
ଭାରତରୁ ଚୀନ୍ ସିଧାସଳଖ ଉଡ଼ିବ ବିମାନ ସେବା ଖୁବ୍ ଶୀଘ୍ର ଆରମ୍ଭ ହେବ
- ଦେଶ ବିଦେଶ
- January 28, 2025
- No Comment
- 17
କରୋନା ମହାମାରୀ ପରଠାରୁ ଦୁଇ ଦେଶ ମଧ୍ୟରେ ସିଧାସଳଖ ବିମାନ ଚଳାଚଳକୁ ସ୍ଥଗିତ ରଖାଯାଇଥିଲା । ପ୍ରାୟ ୫ ବର୍ଷ ପରେ ପୁଣି ଥରେ ଦୁଇ ଦେଶ ମଧ୍ୟରେ ସିଧାସଳଖ ବିମାନ ଉଡ଼ାଣ ଆରମ୍ଭ ହେବାକୁ ଯାଉଛି । ୨୦୨୦ ମସିହାରୁ ବନ୍ଦ ରହିଥିବା କୈଳାସ ମାନସରୋବର ଯାତ୍ରା । ଯାହାକୁ ପୁନଶ୍ଚ ଆରମ୍ଭ କରିବା ପାଇଁ ଭାରତ ଓ ଚୀନ୍ ଏବେ ନିଷ୍ପତ୍ତି ନେଇଛନ୍ତି । ଚଳିତବର୍ଷ ଗ୍ରୀଷ୍ମ ଋତୁରେ କୈଳାସ ମାନସରୋବର ଯାତ୍ରା ଆରମ୍ଭ ହେବ ।ଭାରତ ଏବଂ ଚୀନ୍ ମଧ୍ୟରେ ବୈଦେଶିକ ସଚିବ-ଉପବୈଦେଶିକ ମନ୍ତ୍ରୀ ବୈଠକ ଅନୁଷ୍ଠିତ ହୋଇଥିଲା ।
ଏହି ବୈଠକରେ ଚୀନ୍ ବୈଦେଶିକ ମନ୍ତ୍ରୀ ୱାଙ୍ଗ୍ କହିଥିଲେ ଯେ, ଚୀନ୍ ଓ ଭାରତ ସନ୍ଦେହ ଓ ବିଚ୍ଛିନ୍ନତା ଅପେକ୍ଷା ପାରସ୍ପରିକ ସମର୍ଥନ ଓ ପାରସ୍ପରିକ ସଫଳତାକୁ ପ୍ରାଥମିକତା ଦେବା ନିହାତୀ ଆବଶ୍ୟକ । ପୂର୍ବ ଲଦାଖର ଏଲ୍ଏସିରେ ଦୀର୍ଘ ଦିନ ଧରି ସାମରିକ ବିବାଦ ଯୋଗୁ ଉଭୟ ଦେଶ ମଧ୍ୟରେ ଦେଖାଦେଇଥିବା ଦ୍ୱିପାକ୍ଷିକ ସମ୍ପର୍କକୁ ସୁଧାରିବାକୁ ଚେଷ୍ଟା ଚାଲିଛି । ଏପଟେ ମିସ୍ରିଙ୍କ ଏହି ଗସ୍ତ ମାତ୍ର ଏକ ମାସ ମଧ୍ୟରେ ଦୁଇ ଦେଶ ଭିତରେ ଦ୍ୱିତୀୟ ସବୁଠୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ।
ଉଭୟ ଚୀନ୍-ଭାରତ ସମ୍ପର୍କର ଉନ୍ନତି ଉଭୟ ଦେଶ ଓ ଜନସାଧାରଣଙ୍କ ମୌଳିକ ସ୍ୱାର୍ଥ ସହ ଜଡ଼ିତ ବୋଲି ଚୀନ୍ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିଜ୍ଞପ୍ତିରେ ୱାଙ୍ଗ୍ କହିଛନ୍ତି । ଏପଟେ ଦୁଇ ଅଧିକାରୀ ସେମାନଙ୍କ ନେତାଙ୍କ ମଧ୍ୟରେ ହୋଇଥିବା ଚୁକ୍ତିକୁ କାର୍ଯ୍ୟକାରୀ କରିବା ଓ ଚୀନ୍-ଭାରତ ସମ୍ପର୍କରେ ସ୍ଥିରତା ଆଣିବା ଉପରେ ମତ ବିନିମୟ କରିଥିଲେ । ତେବେ ବୈଠକ ପରେ ଚୀନ୍ ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ, ଦୁଇ ଦେଶର ନେତାଙ୍କ ମଧ୍ୟରେ ହୋଇଥିବା ଏହି ଗୁରୁତ୍ୱପୂର୍ଣ୍ଣ ସହମତିକୁ ଉଭୟ ପକ୍ଷ ଆନ୍ତରିକ ଭାବରେ କାର୍ଯ୍ୟକାରୀ କରିଛନ୍ତି ।