ଆର୍ମେନିଆକୁ ପିନାକା ରକେଟ୍ ସିଷ୍ଟମର ପ୍ରଥମ ସପ୍ଲାଏ ଦେଲା  ଭାରତ

ଆର୍ମେନିଆକୁ ପିନାକା ରକେଟ୍ ସିଷ୍ଟମର ପ୍ରଥମ ସପ୍ଲାଏ ଦେଲା ଭାରତ

ଆର୍ମେନିଆକୁ ‘ପିନାକା ରକେଟ୍ ସିଷ୍ଟମ’ର ପ୍ରଥମ ସପ୍ଲାଏ ଆରମ୍ଭ କରିଛି ଭାରତ । ଦେଶରେ ନିର୍ମିତ କୌଣସି ଅସ୍ତ୍ର ପ୍ରଣାଳୀକୁ ଯେତେବେଳେ ଅନ୍ୟ କେହି ଦେଶ କିଣୁଛି, ଏହା ଭାରତୀୟ ସ୍ୱଦେଶୀ ପ୍ରତିରକ୍ଷା ଶିଳ୍ପ ପାଇଁ ଏକ ବଡ଼ ସୁଯୋଗ । ଏହି ରକେଟ୍ ସିଷ୍ଟମକୁ DRDO, ଲାର୍ସେନ ଆଣ୍ଡ ଟୁର୍ବୋ ଏବଂ ଟାଟା ଆଡଭାନ୍ସ ସିଷ୍ଟମ୍ ମିଳିତ ଭାବରେ ବିକଶିତ କରିଛନ୍ତି ।

ଏହି ରକେଟର ନାମ ଭଗବାନ ଶିବଙ୍କ ଧନୁ ‘ପିନାକ’ର ନାମ ଅନୁସାରେ ରଖାଯାଇଛି । ପିନାକା ରକେଟ୍ ସିଷ୍ଟମ୍ ୪୪ ସେକେଣ୍ଡରେ ୧୨ଟି ରକେଟ୍ ଉତକ୍ଷେପଣ କରିଥାଏ । ଏହାର ଅର୍ଥ ପ୍ରତି ୪ ସେକେଣ୍ଡରେ ଗୋଟିଏ ରକେଟ୍ ଉତକ୍ଷେପଣ ହୁଏ । ୨୧୪ କ୍ୟାଲିବରର ଏହି ଲଞ୍ଚରରୁ ଗୋଟିଏ ପରେ ଗୋଟିଏ ୧୨ଟି ପିନାକା ରକେଟ୍ ଛଡ଼ାଯାଇଥାଏ ।

ରକେଟ୍ ଲଞ୍ଚରର ରେଞ୍ଜ ୭ କିମିରୁ ନେଇ ୯୦ କିମି ଦୂର ପର୍ଯ୍ୟନ୍ତ ରହିଥାଏ । ଏହି ରକେଟ୍ ଲଞ୍ଚରର ତିନୋଟି ପ୍ରକାର ରହିଛି । MK-1, ଯାହା ୪୫ କିମି ପର୍ଯ୍ୟନ୍ତ ଆକ୍ରମଣ କରିପାରିଥାଏ । MK-2 ୯୦ କିମି ପର୍ଯ୍ୟନ୍ତ ଆକ୍ରମଣର କ୍ଷମତା ରଖିଥାଏ । ଏହିପରି ନିର୍ମାଣାଧୀନ MK-3 ଲଞ୍ଚର୍ ୧୨୦ କିମି ପର୍ଯ୍ୟନ୍ତ ଆକ୍ରମଣ କରିପାରିବ ।

ଲଞ୍ଚରର ଲମ୍ବା ୧୬ ଫୁଟ୍ ୩ ଇଞ୍ଚରୁ ନେଇ ୨୩ ଫୁଟ ୭ ଇଞ୍ଚ ପର୍ଯ୍ୟନ୍ତ ରହିଛି । ଏହାର ବ୍ୟାସ ହେଉଛି ୮.୪ ଇଞ୍ଚ । ଏଥିରୁ ଛଡ଼ା ଯାଇଥିବା ପିନାକା ରକେଟରେ ହାଇ ଏକ୍ସପ୍ଲୋସିଭ୍ ଫ୍ରାଗମେଣ୍ଟେସନ୍ (HMX), କ୍ଲଷ୍ଟର ବୋମା, ଆଣ୍ଟି-ପର୍ସନାଲ୍, ଆଣ୍ଟି-ଟ୍ୟାଙ୍କ ଏବଂ ବାରୁଦ ସୁଡ଼ଙ୍ଗ ନଷ୍ଟ କରିବା ଭଳି ଅସ୍ତ୍ର ସ୍ଥାପନ କରାଯାଇପାରିବ ।

ଏହି ରକେଟ୍ ୧୦୦ କିଲୋମିଟର ଓଜନ ବିଶିଷ୍ଟ ଅସ୍ତ୍ର ଉଠାଇପାରିବ । ପିନାକା ରକେଟର ବେଗ ଘଣ୍ଟା ପ୍ରତି ୫୭୫୭.୭୦ କିଲୋମିଟର ରହିଛି, ଅର୍ଥାତ୍ ଏହା ଏକ ସେକେଣ୍ଡରେ ୧.୬୧ କିଲୋମିଟର ବେଗରେ ଆକ୍ରମଣ କରିପାରିବ ।

Related post

Leave a Reply

Your email address will not be published. Required fields are marked *