ଲାଓସ୍‌ରେ ଭାରତ-ଚୀନ୍‌ ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ ବୈଠକ I

ଲାଓସ୍‌ରେ ଭାରତ-ଚୀନ୍‌ ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ ବୈଠକ I

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଭିଏଣ୍ଟିଆନେରେ ଚୀନ୍ ପ୍ରତିରକ୍ଷା ମନ୍ତ୍ରୀ ଡୋଙ୍ଗ ଜୁନ୍ ଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିଛନ୍ତି,  ଦୁଇ ଦେଶ ମଧ୍ୟରେ ସୀମା ବିବାଦ ଏବଂ ସୈନ୍ୟ ପ୍ରତ୍ୟାହାର ନେଇ ଆଲୋଚନା ହୋଇଥିଲା। ଶାନ୍ତି ଓ ସହଯୋଗ ପାଇଁ ଭାରତ-ଚୀନ ସମ୍ପର୍କ ବଜାୟ ରଖିବାକୁ ରାଜନାଥ ସିଂହ ଆହ୍ୱାନ ଦେଇଛନ୍ତି ।

ବୈଠକରେ ସୀମାରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ସହ ଅନେକ ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଗୁରୁତ୍ୱାରୋପ କରି କହିଛନ୍ତି ଯେ ଭାରତ ଏବଂ ଚୀନ୍ ଭଳି ବିଶାଳ ଦେଶ ମଧ୍ୟରେ ଶାନ୍ତିପୂର୍ଣ୍ଣ ସମ୍ପର୍କ କେବଳ ଏସିଆ ପାଇଁ ନୁହେଁ ବରଂ ବିଶ୍ୱ ଶାନ୍ତି ଏବଂ ସମୃଦ୍ଧି ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ  ।

ଭବିଷ୍ୟତରେ ଏଭଳି ଘଟଣାକୁ ରୋକିବା ପାଇଁ ୨୦୨୦ ର ସୀମା ସଂଘର୍ଷ ଘଟଣାରୁ ଶିକ୍ଷା ନେଇ ଏବଂ ଆତ୍ମବିଶ୍ୱାସ ସୃଷ୍ଟିକାରୀ ପଦକ୍ଷେପ ଗ୍ରହଣ କରିବାକୁ ବୈଠକରେ ସହମତି ପ୍ରକାଶ ପାଇଛି ବୋଲି ରାଜନାଥ ସିଂହ କହିଛନ୍ତି। ନିକଟରେ ରାଜନାଥ ସିଂହ ଡେମଚୋକ ଏବଂ ଡେପସାଙ୍ଗ ଅଞ୍ଚଳରେ ସୈନ୍ୟ ପ୍ରତ୍ୟାହାର ଏବଂ ପାଟ୍ରୋଲିଂ ପୁନଃ ଆରମ୍ଭ କରିବାର ସମୀକ୍ଷା କରିଥିଲେ  ଏବଂ ଏହି ସମୟରେ ଉଭୟ ପକ୍ଷ ଆଲୋଚନା ମାଧ୍ୟମରେ ସୀମା ବିବାଦର ସମାଧାନ ଦିଗରେ ସକାରାତ୍ମକ ପଦକ୍ଷେପ ନେଇଛନ୍ତି  ।  ପ୍ରକୃତ ନିୟନ୍ତ୍ରଣ ରେଖା (ଏଲଏସି)ରେ ଉତ୍ତେଜନା ହ୍ରାସ ପାଇଁ ନିରନ୍ତର ଆଲୋଚନା ଏବଂ ସହଯୋଗର ଆବଶ୍ୟକତା ଉପରେ ପ୍ରତିରକ୍ଷା ମନ୍ତ୍ରୀ ଗୁରୁତ୍ୱାରୋପ କରି

Related post

Leave a Reply

Your email address will not be published. Required fields are marked *