ପ୍ରଥମ ଟେଷ୍ଟ : ଦ୍ବିତୀୟ ପାଳିରେ ଭାରତ-ନ୍ୟୁଜିଲାଣ୍ଡ କଡା ଟକ୍କର

ପ୍ରଥମ ଟେଷ୍ଟ : ଦ୍ବିତୀୟ ପାଳିରେ ଭାରତ-ନ୍ୟୁଜିଲାଣ୍ଡ କଡା ଟକ୍କର

ପ୍ରଥମ ପାଳିରେ ନ୍ୟୁଜିଲାଣ୍ଡ ଭାରତୀୟ ବାଟିଂ ଦୁର୍ଗକୁ ଧରାଶାୟୀ କରିବା ପରେ ରଚିନ ରବୀନ୍ଦ୍ରଙ୍କ ଶତକ ବଳରେ ୪୦୨ ରନ୍ କରିଥିଲା । ରବୀନ୍ଦ୍ର ୧୫୭ ବଲରେ ୧୩୪ ରନ୍ ସ୍କୋର କରିଥିଲେ । ଅନମାନଙ୍କ ମଧ୍ୟରେ କନୱେ ୯୧, ୱିଲ ୟଙ୍ଗ ୩୩, ଟିମ୍ ସାଉଦି ୬୫ ରନ୍ ସଂଗ୍ରହ କରିଥିଲେ । ଭାରତ ପକ୍ଷରୁ ସ୍ପିନର ରବୀନ୍ଦ୍ର ଜାଡେଜା ଓ କୁଲଦୀପ ଯାଦବ ୩ଟି ଲେଖାଏଁ ଏବଂ ପେସ୍ ବୋଲର ମହମ୍ମଦ ସିରାଜ ୨ଟି ୱିକେଟ୍ ଦଖଲ କରିଥିଲେ ।

ପରେ ଭାରତ ୩୫୬ ରନ୍ ପଛରେ ରହି ଦ୍ବିତୀୟ ପାଳି ଆରମ୍ଭ କରିଥିଲା । ଓପ୍ନର ଯଶସ୍ବୀ ଜୟସ୍ବାଲ ୩୫, ଅଧିନାୟକ ରୋହିତ ଶର୍ମା ୫୨ ରନ୍ କରି ଆଉଟ୍ ହୋଇଥିଲେ । ଏହାପରେ ଇନିଂସ୍ ସମ୍ଭାଳି ଥିଲେ କୋହଲି ଓ ସର୍ଫରାଜ । ସେମାନେ ୩ୟ ୱିକେଟରେ ୧୩୬ ରନ୍ ଯୋଡ଼ିଥିଲେ ।

କୋହଲି ୧୦୨ ବଲରେ ୭୦ ରନ୍ (୧ ଛକା, ୮ ଚୌକା) କରି ଆଉଟ୍ ହୋଇଥିଲେ । ତେବେ ଏହି ପାଳି ବେଳେ ସେ ଟେଷ୍ଟ କ୍ରିକେଟରେ ୯ ହଜାର ରନ୍ ପୂର୍ଣ୍ଣ କରିଛନ୍ତି । ଅନ୍ୟପଟେ ସର୍ଫରାଜ ମାତ୍ର ୭୮ ବଲ ଖେଳି ୩ ଛକା ଓ ୭ ଚୌକା ସହ ୭୦ ରନରେ ଅପରାଜିତ ଅଛନ୍ତି । ନିଜର ପଞ୍ଚମ ଟେଷ୍ଟ ଖେଳୁଥିବା ଏହି ଯୁବ ଖେଳାଳିଙ୍କର ଏହା ହେଉଛି ସର୍ବାଧିକ ବ୍ୟକ୍ତିଗତ ସ୍କୋର ।

Related post

Champions Trophy: ଆଫଗାନିସ୍ତାନକୁ ୧୦୭ ରନରେ ପରାସ୍ତ କଲା ଦକ୍ଷିଣ ଆଫ୍ରିକା

Champions Trophy: ଆଫଗାନିସ୍ତାନକୁ ୧୦୭ ରନରେ ପରାସ୍ତ କଲା ଦକ୍ଷିଣ ଆଫ୍ରିକା

ରିଆନ ରିକେଲଟନଙ୍କ ଶତକ ଏବଂ କାଗିସୋ ରାବାଡାଙ୍କ ଘାତକ ବୋଲିଂ ଯୋଗୁଁ ଦକ୍ଷିଣ ଆଫ୍ରିକା ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ବିଜୟ ସହ ତା’ର ଅଭିଯାନ ଆରମ୍ଭ କରିଛି ।…
ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୩ଟି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଖେଳାଯିବ ।

ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୩ଟି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ…

ଟି୨୦ ସିରିଜରେ ଇଂଲଣ୍ଡରେ ହରାଇବା ପରେ ଏବେ ଟିମ୍ ଇଣ୍ଡିଆ ଦିନିକିଆ ସିରିଜ ଖେଳିବ । ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୩ଟି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ…
ବାରବାଟୀ ପାଇଁ ଆଜିଠୁ ମିଳିବ କାଉଣ୍ଟର ଟିକେଟ କ୍ରିକେଟ ପ୍ରେମୀ ଲମ୍ବା ଧାଡି ରେ

ବାରବାଟୀ ପାଇଁ ଆଜିଠୁ ମିଳିବ କାଉଣ୍ଟର ଟିକେଟ କ୍ରିକେଟ ପ୍ରେମୀ ଲମ୍ବା…

କାଲି ରାତିରୁ ଲାଇନ ଲଗାଇଛନ୍ତି କ୍ରିକେଟ ପ୍ରେମୀ । ଆଜି ଓ କାଲି ଦୁଇଦିନ ଧରି କାଉଣ୍ଟରରେ ଟିକେଟ ବିକ୍ରି ହେବ । ଆଜି ସକାଳ ୯ଟାରୁ ସନ୍ଧ୍ୟା…

Leave a Reply

Your email address will not be published. Required fields are marked *