
ନୂଆବର୍ଷ ପାଇଁ ଶ୍ରୀମନ୍ଦିରରେ ସାମୟିକ ଭାବେ ବନ୍ଦ ରହିବ ଧାଡ଼ିଦର୍ଶନ ବ୍ୟବସ୍ଥା
- ରାଜ୍ୟ
- December 29, 2024
- No Comment
- 16
ଇଂରାଜୀ ନବବର୍ଷରେ ଶ୍ରୀମନ୍ଦିରରେ ପ୍ରବଳ ଭକ୍ତଙ୍କ ସମାଗମ ହେବାର ଆଶଙ୍କା ରହିଛି । ଭକ୍ତଙ୍କ ପ୍ରବଳ ସମାଗମ କୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଡିସେମ୍ବର ୩୧ ଓ ଜାନୁଆରି ୧ତାରିଖ ରେ ନୀତି କାନ୍ତି ଶୃଙ୍ଖଳିତ ନେଇ ବିଶେଷ ଭାବେ ସେବାୟତଙ୍କ ସହ ଆଲୋଚନା କରାଯାଇଛି ।
ଭକ୍ତଙ୍କ ପ୍ରବଳ ଭିଡକୁ ଦୃଷ୍ଟିରେ ରଖି ପ୍ରବେଶ ଓ ପ୍ରସ୍ଥାନ ଉପରେ ନିଷ୍ପତ୍ତି ନିଆଯିବ। ଶ୍ରୀଜଗନ୍ନାଥ ମନ୍ଦିର ଆଇନ ଅନୁଯାଇ ନାଟ ମଣ୍ଡପ ନିକଟରେ ହୁଣ୍ଡି ସ୍ଥାନାନ୍ତରଣ କରାଯିବ । ରାଜ୍ୟସରକାରଙ୍କ ଚୂଡାନ୍ତ ନିଷ୍ପତି ପରେ ହୁଣ୍ଡିକୁ ସ୍ଥାନାନ୍ତରଣ କରାଯିବ। ଭକ୍ତଙ୍କ ଭିଡ଼କୁ ଆଖି ଆଗରେ ରଖି ଧାଡି ଦର୍ଶନ କୁ ମଧ୍ୟ ସ୍ଥଗିତ ରଖାଯାଇଛି ।
ସେହିପରି ଯାତ୍ରୀଙ୍କ ସୁରକ୍ଷା ଓ ନିରାପତ୍ତା ପାଇଁ ଟ୍ରାଫିକ ବ୍ୟବସ୍ଥା ପାଇଁ ମଧ୍ୟ ଆଡଭାଇଜରି ଜାରି ହୋଇଛି । ଭିଡ଼ ନିୟନ୍ତ୍ରଣ ଓ ଟ୍ରାଫିକ୍ ପରିଚାଳନା ପାଇଁ ଜିଲ୍ଲାରେ ୯୦ ଅଧିକାରୀଙ୍କ ସହ ୬୦ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯିବ । ଶ୍ରୀମନ୍ଦିରରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ,ପର୍ଯ୍ୟଟକଙ୍କ ସୁରକ୍ଷା,ଟ୍ରାଫିକ ସୁପରିଚାଳନାକୁ ଗୁରୁତ୍ବ ଦିଆଯାଇଛି ।
ସମୁଦ୍ର କୂଳରେ ଅଘଟଣ ରୋକିବାକୁ ମୁତୟନ ହେବେ ଲାଇଫ ଗାର୍ଡ । ଡିସେମ୍ବର ୩୧ରୁ ଜାନୁଆରୀ ୧ ତାରିଖ ଯାଏ ଏହି କଟକଣା ବଳବତ୍ତର ରହିବ । ସେହିପରି ଜିଲ୍ଲା ପୋଲିସ ଓ ହୋଟେଲ୍ ମାଲିକଙ୍କ ମଧ୍ୟରେ ବୈଠକ ଅନୁଷ୍ଠିତ ହୋଇଛି । ଯାତ୍ରୀଙ୍କ ସୁରକ୍ଷିତ ରହଣି ଓ ଅନ୍ୟାନ୍ୟ ବ୍ୟବସ୍ଥା ଉପରେ ଗୁରୁତ୍ବ ଦିଆଯାଇଛି ।