ରେଢ଼ାଖୋଲ ବନାଞ୍ଚଳରେ ହାତୀ ମୃତ୍ୟୁ ଘଟଣା:  ତଦନ୍ତ ହେବ କହିଲେ ପିସିସିଏଫ୍

ରେଢ଼ାଖୋଲ ବନାଞ୍ଚଳରେ ହାତୀ ମୃତ୍ୟୁ ଘଟଣା: ତଦନ୍ତ ହେବ କହିଲେ ପିସିସିଏଫ୍

ଆଜି ସକାଳୁ ନାକଟିଦେଉଳ ରେଞ୍ଜ ବୁରାମାଲ ଜଙ୍ଗଲରେ ୩ଟି ହାତୀ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା । ଦୁଇଟି ବଡ଼ ହାତୀ ସହ ଗୋଟିଏ ଛୁଆ ହାତୀର ମୃତ୍ୟୁ ହୋଇଛି। ଘଟଣା ସ୍ଥଳରେ ବନବିଭାଗ ପହଞ୍ଚି ତଦନ୍ତ ଆରମ୍ଭ କରିଛି  ।

ବିଦ୍ୟୁତ ତାର ଲାଗି ହାତୀ ମୃତ୍ୟୁ ଘଟିଥିବା ସୂଚନା ମିଳିଛି  । ତେବେ ହାତୀ ମୃତ୍ୟୁ ପଛରେ ଦାୟୀ କିଏ, ସେନେଇ ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବ ବୋଲି ପିସିସିଏଫ୍ ସୁଶାନ୍ତ ନନ୍ଦ କହିଛନ୍ତି  ।

ଏଭଳି ଅଘଟଣ ପାଇଁ ବନକର୍ମଚାରୀଙ୍କୁ ଦାୟୀ କରିଛନ୍ତି ପିସିସିଏଫ୍ । ଏଥିସହ ବିଦ୍ୟୁତ ବିଭାଗର ଅବହେଳାକୁ ମଧ୍ୟ କାରଣ ଦର୍ଶାଇଛନ୍ତି । ବାରହା ଶିକାର ପାଇଁ ବିଛାଯାଇଥିଲା ଇଲେକ୍ଟ୍ରି ତାର ସଂସ୍ପର୍ଶରେ ଆସି ହାତୀ ମୃତ୍ୟୁ ଘଟିଛି । ତେବେ ବନ କର୍ମଚାରୀଙ୍କ ଦାୟିତ୍ବ, ସେମାନ ପାଟ୍ରୋଲିଂ କରି ବିଦ୍ୟୁତ ତାର ସଂଯୋଗ ବିଚ୍ଛିନ୍ନ କରିବା କଥା ବୋଲି ସୁଶାନ୍ତ ନନ୍ଦ କହିଛନ୍ତି ।

Related post

Leave a Reply

Your email address will not be published. Required fields are marked *