IPL ମ୍ୟାଚରେ ପଲଟିଲା ବାଜି, ରେକର୍ଡ ଅଧିକାରୀ ହେଲେ ବିରାଟ କୋହଲି

IPL ମ୍ୟାଚରେ ପଲଟିଲା ବାଜି, ରେକର୍ଡ ଅଧିକାରୀ ହେଲେ ବିରାଟ କୋହଲି

ବିରାଟ କୋହଲି ବେଶ୍ ଲୋକପ୍ରିୟତା ହାସିଲ କରିଛନ୍ତି । ସଚ୍ଚିନ, ଧୋନୀଙ୍କ ପରେ ଭଲ କ୍ରିକେଟର ଭାବେ ବିରାଟ କୋହଲି ଆସୁଛନ୍ତି ଲିଷ୍ଟରେ । ତାଙ୍କ ଖେଳ ଦେଖିବା ପାଇଁ ଷ୍ଟାଡିୟମରେ ଭିଡ ଜମିଥାଏ । ଚମତ୍କାର ଖେଳ ପ୍ରଦର୍ଶନ ପାଇଁ ଚର୍ଚ୍ଚାରେ ରହିଥାନ୍ତି ବିରାଟ । ଏପଟେ IPL ମ୍ୟାଚରେ ପ୍ରଥମେ ଭଲ ପ୍ରଦର୍ଶନ କରିପାରିନଥିଲେ ବିରାଟ । କିନ୍ତୁ IPL ମ୍ୟାଚରେ ବର୍ତ୍ତମାନ ବାଜି ପଲଟିଥିବା ଜଣାପଡିଛି । IPL ମ୍ୟାଚରେ ବିରାଟ ତାଙ୍କ ଚମତ୍କାର ପ୍ରଦର୍ଶନ କରି ରେକର୍ଡର ଅଧିକାରୀ ହୋଇପାରିଛନ୍ତି । ଯାହାକୁ ନେଇ ଜୋର ଚର୍ଚ୍ଚା ଧରିଛି ।

ଅନ୍ୟପଟେ ସେ ଆଉ ଏକ ରେକର୍ଡର ଅଧିକାରୀ ହୋଇଛନ୍ତି । ପ୍ରଥମ ଭାରତୀୟ ଭାବେ ଟି-୨୦ ମ୍ୟାଚରେ ୧୩ ହଜାର ରନ କ୍ଲବରେ ସାମିଲ ହୋଇଛନ୍ତି ବିରାଟ କୋହଲି। ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ ମଧ୍ୟରେ ମୁମ୍ବାଇରେ ଚାଲିଥିବା ମ୍ୟାଚରେ ବିରାଟ ଏହି ରେକର୍ଡର ଅଧିକାରୀ ହୋଇଛନ୍ତି। ଟ୍ରେଣ୍ଟ ବୋଲ୍ଟଙ୍କ ବଲରେ ଚୌକା ମାରି ବିରାଟ ଏହି ରେକର୍ଡର ଅଧିକାରୀ ହୋଇଛନ୍ତି। ୩୮୬ଟି ଇନିଂସ ଖେଳି ବିରାଟ ୧୩ ହଜାର ରନ ଅତିକ୍ରମ କରିଛନ୍ତି। ଏହି ରେକର୍ଡ ହାସଲ କରିବାରେ କୋହଲି ବିଶ୍ୱର ଦ୍ୱିତୀୟ ଦ୍ରୁତତମ ବ୍ୟାଟ୍ସମ୍ୟାନ ପାଲଟିଛନ୍ତି। ପୂର୍ବରୁ କ୍ରିସ ଗେଲ ୩୮୧ଟି ଟି-୨୦ ମ୍ୟାଚ ଖେଳି ୧୩ ହଜାର ରନ ଅତିକ୍ରମ କରିଥିଲେ।

