ନବୀନ ପଟ୍ଟନାୟକଙ୍କୁ ଜନ୍ମଦିନର ଶୁଭେଚ୍ଛା

ନବୀନ ପଟ୍ଟନାୟକଙ୍କୁ ଜନ୍ମଦିନର ଶୁଭେଚ୍ଛା

୧୯୪୬ ମସିହା ଆଜିର ଦିନରେ କଟକଠାରେ ଜନ୍ମଗ୍ରହଣ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପିତା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଓ ମାତା ଜ୍ଞାନ ପଟ୍ଟନାୟକଙ୍କ ସେ ସାନ ପୁଅ । ପ୍ରଥମେ ଡେରାଡୁନର ଉଏଲହାମ ସ୍କୁଲ ଓ ଡୁନ ସ୍କୁଲରେ ଶିକ୍ଷାଲାଭ କରିଥିଲେ ।

ଏହାପରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ କଳାରେ ଡିଗ୍ରୀ ହାସଲ କରି ବିଦେଶ ଯାଇଥିଲେ ନବୀନ । ପିତା ଓଡିଶାର ବରିଷ୍ଠ ରାଜନେତା ଥିଲେ ମଧ୍ୟ ରାଜନୀତିଠାରୁ କୋଷ ଦୂରରେ ବିଦେଶରେ ରହୁଥିଲେ ନବୀନ ପଟ୍ଟନାୟକ । ୫୦ ବର୍ଷ ବୟସରେ ନବୀନ ପଟ୍ଟନାୟକ ରାଜନୀତିରେ ପ୍ରବେଶ କରିଥିଲେ ।

୨୪ ବର୍ଷର ମୁଖ୍ୟମନ୍ତ୍ରୀ ପରେ ଏବେ ବିରୋଧୀ ଦଳ ନେତା ଭାବେ ଦାୟିତ୍ୱ ତୁଲାଉଛନ୍ତି ନବୀନ । ସରକାରରେ ନାହାନ୍ତି କିନ୍ତୁ ଜଣେ ଲୋକପ୍ରିୟ ନେତା ଭାବେ ସ୍ଵତନ୍ତ୍ର ପରିଚୟ ଓଡିଶାର ଜନମାସନର ସୃଷ୍ଟି କରି ପାରିଛନ୍ତି। ମୁଖ୍ୟମନ୍ତ୍ରୀ ଥାଆନ୍ତୁ କି ନଥାଆନ୍ତୁ, ନବୀନଙ୍କ ପ୍ରଭାବ ଓଡିଶାବାସୀଙ୍କ ଉପରେ ସବୁବେଳେ ରହି ଆସିଛି ।

Related post

ସତର୍କ କଲା ପାଣିପାଗ କେନ୍ଦ୍ର, ଆଜିଠୁ ବଢ଼ିବ ବର୍ଷା

ସତର୍କ କଲା ପାଣିପାଗ କେନ୍ଦ୍ର, ଆଜିଠୁ ବଢ଼ିବ ବର୍ଷା

ବଙ୍ଗୋପସାଗରରେ ଆଣ୍ଟି ସାଇକ୍ଲୋନିକ ସର୍କୁଲେସନ ସକ୍ରିୟ । ଏହା ସହ ଟ୍ରପ ଲାଇନ ପ୍ରଭାବରେ ରାଜ୍ୟ ମଧ୍ୟକୁ ସମୁଦ୍ର ପଟୁ ଜଳୀୟବାଷ୍ପ ପ୍ରବେଶ କରୁଛି । ପ୍ରଭାବରେ ରାଜ୍ୟର…
ବିଦେଶୀ ପକ୍ଷୀଙ୍କ ସଂଖ୍ୟା, ଭିତରକନିକାକୁ ଆସିଛନ୍ତି ୧ ଲକ୍ଷ ୫୧ ହଜାର ୬୧୪ଟି ପକ୍ଷୀ

ବିଦେଶୀ ପକ୍ଷୀଙ୍କ ସଂଖ୍ୟା, ଭିତରକନିକାକୁ ଆସିଛନ୍ତି ୧ ଲକ୍ଷ ୫୧ ହଜାର…

ଚଳିତବର୍ଷ ୧ ଲକ୍ଷ ୫୧ ହଜାର ୬୧୪ଟି ବିଦେଶୀ ପକ୍ଷୀ ଆସିଛନ୍ତି । ଚଳିତବର୍ଷ ୧୧୮ ପ୍ରଜାତି ପକ୍ଷୀ ଚିହ୍ନଟ ହୋଇଥିବାବେଳେ ଗତବର୍ଷ ତୁଳନାରେ ୩ କମ୍ ରହିଛନ୍ତି…
ବଢ଼ିଲା ଶିକ୍ଷକଙ୍କ ଦରମା

ବଢ଼ିଲା ଶିକ୍ଷକଙ୍କ ଦରମା

ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଅନୁଯାୟୀ ,ଏହି ଶିକ୍ଷକମାନଙ୍କ ମାସିକ ପାରିଶ୍ରମିକ  ୧୧ ହଜାର ଶହେ ଟଙ୍କାରୁ ବୃଦ୍ଧି ପାଇ ୧୬ ହଜାର ଟଙ୍କା କରାଯାଇଛି । ଏହାସହିତ ଏହି ବର୍ଗର…

Leave a Reply

Your email address will not be published. Required fields are marked *