ଲେବାନନ ରାଜଧାନୀ ବେରୁତ ଉପରେ ଇସ୍ରାଏଲର ଜବରଦସ୍ତ ହମଲା

ଲେବାନନ ରାଜଧାନୀ ବେରୁତ ଉପରେ ଇସ୍ରାଏଲର ଜବରଦସ୍ତ ହମଲା

ଲଗାତର ଦୁଇ ଦିନ ଧରି ଆକ୍ରମଣରେ ଶହେରୁ ଅଧିକ ଲୋକଙ୍କ ମୃତ୍ଯୁ ଘଟିଛି। ବେରୁତ ଏୟାରପୋର୍ଟ ଉପରେ ଆକ୍ରମଣ କରିଛି ଇସ୍ରାଏଲ ଡିଫେନ୍ସ ଫୋର୍ସେସ। ବେରୁତ ଇଣ୍ଟରନ୍ୟାସନାଲ ଏୟାରପୋର୍ଟକୁ ଟାର୍ଗେଟ କରିଛି ଇସ୍ରାଏଲ।

ଆକ୍ରମଣରେ ୪୦ ଜଣଙ୍କ ମୃତ୍ଯୁ ହୋଇଥିବାବେଳେ ୫୦ରୁ ଅଧିକ ଆହତ ହୋଇଥିଲେ। ଆକ୍ରମଣ ପୁର୍ବରୁ ଇସ୍ରାଏଲ ସେନା ପକ୍ଷରୁ ଆଲର୍ଟ ଜାରି କରାଯାଇଥିଲା। ଏୟାରପୋର୍ଟ ଏବଂ ଏହାର ଆଖପାଖ ଅଂଚଳକୁ ଖାଲି କରିବାକୁ କହିଥିଲା ସେନା। ଆକ୍ରମଣରେ ଆଇଡିଏଫ୍ ହିଜବୁଲ୍ଲାର କମାଣ୍ଡ ସେଣ୍ଟର ଏବଂ ଅସ୍ତ୍ରଶସ୍ତ୍ର ଗୋଦାମକୁ ଛାରଖାନ କରି ଦେଇଥିବା ଦାବି କରିଛି ସେନା।

ଏହା ପୂର୍ବରୁ ଇସ୍ରାଏଲ ବାରଜା ସହର ଉପରେ ଆକ୍ରମଣ କରିଥିଲା। ଏକ ଆପାର୍ଟମେଣ୍ଟ ଉପରେ ହୋଇଥିଲା ହମଲା। ବିଲ୍ଡିଂ ଉପରକୁ ଏୟାର ଷ୍ଟ୍ରାଇକ ହୋଇଥିଲା। ଏଥିରେ ଅତି କମରେ ୩୦ ଜଣଙ୍କ ମୃତ୍ଯୁ ଘଟିଥିଲା। ଆକ୍ରମଣ ପୂର୍ବରୁ ସେନା ପକ୍ଷରୁ କୌଣସି ଚେତାବନୀ ଦିଆଯାଇନଥିଲା। ସେପଟେ ଗାଜା ଉପରେ ମଧ୍ୟ ଇସ୍ରାଏଲ ସେନା ପକ୍ଷରୁ ଜୋରଦାର ହମଲା ଜାରି ରହିଛି।

ଏଠାରେ ପୁଣି ହମାସ ଆତଙ୍କୀ ଶିବିର ଠାବ କରିଛି ଇସ୍ରାଏଲ ସେନା। ଇସ୍ରାଏଲ ହମଲାରେ ଲେବାନନରେ ବର୍ତ୍ତମାନ ସୁଦ୍ଧା ୩ ହଜାରରୁ ଅଧିକ ଲୋକଙ୍କ ମୃତ୍ଯୁ ଘଟିଲାଣି। ଏମାନଙ୍କ ମଧ୍ୟରେ ଗତ ଦେଢ ମାସ ମଧ୍ୟରେ ଅଧିକ ସଂଖ୍ୟକ ଲୋକଙ୍କ ମୃତ୍ଯୁ ଘଟିଛି। ଦୁଇ ଦେଶ ମଧ୍ୟରେ ସଂଘର୍ଷରୁ ୧୦ ଲକ୍ଷରୁ ଅଧିକ ନାଗରିକ ଲେବାନନ ଛାଡିଛନ୍ତି।

ଅଧିକାଂଶ କ୍ଯାମ୍ପରେ ଆଶ୍ରୟ ନେଇଛନ୍ତି। କ୍ଯାମ୍ପରେ ଆଉ ସ୍ଥାନ ନଥିବାରୁ ଲୋକେ ସମୁଦ୍ର କୂଳରେ ଟେଣ୍ଟ ଲଗାଇ ରହିଛନ୍ତି। ସେପଟେ ହିଜବୁଲ୍ଲା ମୁଖ୍ୟ ନଇମ କାସିମ ଇସ୍ରାଏଲ ସହ ଯୁଦ୍ଧ ବିରତି ପାଇଁ ଆଲୋଚନା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି।

Related post

ଲେବାନନ୍‌ରେ ଉପରେ ଇସ୍ରାଏଲୀ ସେନାର ଭୀଷଣ ବୋମଵରୀ  , ୪୮ ଘଣ୍ଟାରେ ଗଲାଣି ୧୨୦ ଜୀବନ I

ଲେବାନନ୍‌ରେ ଉପରେ ଇସ୍ରାଏଲୀ ସେନାର ଭୀଷଣ ବୋମଵରୀ , ୪୮ ଘଣ୍ଟାରେ…

ଲେବାନନ୍‌ର ରାଜଧାନୀ ବେରୁଟର ବସ୍ତା ଅଞ୍ଚଳରେ ଇସ୍ରାଏଲ ଶନିବାର ସକାଳେ ଜୋରଦାର ଆକ୍ରମଣ କରିଛି, ଯେଉଁଥିରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ ରୁ ୧୨ ଜଣ…
ଇସ୍ରାଏଲ : ଲେବାନନ ଉପରେ ରକେଟ ଆକ୍ରମଣ  ୧୧ ମୃତ, ୪୮ ଆହତ

ଇସ୍ରାଏଲ : ଲେବାନନ ଉପରେ ରକେଟ ଆକ୍ରମଣ ୧୧ ମୃତ, ୪୮…

ଇସ୍ରାଏଲ ଲେବାନନ ଉପରେ କରିଛି ରକେଟ୍‌ ମାଡ଼ କରିଥିବା ବେଳେ ୧୧ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ୪୮ ଜଣ ଆହତ ହୋଇଛନ୍ତି । ଲେବନାନର ଟାୟର…
ଅଶାନ୍ତ ମଧ୍ୟପ୍ରାଚ୍ୟ : ଗତକାଲି ରାତିରେ ପୁଣି ମୁହାଁମୁହିଁ ହୋଇଛନ୍ତି ହମାସ ଓ ଇସ୍ରାଏଲ ।

ଅଶାନ୍ତ ମଧ୍ୟପ୍ରାଚ୍ୟ : ଗତକାଲି ରାତିରେ ପୁଣି ମୁହାଁମୁହିଁ ହୋଇଛନ୍ତି ହମାସ…

ହମସା ଗୋଷ୍ଠୀ ଲେବାବନରୁ ଇସ୍ରାଏଲକୁ ରକେଟ ମାଡ କରିଛି । ଏଥିରେ ଇସ୍ରାଏଲର ୭ ଜଣ ନାଗରିକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଏହି ଆକ୍ରମଣ ଇସ୍ରାଏଲର…

Leave a Reply

Your email address will not be published. Required fields are marked *