ଏପର୍ଯ୍ୟନ୍ତ ବିଶ୍ୱର ୫ ଜଣ କ୍ରିକେଟର ଟି-୨୦ରେ ୧୩ ହଜାରରୁ ଅଧିକ ରନ କରିଛନ୍ତି। ୱେଷ୍ଟଇଣ୍ଡିଜର କ୍ରିସ ଗେଲ୍, ଇଂଲଣ୍ଡର ଆଲେକ୍ସ ହେଲ୍ସ, ପାକିସ୍ତାନର ଶୋଏବ ମଲ୍ଲିକ, ୱେଷ୍ଟଇଣ୍ଡିଜର କିରେନ ପୋଲାର୍ଡ ପୂର୍ବରୁ ଏହି ୧୩ ହଜାର ରନ କ୍ଲବରେ ସାମିଲ ଥିବା ବେଳେ କିଙ୍ଗ କୋହଲି ଏହି ତାଲିକାରେ ଯୋଡି ହୋଇଛନ୍ତି। ଦିଲ୍ଲୀ ପକ୍ଷରୁ ଘରୋଇ କ୍ରିକେଟ ଖେଳୁଥିବା ବିରାଟ କୋହଲି ୨୦୦୭ ମସିହା ଏପ୍ରିଲ ୩ ତାରିଖରେ ହିମାଚଳ ପ୍ରଦେଶ ବିପକ୍ଷ ମ୍ୟାଚରୁ ନିଜର ଟି-୨୦ କ୍ୟାରିୟର ଆରମ୍ଭ କରିଥିଲେ। ଏପର୍ଯ୍ୟନ୍ତ ସେ ୪୦୩ଟି ଟି-୨୦ ମ୍ୟାଚ ଖେଳି ସାରିଥିବା ବେଳେ ଏଥିରେ ୯ ଟି ଶତକ ଓ ୯୮ଟି ଅର୍ଦ୍ଧଶତକ ସାମିଲ ଅଛି।

Related post

୩୬ ବର୍ଷରେ ବିରାଟ କୋହଲି, ବାଲୁକା କଳାରେ ଶୁଭେଚ୍ଛା ଜଣାଇଲେ ସୁଦର୍ଶନ ପଟ୍ଟନାୟକ

୩୬ ବର୍ଷରେ ବିରାଟ କୋହଲି, ବାଲୁକା କଳାରେ ଶୁଭେଚ୍ଛା ଜଣାଇଲେ ସୁଦର୍ଶନ…

୩୬ ବର୍ଷରେ ପାଦ ଦେଲେ ବିରାଟ କୋହଲି ।  କ୍ରିକେଟ ଜଗତର ସେ କିଙ୍ଗ । ୧୯୮୮ ନଭେମ୍ୱର ୮ରେ ଦିଲ୍ଲୀରେ ଜନ୍ମ । ମାତ୍ର ୯ ବର୍ଷ…
ପୁଣି RCBର ଅଧିନାୟକ ବିରାଟ କୋହଲି

ପୁଣି RCBର ଅଧିନାୟକ ବିରାଟ କୋହଲି

ଇଏସପିଏନ ଅନୁଯାୟୀ ବିରାଟ କୋହଲି ପୁଣିଥରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦଳର ଅଧିନାୟକ ହେବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ଦଳ ପରିଚାଳନାକୁ ନେଇ ସେ ଏହି ବିଷୟରେ…
ବିରାଟ କୋହଲି, ଟେଷ୍ଟରେ ୯୦୦୦ ରନ୍ କଲେ ପୂରା

ବିରାଟ କୋହଲି, ଟେଷ୍ଟରେ ୯୦୦୦ ରନ୍ କଲେ ପୂରା

ଟେଷ୍ଟ କ୍ରିକେଟରେ ୯ ହଜାର ରନ୍ ପୁରା କରିଛନ୍ତି ବିରାଟ । ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ସେ ଏହି କିର୍ତ୍ତୀମାନ ହାସଲ କରିଛନ୍ତି । ମ୍ୟାଚର ତୃତୀୟ…

Leave a Reply

Your email address will not be published. Required fields are marked *