଜଡ଼ିତ ଥିବାବେଳେ ସେ ଫେରାର ଥିଲା । ଫେରାର ପରେ କାନାଡାରେ ସେ ତାର ପତ୍ନୀ ସହ ରହୁଥିଲା । ନିକଟରେ ଗୁଳିକାଣ୍ଡ ଘଟଣାରେ ହାଲଟନ ରିଜନାଲ ପୋଲିସ ସର୍ଭିସ ଯାଞ୍ଚ କରୁଥିଲା। ଏହି ଘଟଣାରେ ପୋଲିସ ଅର୍ଶ ଡାଲ୍ଲାଙ୍କୁ ଗିରଫ କରି ପଚରାଉଚରା କରୁଛି ।

ଅପରପକ୍ଷରେ ରବିବାର ସକାଳେ ପଞ୍ଜାବ ଫରିଦକୋଟରେ ମଧ୍ୟ ତାଙ୍କର ଦୁଇ ଜଣ ସାଥିଙ୍କୁ ଗିରଫ କରାଯାଇଥିଲା। ଏହି ଦୁଇ ସୁଟର ମଧ୍ୟ ଗ୍ୟାଙ୍ଗଷ୍ଟର ଅର୍ଶ ଡାଲ୍ଲାଙ୍କ ନିର୍ଦ୍ଦେଶରେ ଗ୍ୱାଲିଅରରେ ଜସୱନ୍ତ ସିଂ ଗିଲଙ୍କୁ ହତ୍ୟା କରିଥିଲେ। ପଞ୍ଜାବ ପୋଲିସର ଡିଜିପି ଏହି ସୂଚନା ଦେଇଛନ୍ତି।

ସୂଚନା ଅନୁଯାୟୀ, କନାଡାରେ ୨୭ କିମ୍ୱା ୨୮ ନଭେମ୍ୱରରେ ହୋଇଥିବା ଗୁଳିକାଣ୍ଡ ଘଟଣାରେ ସ୍ଥାନୀୟ ପୋଲିସ ଗିରଫ କରିଛି । ଏଥିରେ ଅର୍ଶ ଡାଲ୍ଲା ସାମିଲ ଥିଲେ ।

Related post

୨ଜଣ ଲୁଟେରା ଗ୍ୟାଙ୍ଗର ଲିଡର ସମେତ ୩ ଜଣଙ୍କୁ ଗିରଫ କଲା ପୋଲିସ

୨ଜଣ ଲୁଟେରା ଗ୍ୟାଙ୍ଗର ଲିଡର ସମେତ ୩ ଜଣଙ୍କୁ ଗିରଫ କଲା…

ଅନୁଗୁଳ ପୋଲିସକୁ ମିଳିଛି ସଫଳତା । ୨ଜଣ ଲୁଟେରା ଗ୍ୟାଙ୍ଗର ଲିଡର ସମେତ ୩ ଜଣଙ୍କୁ ଗିରଫ କରିଛି ଅନୁଗୁଳ ପୋଲିସ । ପୋଲିସ ସୁନା ଗହଣା, ଟଙ୍କା…
ସୁବର୍ଣ୍ଣପୁର ସିଏସ୍‌ଓ ସୁରେଶ କୁମାର ପାଣିଗ୍ରାହୀ ଗିରଫ

ସୁବର୍ଣ୍ଣପୁର ସିଏସ୍‌ଓ ସୁରେଶ କୁମାର ପାଣିଗ୍ରାହୀ ଗିରଫ

ସୁରେଶ ପାଣିଗ୍ରାହୀଙ୍କୁ ଗିରଫ କଲା ଭିଜିଲାନ୍ସ । ଆ ୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । ଆଜି ସୁରେଶ ପାଣିଗ୍ରାହୀଙ୍କୁ କରାଯିବ କୋର୍ଟ…
କାନାଡ଼ାରେ ହିନ୍ଦୁ ମନ୍ଦିରରେ ଖଲିସ୍ତାନୀ ଆକ୍ରମଣ  ନିନ୍ଦା କଲେ ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ

କାନାଡ଼ାରେ ହିନ୍ଦୁ ମନ୍ଦିରରେ ଖଲିସ୍ତାନୀ ଆକ୍ରମଣ ନିନ୍ଦା କଲେ ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌…

କାନାଡର ବ୍ରାମ୍ପଟନରେ ହିନ୍ଦୁ  ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଉପରେ ଖାଲିସ୍ତାନୀମାନେ ଆକ୍ରମଣ କରିଛନ୍ତି । ଘଟଣାର ଏକ ଭିଡ଼ିଓ ହିନ୍ଦୁ ଫୋରମ କାନାଡ଼ାର X ସାଇଟରେ ସେୟାର କରିଛି ।…

Leave a Reply

Your email address will not be published. Required fields are marked *