
ଝାଡ଼ଖଣ୍ଡ ନିର୍ବାଚନରେ ଦବ୍ଦବା ଦେଖାଇଲେ କଂଗ୍ରେସ ସାଂସଦ ସପ୍ତଗିରି ଉଲାକା ।
- ରାଜ୍ୟ
- November 24, 2024
- No Comment
- 16
ବରିଷ୍ଠ କଂଗ୍ରେସ ନେତା ସଚିନ୍ ପାଇଲଟ୍ ଝାଡ଼ଖଣ୍ଡ କଂଗ୍ରେସର ପ୍ରଭାରୀ ଥିବା ବେଳେ ସପ୍ତଗିରି ସହପ୍ରଭାରୀ ଭାବେ କାମ କରୁଥିଲେ । ଦୀର୍ଘଦିନ ହେବ ଝାଡ଼ଖଣ୍ଡରେ ରହି ଦଳ ପାଇଁ ନୀତି ନିର୍ଦ୍ଧାରଣ କରୁଥିଲେ । ଦଳ କେମିତି ଅଧିକ ଆସନ ହାତେଇବ, ସେ ନେଇ ରଣନୀତି ପ୍ରସ୍ତୁତ କରିଥିଲେ ।
ଝାଡ଼ଖଣ୍ଡରେ କଂଗ୍ରେସକୁ ଇଣ୍ଡିଆ ମେଣ୍ଟ ପକ୍ଷରୁ ୩୦ଟା ସିଟ୍ ମିଳିଥିଲା । ସେଥିରୁ ୧୬ଟି ସିଟ୍ ଜିତାଇବାରେ ସପ୍ତଗିରିଙ୍କ ପ୍ରମୁଖ ଭୂମିକା ରହିଥିବା ବରିଷ୍ଠ କଂଗ୍ରେସ ନେତା କହିଛନ୍ତି । ଏହା ଦ୍ୱାରା ଦଳରେ ତାଙ୍କ ଦବ୍ଦବା ବଢ଼ିବ । ଏହି ନିର୍ବାଚନରେ ଓଡ଼ିଶା କଂଗ୍ରେସ ପ୍ରଭାରୀ ଥିବା ଡ. ଅଜୟ କୁମାର ରାଜ୍ୟପାଳ ରଘୁବର ଦାସଙ୍କ ପୁତ୍ରବଧୂ ପୂର୍ଣ୍ଣିମା ସାହୁଙ୍କଠୁ ଲକ୍ଷାଧିକ ଭୋଟରେ ହାରିଛନ୍ତି ।