୧୫ରୁ ରାଜ୍ୟରେ ବଢିବ ଶୀତ, ଦିନ ସହ ରାତିର କମିବ ତାପମାତ୍ରା
- ରାଜ୍ୟ
- November 13, 2024
- No Comment
- 5
୨ ଦିନ ପରେ ସର୍ବନିମ୍ନ ତାପମାତ୍ରା ୨ ରୁ ୪ ଡିଗ୍ରୀ ସେଲସିୟସ ଯାଏ କମିବାର ସମ୍ଭାବନା ରହିଛି । ତାପମାତ୍ରା ଖସିବା ସହ ରାଜ୍ୟରେ ବଢ଼ିବ ଶୀତ । ପ୍ରଥମେ ଆଭ୍ୟନ୍ତରୀଣ ଓଡ଼ିଶା ଓ ପରେ ଅନ୍ୟ ଅଂଚଳରେ ଶୀତ ଅନୁଭୂତ ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
ଗତକାଲି ୧୫ଟି ସହରର ତାପମାତ୍ରା ୨୦ ଡିଗ୍ରୀ ସେଲିସିୟସ ତଳେ ରହିଛି । ଦାରିଙ୍ଗିବାଡ଼ିରେ ରାତି ତାପମାତ୍ରା ସବୁଠୁ କମ ବା ୧୫.୫ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି । ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ ରହିଥିଲେ ମଧ୍ୟ ଏହାର ବିଶେଷ ପ୍ରଭାବ ଓଡ଼ିଶା ଉପରେ ନାହିଁ ।
ଦକ୍ଷିଣ ଦିଗରୁ ପବନ ବହୁଥିବାରୁ ରାଜ୍ୟରେ ଆର୍ଦ୍ରତା ଅଧିକ ରହୁଛି। ପ୍ରଭାବରେ ରାଜ୍ୟରେ କିଛି ସ୍ଥାନରେ ବାଦଲ ସୃଷ୍ଟି ହେବା ସହ ଆକାଶ ମେଘାଛନ୍ନ ରହିବ।