ଦଲିଆ ଖାନ୍ତୁ , ନିରୋଗ ରୁହନ୍ତୁ
- ଜୀବନ ଶୈଳୀ
- October 16, 2024
- No Comment
- 6
ଭିଟାମିନ୍ ଏବଂ ପ୍ରୋଟିନ୍ରେ ଭରପୂର ହୋଇଥାଏ ଦଲିଆ । ଏହି ଦଲିଆ ଖାଇବା ଦ୍ୱାରା କେବଳ ଓଜନ ହ୍ରାସ ହୁଏ ନାହିଁ ବରଂ ଅନେକ ରୋଗରୁ ମୁକ୍ତି ମଧ୍ୟ ମିଳିଥାଏ । ଆପଣମାନେ ଜାଣି ରଖନ୍ତୁ ଯେ, ଗହମର ପାଉଡରକୁ ଦାଲିଆ କୁହାଯାଏ ।
ଏଥିରେ ଅନେକ ପ୍ରକାରର ପୋଷକ ତତ୍ତ୍ୱ ମିଳିଥାଏ, ଯେପରି ଫାଇବର, କ୍ୟାଲସିୟମ, ମ୍ୟାଗେ୍ନସିୟମ, ଫସଫରସ୍, ପୋଟାସିୟମ୍, କାର୍ବୋହାଇଡ୍ରେଟ୍, ଜିଙ୍କ, ମିନେରାଲ୍ସ, ଭିଟାମିନ୍ ଏବଂ ଆଇରନ୍ ଭଳି ଜିନିଷ । ଯଦି ଆପଣ ନିଜ ପ୍ରତିଦିନ ଖାଦ୍ୟରେ ଦଲିଆ ଖାଉଛନ୍ତି, ତେବେ ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ ହେବ ।
ଆପଣଙ୍କ ଓଜନ ଦ୍ରୁତ ଗତିରେ ବଢୁଛି ତେବେ ଡାଏଟରେ ଦଲିଆ ନିଶ୍ଚିତ ସାମିଲି କରନ୍ତୁ । ଦଲିଆ ଫାଇବରରେ ଭୂରପୂର ଏବଂ ଓଜନ କମ କରିବାରେ ସାହାଯ୍ୟ କରିଥାଏ । ଏହାକୁ ଖାଇବା ଦ୍ୱାରା ଆପଣଙ୍କୁ ଲମ୍ବା ସମୟ ପର୍ଯ୍ୟନ୍ତ ଭୋକ ଲାଗିବ ନାହିଁ ।
ଦଲିଆରେ ଲୋ ଗ୍ଲାଇମେସିକ୍ ଇଣ୍ଡେକ୍ସ ଅଛି ଯାହା ଡାଇବେଟିସ ରୋଗୀଙ୍କ ପାଇଁ ଅତ୍ୟନ୍ତ ଲାଭ ଦାୟକ ହୋଇଥାଏ । ଏହାକୁ ଖାଇବା ଦ୍ୱାରା ଆପଣଙ୍କ ବ୍ଲଡ୍ ସୁଗାର ନିୟନ୍ତ୍ରଣ ରହିଥାଏ ।
ଦଲିଆ ଖାଇବା ଦ୍ବାରା କୋଲେଷ୍ଟ୍ରଲ କମ୍ ହୋଇଥାଏ, ଯାହାଫଳରେ ହାର୍ଟ ସମନ୍ଧୀୟ ରୋଗ ହେବାର ଆଶଙ୍କା ମଧ୍ୟ କମ୍ ରଖିଥାଏ ।
ସକାଳ ସମୟରେ ଦଲିଆ ଖାଇବା ଦ୍ୱାରା ଦିନସାରା ଶକ୍ତିଶାଳୀ ଲାଗିଥାଏ, ସେହିପରି ସନ୍ଧ୍ୟା ସମୟରେ ଦଲିଆ ଖାଇବା ଦ୍ୱାରା ଆପଣଙ୍କୁ ରାତି ସମୟରେ ଅଧିକ ଭୋକ ଲାଗିବ ନାହିଁ ।