ଦକ୍ଷିଣ-ଆଫ୍ରିକା ବିରୋଧରେ ତୃତୀୟ ଟି-୨୦ରେ ହାସଲ କଲେ କ୍ୟାରିଅରର ପ୍ରଥମ ଶତକ ।

ଦକ୍ଷିଣ-ଆଫ୍ରିକା ବିରୋଧରେ ତୃତୀୟ ଟି-୨୦ରେ ହାସଲ କଲେ କ୍ୟାରିଅରର ପ୍ରଥମ ଶତକ ।

ଦକ୍ଷିଣ ଆଫ୍ରିକା ମଧ୍ୟରେ ସେଞ୍ଚୁରିଆନରେ ଖେଳାଯିବ ତୃତୀୟ ଟି-୨୦ ମ୍ୟାଚ । ୪ ମ୍ୟାଚ୍ ବିଶିଷ୍ଟ ସିରିଜ ବର୍ତ୍ତମାନ ୧-୧ ସମାନ ସ୍ତରରେ ଥିବାବେଳେ ଉଭୟ ଦଳ ତୃତୀୟ ଟି-୨୦ ଜିତି ସିରିଜରେ ଅଗ୍ରଣୀ ହାସଲ କରିବାକୁ ଚାହିଁବେ । ଆଜି ସେଞ୍ଚୁରିଆନର ସପୁରସ୍ପୋଟର୍ସ ପାର୍କରେ ଖେଳାଯିବ । ଏହି ପିଚରେ ବୋଲରଙ୍କୁ ଭଲ ବାଉନ୍ସ ମିଳିବ । ଟସ୍ ଜିତିବା ଟିମ୍ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇପାରେ ।

ଡର୍ବାନରେ ଖେଳାଯାଇଥିବା ପ୍ରଥମ ଟି-୨୦ ମ୍ୟାଚ୍ କୁ ଭାରତ ୬୧ ରନ୍ ରେ ଜିତି ଘରୋଇ ଦଳକୁ ଚକମା ଦେଇଥିବା ବେଳେ ଦ୍ବିତୀୟ ମ୍ୟାଚ୍ ୩ ୱିକେଟରେ ଜିତି ଟୁର୍ଣ୍ଣାମେଣ୍ଟକୁ କମ୍ ବ୍ୟାକ୍ କରିଥିଲା ଦକ୍ଷିଣ ଆଫ୍ରିକା ।

ଏହି ବିଜୟ ସହ ଦକ୍ଷିଣ ଆଫ୍ରିକା ୪ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାକୁ ୧-୧ ସ୍ତରକୁ ନେଇ ଆସିବାରେ ସକ୍ଷମ ହୋଇଥିଲା । ତୃତୀୟ ଟି -୨୦ ମ୍ୟାଚରେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କଠାରୁ ଭଲ ପ୍ରଦର୍ଶନ ଆଶା କରୁଛନ୍ତି କ୍ରିକେଟପ୍ରେମୀ । ଶେଷ ମ୍ୟାଚରେ ଦଳ ଏଥିରେ ପୁରା ବିଫଳ ହୋଇଥିଲା ।

ତୃତୀୟ ଟି-୨୦ ମ୍ୟାଚ ପାଇଁ ସମ୍ଭାବ୍ୟ ଏକାଦଶ : ସଞ୍ଜୁ ସାମସନ(ୱିକେଟ କିପର), ଅଭିଷେକ ଶର୍ମା, ସୂର୍ଯ୍ୟକୁମାର ଯାଦବ(ଅଧିନାୟକ), ତିଳକ ବର୍ମା, ରିଙ୍କୁ ସିଂ, ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, ରବି ବିଷ୍ଣୋଇ, ବରୁଣ ଚକ୍ରବର୍ତ୍ତୀ, ଆବେଶ ଖାନ, ଅର୍ଶଦୀପ ସିଂ ।

Related post

ସଞ୍ଜୁ ସାମସନଙ୍କ ଛକାରେ ମହିଳା ଆହତ କ୍ଷମା ମାଗିଲେ ସଞ୍ଜୁ

ସଞ୍ଜୁ ସାମସନଙ୍କ ଛକାରେ ମହିଳା ଆହତ କ୍ଷମା ମାଗିଲେ ସଞ୍ଜୁ

ଘରୋଇ ଦକ୍ଷିଣ ଆଫ୍ରିକାକୁ ୩-୧ରେ ମାତ ଦେଇଛି ସୂର୍ଯ୍ୟକୁମାର ଯାଦବଙ୍କ ଭାରତୀୟ ଟିମ୍ । ଶେଷ ମ୍ୟାଚରେ ସଞ୍ଜୁ ସାମସନଙ୍କ କମାଲ ବ୍ୟାଟିଂ କରି ଶତକ ମାରିଛନ୍ତି ।…
ଭାରତ-ଦକ୍ଷିଣ ଆଫ୍ରିକା ଦ୍ବିତୀୟ ଟି୨୦ : ୩ ୱିକେଟରେ ଭାରତକୁ ହରାଇଲା ଦକ୍ଷିଣ ଆଫ୍ରିକା, ବରୁଣଙ୍କ କମାଲ ବୋଲିଂ ସତ୍ତ୍ବେ ହାରିଲା ଟିମ୍

ଭାରତ-ଦକ୍ଷିଣ ଆଫ୍ରିକା ଦ୍ବିତୀୟ ଟି୨୦ : ୩ ୱିକେଟରେ ଭାରତକୁ ହରାଇଲା…

ଦକ୍ଷିଣ ଆଫ୍ରିକା ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ଭାରତର ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ଥିଲା । ବରୁଣ ଚକ୍ରବର୍ତ୍ତୀଙ୍କ…
ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଟି-୨୦ ମ୍ୟାଚ

ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଟି-୨୦ ମ୍ୟାଚ

ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ T-20 ମ୍ୟାଚ ଖେଳାଯିବା ନେଇ ପ୍ରସ୍ତୁତି ଆରମ୍ଭ କରିଛି ଓସିଏ । ଦର୍ଶକମାନଙ୍କୁ ନେଇ ମ୍ୟାଚ ଆୟୋଜନ କରିବାକୁ ମୁଖ୍ୟମନ୍ତ୍ରୀ, ଏସଆରସି…

Leave a Reply

Your email address will not be published. Required fields are marked *