ବାତ୍ୟା ‘ଦାନା’, ପାରଦୀପ ଠାରୁ ୨୧୦ କିଲୋମିଟର ଦୂରରେ

ବାତ୍ୟା ‘ଦାନା’, ପାରଦୀପ ଠାରୁ ୨୧୦ କିଲୋମିଟର ଦୂରରେ

ସମୁଦ୍ରରୁ ବଳ ଗୋଟାଇ ମାଡ଼ି ଆସୁଛି ଭୀଷଣ ବାତ୍ୟା ଦାନା । ଘଣ୍ଟାକୁ ୧୨ କିଲୋମିଟ ବେଗରେ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଆଗକୁ ବଢ଼ୁଛି ଦାନା । ସ୍ଥଳ ଭାଗର ନିକଟତର ହେବାରେ ଲାଗିଛି  । ଏବେ ପାରଦୀପ ଠାରୁ ୨୧୦ କିଲୋମିଟର ଦୂରରେ ରହିଛି ।

ଧାମରା ଠାରୁ ୨୪୦ କିଲୋମିଟର ଏବଂ ସାଗର ଆଇଲ୍ୟାଣ୍ଡ ଠାରୁ ୩୧୦ କିଲୋମିଟର ଦୂରରେ ରହିଛି ବାତ୍ୟା । ଆଜି ରାତି ଏବଂ କାଲି ସକାଳ ମଧ୍ୟରେ ଲ୍ୟାଣ୍ଡଫଲ କରିବ ।  ପୁରୀ ଓ ସାଗର ଆଇଲ୍ୟାଣ୍ଡ ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବ। ଭିତରକନିକା ଓ ଧାମରା ମଝିରେ ଲ୍ୟାଣ୍ଡଫଲ କିରବା ଆକଳନ କରାଯାଇଛି ।

ଲ୍ୟାଣ୍ଡଫଲ ବେଳେ ପବନର ବେଗ ରହିବ ୧୦୦ ରୁ ୧୧୦ କିଲୋମିଟର ।  ଝଟକା ପବନର ବେଗ ୧୨୦ କିଲୋମିଟର ରହିପାରେ ।  ବାତ୍ୟାର ପ୍ରକୋପ ଆରମ୍ଭ ହେଲାଣି । ଧାମରାରେ ପ୍ରବଳ ବର୍ଷା ପବନ ହେଉଛି। କେନ୍ଦ୍ରାପଡ଼ାରେ ମଧ୍ୟ ପ୍ରବଳ ବର୍ଷା ପବନ ।  ଗୁଡ଼ିକରେ ବର୍ଷା ଲାଗି

। ବାତ୍ୟାରେ ବେଶି ପ୍ରଭାବିତ ହେବ ୩ ଜିଲ୍ଲା। ଭଦ୍ରକ, ବାଲେଶ୍ବର ଓ କେନ୍ଦ୍ରାପଡ଼ା । ସମୁଦ୍ର ଜୁଆରିଆ ହେଲାଣି । ୧ରୁ ୨ ମିଟର ଉଚ୍ଚର ଜୁଆର ଉଠିବା ନେଇ ଆକଳନ କରିଛି ପାଣିପାଗ ବିଭାଗ । କଚା ଘର କ୍ଷତିଗ୍ରସ୍ତ ହେବା ଆଶଂକା ରହିଛି। ଆଜବେଷ୍ଟସ୍ ଛାତ ବି ଉଡ଼ାଇବ ବାତ୍ୟା ପବନ ।

Related post

ସତର୍କ କଲା ପାଣିପାଗ କେନ୍ଦ୍ର, ଆଜିଠୁ ବଢ଼ିବ ବର୍ଷା

ସତର୍କ କଲା ପାଣିପାଗ କେନ୍ଦ୍ର, ଆଜିଠୁ ବଢ଼ିବ ବର୍ଷା

ବଙ୍ଗୋପସାଗରରେ ଆଣ୍ଟି ସାଇକ୍ଲୋନିକ ସର୍କୁଲେସନ ସକ୍ରିୟ । ଏହା ସହ ଟ୍ରପ ଲାଇନ ପ୍ରଭାବରେ ରାଜ୍ୟ ମଧ୍ୟକୁ ସମୁଦ୍ର ପଟୁ ଜଳୀୟବାଷ୍ପ ପ୍ରବେଶ କରୁଛି । ପ୍ରଭାବରେ ରାଜ୍ୟର…
ବିଦେଶୀ ପକ୍ଷୀଙ୍କ ସଂଖ୍ୟା, ଭିତରକନିକାକୁ ଆସିଛନ୍ତି ୧ ଲକ୍ଷ ୫୧ ହଜାର ୬୧୪ଟି ପକ୍ଷୀ

ବିଦେଶୀ ପକ୍ଷୀଙ୍କ ସଂଖ୍ୟା, ଭିତରକନିକାକୁ ଆସିଛନ୍ତି ୧ ଲକ୍ଷ ୫୧ ହଜାର…

ଚଳିତବର୍ଷ ୧ ଲକ୍ଷ ୫୧ ହଜାର ୬୧୪ଟି ବିଦେଶୀ ପକ୍ଷୀ ଆସିଛନ୍ତି । ଚଳିତବର୍ଷ ୧୧୮ ପ୍ରଜାତି ପକ୍ଷୀ ଚିହ୍ନଟ ହୋଇଥିବାବେଳେ ଗତବର୍ଷ ତୁଳନାରେ ୩ କମ୍ ରହିଛନ୍ତି…
ବଢ଼ିଲା ଶିକ୍ଷକଙ୍କ ଦରମା

ବଢ଼ିଲା ଶିକ୍ଷକଙ୍କ ଦରମା

ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଅନୁଯାୟୀ ,ଏହି ଶିକ୍ଷକମାନଙ୍କ ମାସିକ ପାରିଶ୍ରମିକ  ୧୧ ହଜାର ଶହେ ଟଙ୍କାରୁ ବୃଦ୍ଧି ପାଇ ୧୬ ହଜାର ଟଙ୍କା କରାଯାଇଛି । ଏହାସହିତ ଏହି ବର୍ଗର…

Leave a Reply

Your email address will not be published. Required fields are marked *