
ଧାମରା : କଇଥକୋଲା କିଶୋରପ୍ରସାଦରେ ଫୁଟିଲା ଗୁଳି ଯୁବକ ଗୁରୁତର
- ଅପରାଧରାଜ୍ୟ
- November 3, 2024
- No Comment
- 20
ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ କଇଥଖୋଲା କିଶୋର ପ୍ରସାଦ ଛକ ନିକଟରେ ଗତକାଲି ହୋଇଥିଲା ଗୁଳିକାଣ୍ଡ। ଏଥିରେ ଗାଁର ଭଗୀରଥ ମହାପାତ୍ରଙ୍କ ପୁଅ ରାଜେନ୍ଦ୍ର ମହାପାତ୍ର ଗୁରୁତର ହୋଇଥିଲେ। ତାଙ୍କୁ ଗ୍ରାମବାସୀ ପ୍ରଥମେ ବାସୁଦେବପୁର ନେଇ ଆସିଥିଲେ ପରେ ଅବସ୍ଥା ଗୁରୁତର ହେବାରୁ ଅଧିକ ଚିକିତ୍ସା ପାଇଁ ପ୍ରଥମେ ଭଦ୍ରକ ଓ ପରେ କଟକ ସନାନ୍ତର କରାଯାଇଛି।
ଦୁର୍ବୁତ୍ତମାନେ ଗାଁ ନିକଟ ଵିଲ ପାଖରେ ମଦ୍ୟ ପାନ କରୁଥିବା ବେଳେ କୋଇଥକୋଲା ଅଂଚଳର ୩ ଯୁବକ ସେହି ବାଟ ଦେଇ ଯାଉଥିଲେ । ଏହି ସମୟରେ କଥା କଟାକଟିକୁ ନେଇ ଦୁର୍ବୃତ୍ତମାନେ ଗୁଳି ଚଳାଇ ଥିଲେ ।
ଏଥିରେ ରାଜେନ୍ଦ୍ର ମହାପାତ୍ରଙ୍କ ମୁଣ୍ଡରେ ଗୁଳି ବାଜିବାରୁ ଗୁରୁତର ହୋଇ ପଡ଼ିଥିଲେ । ସ୍ଥାନୀୟ ଲୋକେ ଗୁଳି ଶବ୍ଦ ଶୁଣି ଘଟଣା ସ୍ଥଳରେ ପହଞ୍ଚିବା ବେଳେକୁ ଦୁର୍ବୃତ୍ତ ଫେରାର ମାରିଥିଲେ । ଧାମରା ପୁଲିସ ଏନେଇ ଅଧିକ ତଦନ୍ତ ଆରମ୍ଭ କରିଛି ।