ଭାରତ-ଦକ୍ଷିଣ ଆଫ୍ରିକା ଦ୍ବିତୀୟ ଟି୨୦ : ୩ ୱିକେଟରେ ଭାରତକୁ ହରାଇଲା ଦକ୍ଷିଣ ଆଫ୍ରିକା, ବରୁଣଙ୍କ କମାଲ ବୋଲିଂ ସତ୍ତ୍ବେ ହାରିଲା ଟିମ୍
- ଖେଳ ଖବର
- November 12, 2024
- No Comment
- 6
ଦକ୍ଷିଣ ଆଫ୍ରିକା ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ଭାରତର ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ଥିଲା । ବରୁଣ ଚକ୍ରବର୍ତ୍ତୀଙ୍କ ପାଞ୍ଚ ୱିକେଟ ସଫଳତା ସତ୍ତ୍ବେ ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ବିତୀୟ ଟି-୨୦କୁ ଭାରତ ୩ ୱିକେଟରେ ହାରିଯାଇଛି । ବରୁଣଙ୍କ ସହ ଅନ୍ୟତମ ସ୍ପିନର ରବି ବିଷ୍ଣୋଇ ଭଲ ବୋଲିଂ କରିଥିଲେ ।
୮୬ ରନରେ ୭ ୱିକେଟ ହରାଇ ସଙ୍କଟରେ ପଡିଥିବା ଦକ୍ଷିଣ ଆଫ୍ରିକାର ଯୁବ ବ୍ୟାଟର ତ୍ରିସ୍ତନ ଷ୍ଟବ୍ସ ଭାରତୀୟ ଦ୍ରୁତ ବୋଲରଙ୍କୁ ଠିକଣା ସମୟରେ ଆକ୍ରମଣ କରି ନିଜ ଦଳକୁ ବିଜୟୀ କରାଇଥିଲେ । ଷ୍ଟବ୍ସ ୪୧ ବଲ୍ରେ ୪୭ ରନ୍ କରି ଅପରାଜିତ ରହିଥିଲେ । ଦଳ ୧୯ ଓଭରେ ୭ ୱିକେଟ ହରାଇ ୧୨୮ ରନ୍ ସଂଗ୍ରହ କରିଥିଲା ।
ସୂଚନାଯୋଗ୍ୟ, ପ୍ରଥମ ଟି-୨୦ ପ୍ରଥମେ ବ୍ୟାଟିଂ କରି ଭାରତ ୮ ୱିକେଟ ବିନିମୟରେ ୨୦୨ ରନ୍ ସଂଗ୍ରହ କରିଥିଲା । ଜବାବରେ ଦକ୍ଷିଣ ଆଫ୍ରିକା ୧୭.୫ ଓଭରରେ ୧୪୧ ରନ୍ କରି ଅଲ ଆଉଟ୍ ହୋଇଯାଇଥିଲା । ମ୍ୟାଚ୍ ବିଜୟର ଅନ୍ୟତମ ହିରୋ ଥିଲେ ତିଲକ ବର୍ମା, ରବି ବିଷ୍ଣୋଇ ଓ ବରୁଣ ଚକ୍ରବର୍ତ୍ତୀ । ରବି ଓ ବରୁଣ ଭଭୟ ୩ଟି ଲେଖାଏ ୱିକେଟ୍ ନେଇଥିଲେ ।