ଜମ୍ମୁ କଶ୍ମୀର: ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଏନକାଉଣ୍ଟର

ଜମ୍ମୁ କଶ୍ମୀର: ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଏନକାଉଣ୍ଟର

ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଏନକାଉଣ୍ଟର। ଖାନ୍ୟାର ଅଞ୍ଚଳକୁ କର୍ଡନ କରି ସର୍ଚ୍ଚ ଅପରେସନ କରୁଛନ୍ତି ସୁରକ୍ଷାକର୍ମୀ । ବନ୍ଦିପୁରା ଅଞ୍ଚଳରେ ମଧ୍ୟ ଏନକାଉଣ୍ଟର । ତେବେ ମୃତାହତ ନେଇ କୌଣସି ସୂଚନା ନାହିଁ । ସୁରକ୍ଷାକର୍ମୀ ୨ ଜଣ ଆତଙ୍କୀକୁ ଘେରି ଯାଇଛନ୍ତି ।

ସେହିପରି ଦୁର୍ଘଟଣାବଶଃତ ଜଣେ ଯବାନ ନିଜ ବନ୍ଧୁକରୁ ଗୁଳି ବାଜି ପ୍ରାଣ ହରାଇଛନ୍ତି । ସର୍ଭିସ ରାଇଫଲରୁ ଗୁଳି ବାଜି ମୃତ୍ୟୁ ହୋଇଥିବା ଜଣେ ଅଧିକାରୀ କହିଛନ୍ତି ।

ଖାନ୍ୟାର ଅଞ୍ଚଳରେ ଆତଙ୍କବାଦୀ ଲୁଚି ରହିଥିବା ସୂଚନା ପାଇ ଆଜି ସକାଳେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ ସୁରକ୍ଷାକର୍ମୀ । ସର୍ଚ୍ଚ ଅପରେସନ ବେଳେ ଏନକାଉଣ୍ଟର ହୋଇଛି ।  ଏବେ ବି ଜାରି ରହିଛି ଏନକାଉଣ୍ଟର । ଗତ କିଛି ଦିନ ହେବ ଜମ୍ମୁ କାଶ୍ମୀରରେ ଆତଙ୍କବାଦୀ ଗତିବିଧି ବଢ଼ିଛି । ଗତକାଲି ଜମ୍ମୁ କଶ୍ମୀରରେ ଦୁଇ ଜଣ ଉତ୍ତର ପ୍ରଦେଶର ଶ୍ରମିକଙ୍କୁ ଗୁଳି କରିଥିଲେ ଆତଙ୍କବାଦୀ ।

ଅକ୍ଟୋବର ୨୦ରେ ଗନ୍ଦେରବାଲସ୍ଥିତ ସୋନାମାର୍ଗ ଅଞ୍ଚଳରେ ଏକ ଟନ୍ନେଲ କାର୍ଯ୍ୟ ଚାଲିଥିବା ସମୟରେ ଆକ୍ରମଣ କରିଥିଲେ ଆତଙ୍କବାଦୀ । ଆଖିବୁଜା ଗୁଳିମାଡ଼ରେ ସାତ ଜଣଙ୍କର ମୃତ୍ୟୁ ଘଟିଥିଲା । ଏଥିରେ ଜଣେ ଡାକ୍ତରଙ୍କ ସମେତ ଛଅ ଜଣ ପ୍ରବାସୀ ଶ୍ରମିକ ପ୍ରାଣ ହରାଇଥିଲେ । ପାକିସ୍ତାନର ଲଶ୍କର-ଏ-ତୋଏବା ଏହି ଘଟଣା ଘଟାଇଥିବା ଦାବି କରିଥିଲା ।

ଏହାପରେ ୨୪ ଅକ୍ଟୋବରରେ ଉପତ୍ୟକାର ଗୁଲମର୍ଗରେ ସ୍ଥଳ ସେନାର ଗୋଟିଏ ଗାଡ଼ି ଉପରେ ଆତଙ୍କବାଦୀମାନେ ଅତର୍କିତ ଆକ୍ରମଣ କରିଥିଲେ । ସେନା ଗାଡ଼ି ଉପରକୁ ଗ୍ରେନେଡ ଫିଙ୍ଗିବା ସହ ଗୁଳିମାଡ଼ କରିଥିଲେ ଆତଙ୍କବାଦୀ । ଏଥିରେ ଜଣେ ସାଧାରଣ ନାଗରିକଙ୍କ ସମେତ ୨ ଜଣ ଯବାନ ସହିଦ ହୋଇଥିଲେ ।

 

Related post

ମାଲକାନଗିରି ଛତିଶଗଡ ସୀମାନ୍ତ ବିଜାପୁର  ଏନକାଓଣ୍ଟର ରେ ୩ ମାଓବାଦୀ ନିହତ ।

ମାଲକାନଗିରି ଛତିଶଗଡ ସୀମାନ୍ତ ବିଜାପୁର ଏନକାଓଣ୍ଟର ରେ ୩ ମାଓବାଦୀ ନିହତ…

ବିଜାପୁର ଜିଲ୍ଲାର ଉସୁର-ବାସାଗୁଡା-ପାମେଡ ଅଞ୍ଚଳରେ ନକ୍ସଲ କ୍ୟାମ୍ପ କରି ରହିଥିବା ପୋଲିସ କୌଣସି ସୂତ୍ରରୁ ପାଇଥିଲା । ପରେ ଡିଆରଜି,ଏସଟିଏଫ,କୋବ୍ରା ଏବଂ ସିଆରପିଏଫ ବାଟାଲିୟନର ଯବାନ ଏହି ଅଞ୍ଚଳରେ…
ଜମ୍ମୁ ଓ କାଶ୍ମୀରରେ କମୁଛନ୍ତି ପର୍ଯ୍ୟଟକ । ବଢ଼ୁଛି ହିଂସା

ଜମ୍ମୁ ଓ କାଶ୍ମୀରରେ କମୁଛନ୍ତି ପର୍ଯ୍ୟଟକ । ବଢ଼ୁଛି ହିଂସା

ଗତ ଚାରି ସପ୍ତାହ ମଧ୍ୟରେ ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ହିଂସା ବୃଦ୍ଧି ଘଟିଛି । ଜମ୍ମୁ-କଶ୍ମୀରର ସୁରକ୍ଷା ସ୍ଥିତିକୁ ପ୍ରଭାବିତ କରିଛି, କିନ୍ତୁ ହିଂସାର ସବୁଠାରୁ ଖରାପ ପ୍ରଭାବ ପର୍ଯ୍ୟଟକ…
ଜାମ୍ମୁ କାଶ୍ମୀରରେ ଆର୍ମି ଗାଡ଼ି ଉପରକୁ ଆତଙ୍କବାଦୀଙ୍କ ଆକ୍ରମଣ

ଜାମ୍ମୁ କାଶ୍ମୀରରେ ଆର୍ମି ଗାଡ଼ି ଉପରକୁ ଆତଙ୍କବାଦୀଙ୍କ ଆକ୍ରମଣ

ଆଜି ସକାଳ ପ୍ରାୟ ୭ଟାରେ ଅଖନୁର ଅଞ୍ଚଳରେ ଏହି ଘଟଣା ଘଟିଛି। ତେବେ ଏଥିରେ କେହି ମୃତାହତ ହୋଇ ନାହିଁ। ଆର୍ମିର ଆମ୍ଵୁଲାନସ ଯିବା ବେଳେ ଫାୟାରିଂର ଶବ୍ଦ…

Leave a Reply

Your email address will not be published. Required fields are marked *