ଇସ୍ରାଏଲ : ଲେବାନନ ଉପରେ ରକେଟ ଆକ୍ରମଣ  ୧୧ ମୃତ, ୪୮ ଆହତ

ଇସ୍ରାଏଲ : ଲେବାନନ ଉପରେ ରକେଟ ଆକ୍ରମଣ ୧୧ ମୃତ, ୪୮ ଆହତ

ଇସ୍ରାଏଲ ଲେବାନନ ଉପରେ କରିଛି ରକେଟ୍‌ ମାଡ଼ କରିଥିବା ବେଳେ ୧୧ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ୪୮ ଜଣ ଆହତ ହୋଇଛନ୍ତି । ଲେବନାନର ଟାୟର ଅଞ୍ଚଳରେ ଏହି ଆକ୍ରମଣ ହୋଇଛି । ରବିବାର ଇସ୍ରାଏଲ ଆକ୍ରମଣରେ ହେଜବୁଲ୍ଲାର ମୁଖ୍ୟ ମୁଖପାତ୍ର ମହମ୍ମଦ ଆଫିଫଙ୍କ ମୃତ୍ୟୁ ଘଟିଛି ।

ଏହାପୂର୍ବରୁ ମଧ୍ୟ ଇସ୍ରାଏଲ୍ କ୍ରମାଗତ ଭାବରେ ଲେବାନନ ଏବଂ ଗାଜା ଅଞ୍ଚଳରେ ଆକ୍ରମଣ କରିଛି । ସେପ୍ଟେମ୍ବରରେ ଇସ୍ରାଏଲର ସାମରିକ କାର୍ଯ୍ୟାନୁଷ୍ଠାନ ବୃଦ୍ଧି ଏବଂ ଟପ୍ ହେଜବୁଲ୍ଲା ନେତା ହାସନ ନସରଲ୍ଲାଙ୍କ ହତ୍ୟା କରିଥିଲେ । ବର୍ତ୍ତମାନ ଇସ୍ରାଏଲ ସେନା ତାଙ୍କୁ ମଧ୍ୟ ହତ୍ୟା କରିଥିବା ସୂଚନା ମିଳିଛି ।

ଉତ୍ତର ଇସ୍ରାଏଲ କାଏସରିଆ ସ୍ଥିତ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ଘର ଉପରକୁ ଦୁଇଟି ରକେଟ୍ ମାଡ଼ କରିଥିଲା ହିଜବୁଲ୍ଲା । ନେତାନ୍ୟାହୁଙ୍କ ଘର ପାଖରେ ସ୍ଥିତ କେସରିୟା ଅଞ୍ଚଳରେ ଏହି ବୋମା ମାଡ଼ ହୋଇଥିଲା ।

ଘଟଣା ସମୟରେ ଘରେ ପ୍ରଧାନମନ୍ତ୍ରୀ କିମ୍ବା ତାଙ୍କ ପରିବାର ଲୋକେ ଘରେ ନଥିଲେ । ଗତ ମାସ ଅକ୍ଟୋବର ୧୯ ତାରିଖରେ ମଧ୍ୟ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ ବାସଭବନ ଉପରକୁ ଡ୍ରୋନ୍ ଆକ୍ରମଣ ହୋଇଥିଲା । ଏଥିରେ ଅଳ୍ପକେ ବର୍ତ୍ତିଯାଇଥିଲେ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ।

Related post

ଲେବାନନ ରାଜଧାନୀ ବେରୁତ ଉପରେ ଇସ୍ରାଏଲର ଜବରଦସ୍ତ ହମଲା

ଲେବାନନ ରାଜଧାନୀ ବେରୁତ ଉପରେ ଇସ୍ରାଏଲର ଜବରଦସ୍ତ ହମଲା

ଲଗାତର ଦୁଇ ଦିନ ଧରି ଆକ୍ରମଣରେ ଶହେରୁ ଅଧିକ ଲୋକଙ୍କ ମୃତ୍ଯୁ ଘଟିଛି। ବେରୁତ ଏୟାରପୋର୍ଟ ଉପରେ ଆକ୍ରମଣ କରିଛି ଇସ୍ରାଏଲ ଡିଫେନ୍ସ ଫୋର୍ସେସ। ବେରୁତ ଇଣ୍ଟରନ୍ୟାସନାଲ ଏୟାରପୋର୍ଟକୁ…
ଅଶାନ୍ତ ମଧ୍ୟପ୍ରାଚ୍ୟ : ଗତକାଲି ରାତିରେ ପୁଣି ମୁହାଁମୁହିଁ ହୋଇଛନ୍ତି ହମାସ ଓ ଇସ୍ରାଏଲ ।

ଅଶାନ୍ତ ମଧ୍ୟପ୍ରାଚ୍ୟ : ଗତକାଲି ରାତିରେ ପୁଣି ମୁହାଁମୁହିଁ ହୋଇଛନ୍ତି ହମାସ…

ହମସା ଗୋଷ୍ଠୀ ଲେବାବନରୁ ଇସ୍ରାଏଲକୁ ରକେଟ ମାଡ କରିଛି । ଏଥିରେ ଇସ୍ରାଏଲର ୭ ଜଣ ନାଗରିକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଏହି ଆକ୍ରମଣ ଇସ୍ରାଏଲର…
ଇସ୍ରାଏଲ ଉପରେ ପାଲଟା ଆକ୍ରମଣ କରିପାରେ ଇରାନ

ଇସ୍ରାଏଲ ଉପରେ ପାଲଟା ଆକ୍ରମଣ କରିପାରେ ଇରାନ

ଇରାନ ଉପରେ ଏୟାର ଷ୍ଟ୍ରାଇକ ପରେ ବିଚଳିତ ଇସ୍ରାଏଲ। ପୂର୍ବରୁ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଂଜାମିନ ନେତନ୍ଯାହୁଙ୍କ ବାସଭବନ ନିକଟରେ ଏକ ପଡ଼ିଆରେ ପଡିଥିଲା ରକେଟ। ଆକ୍ରମଣରୁ ଅଳ୍ପକେ ବର୍ତ୍ତି…

Leave a Reply

Your email address will not be published. Required fields are marked *