ମହାରାଷ୍ଟ୍ର : ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ ଦେବେନ୍ଦ୍ର ଫିଡନାବିସ

ମହାରାଷ୍ଟ୍ର : ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ ଦେବେନ୍ଦ୍ର ଫିଡନାବିସ

ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବିଜେପି ନେତା ଦେବେନ୍ଦ୍ର ଫିଡନାବିସ । ତାଙ୍କୁ ରାଜ୍ୟପାଳ ସିପି ରାଧାକ୍ରିଷ୍ଣନ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ । ଫିଡନାବିସଙ୍କ ସହ ଏକନାଥ ସିନ୍ଦେ ଓ ଅଜିତ ପାୱାର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବୋଲି ଜଣାପଡ଼ିଛି । ସଂଧ୍ୟା ସାଢେ ୫ଟାରେ ମୁମ୍ବାଇର ଆଜାଦ ମୈଦାନ ଠାରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ ।

ଶପଥ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେବେ। ଶପଥ ସମାରୋହରେ ଅମିତ ଶାହ, ଜେପି ନଡ୍ଡା ସମେତ ଅନେକ ମନ୍ତ୍ରୀ ଏବଂ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ ଯୋଗ ଦେବେ । ୭୦ ଭିଭିଆଇପିଙ୍କ ସହିତ ୪୦୦ରୁ ଅଧିକ ସାଧୁସନ୍ଥ ମଧ୍ୟ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବେ ।

ସମାରୋହକୁ ଐତିହାସିକ କରିବା ପାଇଁ ୪୦ ହଜାରରୁ ଅଧିକ ଲୋକ ଆଜାଦ ମଇଦାନରେ ପହଞ୍ଚିପାରନ୍ତି । ତେଣୁ ୩,୫୦୦ ପୋଲିସ କର୍ମୀ, ୫୨୦ ଅଫିସର, ଷ୍ଟେଟ ରିଜର୍ଭ ପୋଲିସ ଫୋର୍ସର ଏକ ପ୍ଲାଟୁନ, କ୍ବିକ୍ ରେସପନ୍ସ ଟିମ୍, କମ୍ପାଟ ଟିମ୍, ଡେଲଟା ଟିମ୍, ବୋମା ନିଷ୍କ୍ରିୟ ସ୍କ୍ବାର୍ଡ ନିୟୋଜିତ ରହିଛନ୍ତି ।

ମିଳିଥିବା ସୂଚନା ଅନୁସାରେ, ଗୃହ, ଶିଳ୍ପ, ନଗରଉନ୍ନୟନ, PWD ମନ୍ତ୍ରୀ ପଦ ପାଇଁ ଶିବସେନା ଲବି କରୁଛି । ପୂର୍ବରୁ ଶିବସେନା ପାଖରେ ଯେଉଁ ୯ଟି ମନ୍ତ୍ରୀ ପଦ ଥିଲା ସେସବୁ ମନ୍ତ୍ରୀ ପଦକୁ ବଜାୟ ରଖିବା ପାଇଁ ଦଳ ଚାହୁଁଛି । ସେହିପରି ଅଜିତ ପାୱାରଙ୍କ ଏନସିପିକୁ ୮ରୁ ୧୦ଟି ମନ୍ତ୍ରୀ ପଦ ମିଳିପାରେ ।

ଏନସିପିକୁ କୃଷି, ସମବାୟ, ଖାଦ୍ୟ ଓ ଯୋଗାଣ, ଜଳସେଚନ, ସମାଜିକ ନ୍ୟାୟ, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପଦ ମିଳିବ ବୋଲି କୁହାଯାଉଛି । ତୃତୀୟ ଥର ପାଇଁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ଦେବେନ୍ଦ୍ର ଫଡନଭିସ। ପୂର୍ବରୁ ୨୦୧୪ ଓ ୨୦୧୯ରେ ସେ ମୁଖ୍ଯମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ ।

Related post

ନୂଆବର୍ଷ ଉପଲକ୍ଷେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ନୂଆବର୍ଷ ଉପଲକ୍ଷେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ସୋସିଆଲ୍ ମିଡିଆ ‘ଏକ୍ସ’ରେ ଲେଖିଛନ୍ତି, ‘ ନବବର୍ଷ ସମସ୍ତଙ୍କ ମନରେ ସୁଖ, ଆନନ୍ଦ ଓ ସମୃଦ୍ଧି ଭରିଦେଉ । ରାଜ୍ୟବାସୀଙ୍କୁ ଶୁଭ କାମନା ଜଣାଇବା ସହ ଏକ ସମୃଦ୍ଧ…
ଚତୁର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ହେମନ୍ତ ସୋରେନ

ଚତୁର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ହେମନ୍ତ ସୋରେନ

ଚତୁର୍ଥ ଥର ପାଇଁ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଜେଏମଏମ ନେତା ହେମନ୍ତ ସୋରେନ । ରାଞ୍ଚିର ମୋରାବାଦି ଗ୍ରାଉଣ୍ଡରେ ଅପରାହ୍ନ ୪ଟା ବେଳେ ହେମନ୍ତ ସୋରେନ…
କିଏ ଧରିବେ ମହାରାଷ୍ଟ୍ର ମଙ୍ଗ: ତିନି ଦଳ ଭିତରେ ଅଙ୍କକଷା

କିଏ ଧରିବେ ମହାରାଷ୍ଟ୍ର ମଙ୍ଗ: ତିନି ଦଳ ଭିତରେ ଅଙ୍କକଷା

ଦେବେନ୍ଦ୍ର ଫଡନବିସ  ମୁଖ୍ୟମନ୍ତ୍ରୀ ହେବା ପାଇଁ ଦୃଢ଼ ଦାବିଦାର  ଅଛନ୍ତି । ଶିବସେନା ନେତା ଏକନାଥ ସିନ୍ଦେ ଓ  ଏନ୍‌ସିପି ନେତା ଅଜିତ ପାୱାର ନିର୍ବାଚନ ପୂର୍ବରୁ  ମୁଖ୍ୟମନ୍ତ୍ରୀ…

Leave a Reply

Your email address will not be published. Required fields are marked *