
ଅଷ୍ଟ୍ରେଲିଆ ମାଟିରେ ଜସ୍ବସୀଙ୍କ ଜବରଦସ୍ତ ଶତକ
- ଖେଳ ଖବର
- November 24, 2024
- No Comment
- 12
ଅଷ୍ଟ୍ରେଲିଆରେ ୨୦୦ରନ କରିଥିବା ଭାରତର ପ୍ରଥମ ଓପନିଂ ଯୋଡି ହୋଇଛନ୍ତି କେଏଲ ରାହୁଲ ଓ ଜସ୍ବସୀ ଜୈସ୍ବାଲ । ଅଷ୍ଟ୍ରେଲିଆ ବିପକ୍ଷରେ ଗୋଟିଏ ଟେଷ୍ଟରେ ୨୦୦ ରନ କରିବାରେ ଭାରତର ଓପନିଂ ଯୋଡି ହୋଇଛନ୍ତି । ରାହୁଲ ୧୭୬ ବଲରେ ୭୭ ରନ (୫ଟି ଚୌକା) କରିଥିଲେ । ଏହା ପୂର୍ବରୁ ଏହି ରେକର୍ଡ ଇଂଲଣ୍ଡ ଯୋଡିଙ୍କ ନାମରେ ଥିଲା । ଏହା ସହିତ ଅଷ୍ଟ୍ରେଲିଆରେ ଟେଷ୍ଟରେ ପ୍ରଥମ ଶତକ ହାସଲ କରିଥିବା ରେକର୍ଡରେ ମଧ୍ୟ ସାମିଲ ହୋଇଛନ୍ତି ଜୈସ୍ବାଲ ।
୨୩ ବର୍ଷ ବୟସରେ ଟେଷ୍ଟ ଶତର ହାସଲ କରିବା ରେକର୍ଡରେ ମଧ୍ୟ ସାମିଲ ହୋଇଛନ୍ତି । ଟେଷ୍ଟରେ ସବୁଠୁ ଅଧିକ ଛକା ମାରିଥିବା ନ୍ୟୁଜିଲାଣ୍ଡର ମ୍ୟାକୁଲମଙ୍କ ରେକର୍ଡ ଭାଙ୍ଗିଛନ୍ତି ।
ପ୍ରଥମ ଇନିଂସ ଅପେକ୍ଷା ଦ୍ବିତୀୟ ଇନିଂସରେ ଜବରଦସ୍ତ ପ୍ରଦର୍ଶନ କରିଛି ବୁମରା ବାହିନୀ । ରିପୋର୍ଟ ଲେଖାହେବା ସୁଦ୍ଧା ପ୍ରଥମ ଟେଷ୍ଟର ତୃତୀୟ ଦିନରେ ଭାରତ ୨୭୫ ରନ କରି ଗୋଟିଏ ୱିକେଟ ହରାଇଛି । ୩୨୧ ରନ ଲିଡ କରୁଛି ଟିମ୍ ଇଣ୍ଡିଆ । କେଏଲ ରାହୁଲ ୭୭ରନ କରି ମିଚେଲ ଷ୍ଟାର୍କଙ୍କ ବଲରେ ଆଉଟ ହୋଇଛନ୍ତି । ବର୍ତ୍ତମାନ ଜୈସ୍ବାଲ ଓ ଦେବଦତ୍ତ ପାଡିକର କ୍ରିଜରେ ଅଛନ୍ତି ।