ଭାରତ-ଅଷ୍ଟ୍ରେଲିଆ ଚତୁର୍ଥ ଟେଷ୍ଟ, ମେଲବର୍ଣ୍ଣରେ ପହଞ୍ଚିଲା ଭାରତୀୟ ଟିମ୍

ଭାରତ-ଅଷ୍ଟ୍ରେଲିଆ ଚତୁର୍ଥ ଟେଷ୍ଟ, ମେଲବର୍ଣ୍ଣରେ ପହଞ୍ଚିଲା ଭାରତୀୟ ଟିମ୍

ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ୩ଟି ମ୍ୟାଚ ଖେଳାସରିଛି । ଗାବା ଟେଷ୍ଟ ଡ୍ର ହେବା ପରେ ସିରିଜ ଏବେ ୧-୧ରେ ବରାବର ରହିଛି । ଆଉ ସିରିଜର ୨ଟି ମ୍ୟାଚ ବଞ୍ଚିଛି । ଚତୁର୍ଥ ଟେଷ୍ଟ ମେଲବର୍ଣ୍ଣର କ୍ରିକେଟ ଗ୍ରାଉଣ୍ଡରେ ଖେଳାଯିବ । ୱାଲର୍ଡ ଟେଷ୍ଟ ଚାମ୍ପିଅନସିପ ଫାଇନାଲରେ ପ୍ରବେଶ କରିବା ପାଇଁ ଭାରତ ପାଇଁ ଏହି ମ୍ୟାଚ୍ ଗୁରୁତ୍ବପୂର୍ଣ୍ଣ । ଏଥିପାଇଁ ଭାରତୀୟ ଟିମ୍ ମେଲବର୍ଣ୍ଣରେ ପହଞ୍ଚିଛି ।

ଟିମ୍ ଇଣ୍ଡିଆ ଆଜି ହୋଟେଲରୁ ବସ୍ ଯୋଗେ ଏୟାରପୋର୍ଟ ପହଞ୍ଚିଥିଲା । ଭାରତୀୟ ଟିମ୍ ଏଠାରୁ ମେଲବର୍ଣ୍ଣ ଯାଇଛି । ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଚତୁର୍ଥ ଟେଷ୍ଟ ୨୬ ଡିସେମ୍ବରରୁ ୩୦ ଡିସେମ୍ବର ପର୍ଯ୍ୟନ୍ତ ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯିବ ।

ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡ ଐତିହାସିକ ଗ୍ରାଉଣ୍ଡ । ଏହି ପିଚରେ ଦ୍ରୁତ ବୋଲରଙ୍କୁ ସୁହାଇବ । ସ୍ପିନରଙ୍କ ପାଇଁ ବେଶ୍ କିଛି ଭଲ ରହିବ ନାହିଁ ।

ଗାବା ଟେଷ୍ଟ ଡ୍ର ହେବା ପରେ ଭାରତ ବିଶ୍ବ ଟେଷ୍ଟ ଚାମ୍ପିଅନସିପ ପଏଣ୍ଟ ଟେବୁଲରେ ତଳକୁ ଖସିଛି । ଏବେ ଭାରତ ପାଖରେ ବିଶ୍ବ ଟେଷ୍ଟ ଚାମ୍ପିଅନସିପ ଫାଇନାଲରେ ପହଞ୍ଚିବାର ସମ୍ଭାବନା ବହୁତ କମ୍ ରହିଛି । ଭାରତକୁ ଆଗାମୀ ୨ଟି ଯାକ ଟେଷ୍ଟ ମ୍ୟାଚ ଜିତିବାକୁ ହେବ । ଏହାପରେ ଫାଇନାଲରେ ଏଣ୍ଟ୍ରି କରିବ ।

ଭାରତ ଯଦି ଦୁଇଟି ଯାକ ମ୍ୟାଚ ଜିତେ, ତେବେ ୧୩୮ ପଏଣ୍ଟ ଏବଂ ୬୦.୫୨ % ପଏଣ୍ଟ ସହିତ ଫାଇନାଲରେ କ୍ବାଲିଫାଏ କରିବ । ଫଳରେ ଫାଇନାଲରୁ ଅଷ୍ଟ୍ରେଲିଆ ବାଦ୍ ପଡିବ ।

ଆଉ ଯଦି ଗୋଟିଏ ମ୍ୟାଚ ଭାରତ ଜିତେ ଏବଂ ଗୋଟେ ଡ୍ର ହୁଏ, ତେବେ ୫୭.୦୧% ଏବଂ ପଏଣ୍ଟ ୧୩୦ ହେବ । ଏଭଳି ସ୍ଥିତିରେ ଅଷ୍ଟ୍ରେଲିଆ ଶ୍ରୀଲଙ୍କାକୁ ୨-୦ରେ ହରାଇବାକୁ ପଡିବ ।

ଭାରତୀୟ ଟେଷ୍ଟ ଟିମ : ଯଶସ୍ବୀ ଜୟସୱାଲ, କେଏଲ ରାହୁଲ, ଶୁବମନ ଗିଲ, ବିରାଟ କୋହଲି, ରିଷଭ ପନ୍ତ, ରୋହିତ ଶର୍ମା (ଅଧିନାୟକ), ନୀତିଶ କୁମାର ରେଡ୍ଡୀ, ହର୍ଷିତ ରାଣା, ଜସପ୍ରୀତ ବୁମରା (ଉପ ଅଧିନାୟକ), ମହମ୍ମଦ ସିରାଜ, ଧ୍ରୁବ ଜୁରେଲ, ୱାଂଶିଟନ ସୁନ୍ଦର, ଦେବଦତ୍ତ ପାଡ୍ଡିକିଲ, ରବିନ୍ଦ୍ର ଜାଡେଜା, ସରଫରାଜ ଖାନ, ଅଭିମନ୍ୟୁ ଈଶ୍ବରନ, ପ୍ରସିଦ୍ଧ କ୍ରିଷ୍ଣା, ଆକାଶଦୀପ

Related post

ମେଲବର୍ଣ୍ଣରେ ମନମୋହନଙ୍କୁ ଶ୍ରଦ୍ଧାଞ୍ଜଳି : କଳା ବ୍ୟାଣ୍ଡ ପିନ୍ଧି ପଡିଆକୁ ଓହ୍ଲାଇଲେ ଭାରତୀୟ ଖେଳାଳି

ମେଲବର୍ଣ୍ଣରେ ମନମୋହନଙ୍କୁ ଶ୍ରଦ୍ଧାଞ୍ଜଳି : କଳା ବ୍ୟାଣ୍ଡ ପିନ୍ଧି ପଡିଆକୁ ଓହ୍ଲାଇଲେ…

ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯାଉଛି ବର୍ଡର-ଗାଭାସ୍କର ଟ୍ରଫି ୨୦୨୪-୨୫ର ଚତୁର୍ଥ ଟେଷ୍ଟ ମ୍ୟାଚ । ଅଷ୍ଟ୍ରେଲିଆ ଦଳ ପ୍ରଥମେ ବ୍ୟାଟିଂ କରି ଦୃଢ ପ୍ରଦର୍ଶନ କରିଛି। ପ୍ରଥମ ଦିନର…

Leave a Reply

Your email address will not be published. Required fields are marked *