କେଭିଙ୍କ ଫୋକସରେ ବକେୟା ବିଜୁଳି ବିଲ୍ ଆଦାୟ

କେଭିଙ୍କ ଫୋକସରେ ବକେୟା ବିଜୁଳି ବିଲ୍ ଆଦାୟ

ରାଜ୍ୟର ୨୩ ଶିଳ୍ପ ସଂସ୍ଥା ଦେଇନାହାଁନ୍ତି ବକେୟା ବିଜୁଳି ବିଲ୍ ।  ଏହି ସଂସ୍ଥା ଗୁଡ଼ିକ ଉପରେ ୧୦୯୬ କୋଟି ଟଙ୍କା ବକେୟା ବିଲ୍ ପଡିଛି ।  ତାଳଚେରର ଏକ ତାପଜ ବିଦ୍ୟୁତ୍ କମ୍ପାନୀ ସର୍ବାଧିକ ୨୮୫ କୋଟି ଟଙ୍କା ବାକି ରଖିଛି ।  ସେହିପରି ଯାଜପୁର ଜିଲ୍ଲାର ଏକ ଇସ୍ପାତ ଶିଳ୍ପ ୨୪୬ କୋଟି ବାକି ରଖିଥିବାବେଳେ ଅନ୍ୟ ଏକ ଇସ୍ପାତ କମ୍ପାନୀ ୮୫ କୋଟି ଟଙ୍କା ବକେୟା ରଖିଛନ୍ତି ।

ଝାରସୁଗୁଡ଼ାର ଏକ କମ୍ପାନୀକୁ ଗତ ୧୦ ବର୍ଷ ମଧ୍ୟରେ ସର୍ବାଧିକ ୩ହଜାର ୫୯୯ କୋଟିର ବକେୟା ବିଜୁଳି ବିଲ୍ ଛାଡ କରାଯାଇଥିବାବେଳେ ୧୪ଟି ଶିଳ୍ପ ସଂସ୍ଥାକୁ ୪ହଜାର ୯୭ କୋଟି ବକେୟା ବିଲ୍ ଛାଡ କରାଯାଇଛି। ବକେୟା ବିଦ୍ୟୁତ ଶୁଳ୍କ ଆଦାୟକୁ ତ୍ବରାନ୍ବିତ କରିବାକୁ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ନିର୍ଦ୍ଦେଶ ଦେଇଛନ୍ତି ।  ସେହିପରି ବିଭିନ୍ନ ଶିଳ୍ପ ଗୁଡିକ ବିଦ୍ୟୁତ ବିଲ ଗୁଡ଼ିକୁ ଫାଙ୍କିବା ପାଇଁ ଅଦାଲତରେ ମାମଲା କରିଛନ୍ତି।

ଏଗୁଡ଼ିକ ଶୀଘ୍ର ସମାଧାନ କରି ବିଜୁଳି ବିଲ୍ ଆଦାୟ କରିବା ପାଇଁ ଏଜି, ବିଭାଗୀୟ ପରାମର୍ଶଦାତାଙ୍କ ପରାମର୍ଶ ନେବାକୁ ଉପମୁଖ୍ୟମନ୍ତ୍ରୀ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।  ଗତକାଲି ଭୁବନେଶ୍ବର ଖାରବେଳ ଭବନ ସମ୍ମିଳନୀ କକ୍ଷରେ ଉପମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଶିଲ୍ପ ସଂସ୍ଥାମାନଙ୍କ ଉପରେ ରହିଥିବା ବକେୟା ବିଦ୍ୟୁତ୍ ଶୁଳ୍କ ଆଦାୟ ଉପରେ ଏକ ସମୀକ୍ଷା ବୈଠକ ହୋଇଥିଲା ।  ବୈଠକରେ ଶକ୍ତି ବିଭାଗ ପ୍ରମୁଖ ସଚିବ, ବିଦ୍ୟୁତ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

Related post

ସତର୍କ କଲା ପାଣିପାଗ କେନ୍ଦ୍ର, ଆଜିଠୁ ବଢ଼ିବ ବର୍ଷା

ସତର୍କ କଲା ପାଣିପାଗ କେନ୍ଦ୍ର, ଆଜିଠୁ ବଢ଼ିବ ବର୍ଷା

ବଙ୍ଗୋପସାଗରରେ ଆଣ୍ଟି ସାଇକ୍ଲୋନିକ ସର୍କୁଲେସନ ସକ୍ରିୟ । ଏହା ସହ ଟ୍ରପ ଲାଇନ ପ୍ରଭାବରେ ରାଜ୍ୟ ମଧ୍ୟକୁ ସମୁଦ୍ର ପଟୁ ଜଳୀୟବାଷ୍ପ ପ୍ରବେଶ କରୁଛି । ପ୍ରଭାବରେ ରାଜ୍ୟର…
ବିଦେଶୀ ପକ୍ଷୀଙ୍କ ସଂଖ୍ୟା, ଭିତରକନିକାକୁ ଆସିଛନ୍ତି ୧ ଲକ୍ଷ ୫୧ ହଜାର ୬୧୪ଟି ପକ୍ଷୀ

ବିଦେଶୀ ପକ୍ଷୀଙ୍କ ସଂଖ୍ୟା, ଭିତରକନିକାକୁ ଆସିଛନ୍ତି ୧ ଲକ୍ଷ ୫୧ ହଜାର…

ଚଳିତବର୍ଷ ୧ ଲକ୍ଷ ୫୧ ହଜାର ୬୧୪ଟି ବିଦେଶୀ ପକ୍ଷୀ ଆସିଛନ୍ତି । ଚଳିତବର୍ଷ ୧୧୮ ପ୍ରଜାତି ପକ୍ଷୀ ଚିହ୍ନଟ ହୋଇଥିବାବେଳେ ଗତବର୍ଷ ତୁଳନାରେ ୩ କମ୍ ରହିଛନ୍ତି…
ବଢ଼ିଲା ଶିକ୍ଷକଙ୍କ ଦରମା

ବଢ଼ିଲା ଶିକ୍ଷକଙ୍କ ଦରମା

ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଅନୁଯାୟୀ ,ଏହି ଶିକ୍ଷକମାନଙ୍କ ମାସିକ ପାରିଶ୍ରମିକ  ୧୧ ହଜାର ଶହେ ଟଙ୍କାରୁ ବୃଦ୍ଧି ପାଇ ୧୬ ହଜାର ଟଙ୍କା କରାଯାଇଛି । ଏହାସହିତ ଏହି ବର୍ଗର…

Leave a Reply

Your email address will not be published. Required fields are marked *