ଡର୍ବାନରେ ଭାରତର ଦମଦାର ବିଜୟ ୬୧ ରନରେ ହାରିଲା ଦକ୍ଷିଣ ଆଫ୍ରିକା I

ଡର୍ବାନରେ ଭାରତର ଦମଦାର ବିଜୟ ୬୧ ରନରେ ହାରିଲା ଦକ୍ଷିଣ ଆଫ୍ରିକା I

୬୧ ରନରେ ଭାରତ ଜିତିଲା ପ୍ରଥମ ଟି-୨୦ । ବିଜୟରୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଅଭିଯାନ ଆରମ୍ଭ କରିଛି ଟିମ୍ ଇଣ୍ଡିଆ ।  ପ୍ରଥମ ଭାରତୀୟ ବ୍ୟାଟର ଭାବେ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ରେ ଲଗାତାର ଦୁଇଟି ଶତକ ହାସଲ କରି ରେକର୍ଡ କରିଛନ୍ତି ସଞ୍ଜୁ ସାମସନ । ଏପରି କରିବାରେ ସେ ବିଶ୍ୱର ଚତୁର୍ଥ ଭାରତୀୟ ବ୍ୟାଟର । ସଞ୍ଜୁ ୭ଟି ଚଉକା ଓ ୧୦ଟି ଛକା ବଳରେ ୧୦୭ରନର ପାଳି ଖେଳିଥିଲେ ।

ଅନ୍ତର୍ଜାତୀୟ ଟି-୨୦ରେ ଡେବ୍ୟୁ କରିବାର ୯ ବର୍ଷ ପରେ ସଞ୍ଜୁ ଏହି ରେକର୍ଡ କରିଛନ୍ତି । ପ୍ରଥମ ଶତକ ହାସଲ କରିବାର ୨୭ ଦିନ ପରେ ଦ୍ୱିତୀୟ ଶତକ ହାସଲ କରିଛନ୍ତି ସାମସନ ।  ଚମତ୍କାର ବ୍ୟାଟିଂ କରି ସାମସନ ପ୍ଲେୟାର ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି । ପ୍ରଥମେ ବ୍ୟାଟିଂ କରି ଭାରତ ୮ ୱିକେଟ ବିନିମୟରେ ୨୦୨ ରନ୍ ସଂଗ୍ରହ କରିଥିଲା ।

ଜବାବରେ ଦକ୍ଷିଣ ଆଫ୍ରିକା ୧୭.୫ ଓଭରରେ ୧୪୧ ରନ୍ କରି ଅଲ ଆଉଟ୍ ହୋଇଯାଇଥିଲା । ମ୍ୟାଚ୍ ବିଜୟର ଅନ୍ୟତମ ହିରୋ ଥିଲେ ତିଲକ ବର୍ମା, ରବି ବିଷ୍ଣୋଇ ଓ ବରୁଣ ଚକ୍ରବର୍ତ୍ତୀ ।  ରବି ଓ ବରୁଣ ଭଭୟ ୩ଟି ଲେଖାଏ ୱିକେଟ୍ ନେଇଥିଲେ ।

Related post

ବିରାଟଙ୍କ ଶତକ ସହ ଭାରତର ୬ ଓ୍ଵିକେଟ୍‌ରେ ଦମଦାର ବିଜୟ

ବିରାଟଙ୍କ ଶତକ ସହ ଭାରତର ୬ ଓ୍ଵିକେଟ୍‌ରେ ଦମଦାର ବିଜୟ

ବିରାଟ କୋହଲିଙ୍କ ଦମଦାର ଶତକ ସହ ୬ ଓ୍ଵିକେଟ୍‌ରେ ଭାରତର ସୁନ୍ଦର ବିଜୟ । ପ୍ରଥମେ ବୋଲିଂ ର କମାଲ ଦେଖାଇବା ଓ ପରେ ପୁଣି ବ୍ୟାଟିଂରେ କମାଲ…
Champions Trophy: ଆଫଗାନିସ୍ତାନକୁ ୧୦୭ ରନରେ ପରାସ୍ତ କଲା ଦକ୍ଷିଣ ଆଫ୍ରିକା

Champions Trophy: ଆଫଗାନିସ୍ତାନକୁ ୧୦୭ ରନରେ ପରାସ୍ତ କଲା ଦକ୍ଷିଣ ଆଫ୍ରିକା

ରିଆନ ରିକେଲଟନଙ୍କ ଶତକ ଏବଂ କାଗିସୋ ରାବାଡାଙ୍କ ଘାତକ ବୋଲିଂ ଯୋଗୁଁ ଦକ୍ଷିଣ ଆଫ୍ରିକା ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ବିଜୟ ସହ ତା’ର ଅଭିଯାନ ଆରମ୍ଭ କରିଛି ।…
ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୩ଟି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଖେଳାଯିବ ।

ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୩ଟି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ…

ଟି୨୦ ସିରିଜରେ ଇଂଲଣ୍ଡରେ ହରାଇବା ପରେ ଏବେ ଟିମ୍ ଇଣ୍ଡିଆ ଦିନିକିଆ ସିରିଜ ଖେଳିବ । ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୩ଟି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ…

Leave a Reply

Your email address will not be published. Required fields are marked *