ହାଇକୋର୍ଟ : ମାର୍ଚ୍ଚ ୩୧ ସୁଦ୍ଧା ସବୁ ଥାନାରେ CCTV ଲଗାଇବାକୁ ନିର୍ଦ୍ଦେଶ I

ହାଇକୋର୍ଟ : ମାର୍ଚ୍ଚ ୩୧ ସୁଦ୍ଧା ସବୁ ଥାନାରେ CCTV ଲଗାଇବାକୁ ନିର୍ଦ୍ଦେଶ I

ଭରତପୁର ଥାନାରେ କ୍ୟାପଟେନ ଓ ବାନ୍ଧବୀଙ୍କୁ ଦୁର୍ବ୍ୟବହାର ମାମଲାରେ ହାଇକୋର୍ଟରେ ଶୁଣାଣି ।  ଏଥିପାଇଁ ରାଜ୍ୟ ସରକାର ଜାରି କଲେ ସ୍ବତନ୍ତ୍ର ଏସଓପି ।  ଏ ନେଇ କୋର୍ଟଙ୍କୁ ଆଡଭୋକେଟ୍ ଜେନେରାଲ ଜଣାଇଛନ୍ତି ।  ସେନା ଅଧିକାରୀଙ୍କୁ ଥାନାରେ ବ୍ୟବହାର ନେଇ SOP ଜାରି କରାଯାଇଛି । SOPର ଏକ କପି ହାଇକୋର୍ଟ ଓ ଆମିକସ୍ କ୍ୟୁରୀଙ୍କୁ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।  ମାର୍ଚ୍ଚ ୩୧ ସୁଦ୍ଧା ସବୁ ଥାନାରେ CCTV ଲଗାଇବାକୁ ହାଇକୋର୍ଟ ନିର୍ଦ୍ଦେଶ ଦିଆଯାଇଛି। ତଦନ୍ତ ଜାରି ରହିଥିବା ନେଇ ହାଇକୋର୍ଟଙ୍କୁ ଅବଗତ କରାଗଲା ।  ଆସନ୍ତା ମଙ୍ଗଳବାର ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

ଅନ୍ୟପଟେ ଥାନାରେ ସିସିଟିଭି ନେଇ ଏଡିଜିଙ୍କ ତରଫରୁ କୋର୍ଟରେ ତଥ୍ୟ ଉପସ୍ଥାପନ କରାଯାଇଛି  ।  ବର୍ତ୍ତମାନ ସୁଦ୍ଧା ୯୬ ପ୍ରତିଶତ ଥାନାରେ ସିସିଟିଭି ଲାଗିଥିବା ଜାଣିବାକୁ ମିଳିଛି  ।  ତେବେ ବାତ୍ୟା ଦାନା ପ୍ରଭାବିତ ହୋଇଥିବା ବିଲ୍ଡିଂ କିମ୍ବା କିଛି ନୂଆ ବିଲ୍ଡିଂରେ ସିସିଟିଭି ବ୍ୟବସ୍ଥା ଆରମ୍ଭ କରାଯାଇ ନାହିଁ ବୋଲି ମଧ୍ୟ କୁହାଯାଇଛି  । ତେଣୁ ଆସନ୍ତା ମାର୍ଚ୍ଚ ମାସ ସୁଦ୍ଧା ସମସ୍ତ ଫାଣ୍ଡିରେ ସିସିଟିଭି ବ୍ୟବସ୍ଥା ହୋଇଯିବ ବୋଲି କହିଛନ୍ତି ଏଡିଜି ।  ୨୦୨୫ ମାର୍ଚ୍ଚ ମାସ ଭିତରେ ସମସ୍ତ ଫାଣ୍ଡି ସିସିଟିଭି ତଳେ ଚାଲିବ ବୋଲି ସେ ପ୍ରକାଶ କରିଛନ୍ତି ।

Related post

ସତର୍କ କଲା ପାଣିପାଗ କେନ୍ଦ୍ର, ଆଜିଠୁ ବଢ଼ିବ ବର୍ଷା

ସତର୍କ କଲା ପାଣିପାଗ କେନ୍ଦ୍ର, ଆଜିଠୁ ବଢ଼ିବ ବର୍ଷା

ବଙ୍ଗୋପସାଗରରେ ଆଣ୍ଟି ସାଇକ୍ଲୋନିକ ସର୍କୁଲେସନ ସକ୍ରିୟ । ଏହା ସହ ଟ୍ରପ ଲାଇନ ପ୍ରଭାବରେ ରାଜ୍ୟ ମଧ୍ୟକୁ ସମୁଦ୍ର ପଟୁ ଜଳୀୟବାଷ୍ପ ପ୍ରବେଶ କରୁଛି । ପ୍ରଭାବରେ ରାଜ୍ୟର…
ବିଦେଶୀ ପକ୍ଷୀଙ୍କ ସଂଖ୍ୟା, ଭିତରକନିକାକୁ ଆସିଛନ୍ତି ୧ ଲକ୍ଷ ୫୧ ହଜାର ୬୧୪ଟି ପକ୍ଷୀ

ବିଦେଶୀ ପକ୍ଷୀଙ୍କ ସଂଖ୍ୟା, ଭିତରକନିକାକୁ ଆସିଛନ୍ତି ୧ ଲକ୍ଷ ୫୧ ହଜାର…

ଚଳିତବର୍ଷ ୧ ଲକ୍ଷ ୫୧ ହଜାର ୬୧୪ଟି ବିଦେଶୀ ପକ୍ଷୀ ଆସିଛନ୍ତି । ଚଳିତବର୍ଷ ୧୧୮ ପ୍ରଜାତି ପକ୍ଷୀ ଚିହ୍ନଟ ହୋଇଥିବାବେଳେ ଗତବର୍ଷ ତୁଳନାରେ ୩ କମ୍ ରହିଛନ୍ତି…
ବଢ଼ିଲା ଶିକ୍ଷକଙ୍କ ଦରମା

ବଢ଼ିଲା ଶିକ୍ଷକଙ୍କ ଦରମା

ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଅନୁଯାୟୀ ,ଏହି ଶିକ୍ଷକମାନଙ୍କ ମାସିକ ପାରିଶ୍ରମିକ  ୧୧ ହଜାର ଶହେ ଟଙ୍କାରୁ ବୃଦ୍ଧି ପାଇ ୧୬ ହଜାର ଟଙ୍କା କରାଯାଇଛି । ଏହାସହିତ ଏହି ବର୍ଗର…

Leave a Reply

Your email address will not be published. Required fields are marked *