ଆମେରିକା ନିର୍ବାଚନ ଜିତିଲେ ଡୋନାଲ୍ଡ ଟ୍ରମ୍ପ

ଆମେରିକା ନିର୍ବାଚନ ଜିତିଲେ ଡୋନାଲ୍ଡ ଟ୍ରମ୍ପ

ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପଙ୍କ ବୃହତ ବିଜୟ ହୋଇଛି ।  ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ୍ ଗଣତି ଜାରି ଥିବାବେଳେ ଏହାରି ଭିତରେ ଫକ୍ସ ନ୍ୟୁଜ୍ ଟ୍ରମ୍ପଙ୍କ ରିପବ୍ଲିକାନ୍ ପାର୍ଟିର ବିଜୟ ଘୋଷଣା କରିଛି ।

ଭାରତୀୟ ବଂଶୋଦ୍ଭବ ତଥା ରାଷ୍ଟ୍ରପତି ପ୍ରାର୍ଥୀ କମଲା ହାରିସଙ୍କୁ ହରେଇ ଟ୍ରମ୍ପ ଆଉ ଥରେ ରାଷ୍ଟ୍ରପତି ହେବା ପକ୍କା ହେଇଛି । ଅନ୍ତର୍ଜାତୀୟ ଗଣମାଧ୍ୟମରେ ଏନେଇ ଖବର ପ୍ରକାଶ ପାଇଛି । ତେବେ ବର୍ତ୍ତମାନ ଆମେରିକା ରାଷ୍ଟ୍ରପତି ନିର୍ବାଚନର ଭୋଟ୍ ଗଣତି ଜାରି ରହିଛି ।

ରାଷ୍ଟ୍ରପତି ରେସରେ ଏବେ ପଛରେ ପଡିଛନ୍ତି କମଳା ହାରିସ୍ । ଇଲେକ୍ଟୋରାଲ କଲେଜର କାଉଣ୍ଟିଂ ଟ୍ରେଣ୍ଡରେ କମଳା ହାରିସ ହେବେ ୨୧୪ ସିଟରେ ରହିଯାଇଛନ୍ତି । ଅନ୍ୟପଟେ ଡୋନାଲ୍ଡ ଟ୍ରମ୍ପ କିନ୍ତୁ କମଳାଙ୍କଠୁ ଆଗରେ ରହିଛନ୍ତି । ସୂଚନାଯୋଗ୍ୟ ଯେ, ୫୩୮ ଇଲେକ୍ଟୋରାଲ କଲେଜରୁ ବିଜୟ ପାଇଁ ୨୭୦ରେ ବିଜୟ ଆବଶ୍ୟକ ।ବିଶ୍ୱର ସବୁଠାରୁ ଜଟିଳ ଏହି ନିର୍ବାଚନ ପ୍ରକ୍ରିୟାରେ ରାଷ୍ଟ୍ରପତି ହେବା ପାଇଁ ସଂଖାଗରିଷ୍ଠତା ରହିଛି ୨୭୦ । ଏଠାରେ ମୋଟ ୫୩୮ ଇଲେକ୍ଟୋରାଲ କଲେଜ ଥିବାବେଳେ ବିଜୟ ପାଇଁ ୨୭୦ କିମ୍ବା ଏହାଠାରୁ ଅଧିକ ଆବଶ୍ୟକ ହୋଇଥାଏ ।

ଏବେ ମ୍ୟାଜିକ ନମ୍ବରକୁ ପାର୍‌ କରି ଦେଇଛନ୍ତି ଟ୍ରମ୍ପ । କମଲା ହାରିସ ୨୨୬ ଖଣ୍ଡ ଭୋଟ୍‌ ପାଇଥିବା ବେଳେ ଡୋନାଲ୍ଡ ଟ୍ରମ୍ପ ୨୭୭ ଖଣ୍ଡ ଭୋଟ୍‌ ହାସଲ କରିଛନ୍ତି ।

Related post

Leave a Reply

Your email address will not be published. Required fields are marked *