ମହମ୍ମଦ ସିରାଜଙ୍କୁ ଦଣ୍ଡିତ କଲା ଆଇସିସି, କାଟିଲା ୨୦% ମ୍ୟାଚ୍ ଫି

ମହମ୍ମଦ ସିରାଜଙ୍କୁ ଦଣ୍ଡିତ କଲା ଆଇସିସି, କାଟିଲା ୨୦% ମ୍ୟାଚ୍ ଫି

ସିରାଜ ଆଇସିସିର ଆଚରଣ ବିଧି ୨.୫କୁ ଉଲ୍ଲଙ୍ଘନ କରିଛନ୍ତି । ଏଥିପାଇଁ ତାଙ୍କୁ ମ୍ୟାଚ ଫି’ ୨୦% କାଟ କରାଯାଇଛି । ହେଡ ମଧ୍ୟ ଧାରା ୨.୧୩ର ଉଲ୍ଲଙ୍ଘନ କରିଛନ୍ତି । ତେଣୁ ତାଙ୍କ ଉପରେ ମଧ୍ୟ କଟକଣା ଲଗାଯାଇଛି । ସିରାଜଙ୍କ ମ୍ୟାଚ୍ ଫି’ ୨୦% କାଟ କରାଯାଇଥିବା ବେଳେ ତାଙ୍କ ଶୃଙ୍ଖଳାଗତ ରେକର୍ଡରେ ଗୋଟିଏ ଡିମେରିଟ ପଏଣ୍ଟ ଯୋଡ଼ି ହୋଇଯାଇଛି । ହେଡଙ୍କୁ ମଧ୍ୟ ଗୋଟିଏ ଡିମେରିଟ ପଏଣ୍ଟ ମିଳିଛି । ଗତ ୨୪ ମାସ ମଧ୍ୟରେ ଏହା ପ୍ରଥମ ଅପରାଧ ।

ସୂଚନାଯୋଗ୍ୟ, ଆଡିଲେଡ ଟେଷ୍ଟରେ ସିରାଜ ଏବଂ ହେଡଙ୍କ ମଧ୍ୟରେ ହାଲକା କଥା କଟାକଟି ଦେଖିବାକୁ ମିଳିଥିଲା । ହେଡଙ୍କୁ ଆଉଟ୍ କରିବା ପରେ ସିରାଜ ତାଙ୍କୁ ଆଖି ଦେଖାଇଥିଲେ ଏବଂ ପାଭିଲିୟନ ଫେରିବାକୁ ଇଶାରା ଦେଇଥିଲେ । ହେଡ ମଧ୍ୟ ପାଭିଲିୟନ ଫେରିବା ବେଳେ ସିରାଜଙ୍କୁ କିଛି କହିଥିଲେ । ଦୁହେଁ ମ୍ୟାଚ ରେଫରୀ ରଂଜନ ମଦୁଗଲେଙ୍କ ସାମ୍ନାରେ ନିଜର ଭୁଲ୍ ମାନି ଅଭିଯୋଗ ସ୍ବୀକାର କରିଥିଲେ । ଏଥିପାଇଁ ଆଇସିସି ତାଙ୍କୁ ଦଣ୍ଡିତ କରିଛି ।

ପିଙ୍କ ବଲ୍ ଟେଷ୍ଟରେ ମହମ୍ମଦ ସିରାଜଙ୍କ ବୋଲିଂକୁ ନେଇ ଚର୍ଚ୍ଚା ଲାଗିଥିଲା । ଯେଉଁଥିରେ ସିରାଜ ଅଷ୍ଟ୍ରେଲିଆ ବ୍ୟାଟର ମାର୍ନସ ଲାବୁସେନଙ୍କ ଉପରେ ରାଗୁଥିବା ନଜର ଆସିଥିଲେ । ଲାବୁସେନ ବ୍ୟାଟିଂ କରୁଥିବା ବେଳେ ସିରାଜ ବୋଲିଂ କରୁଥିଲେ । ସିରାଜ ନିଜ ରନଅପ୍ ପୂରଣ କରି ବୋଲିଂ କରିବାକୁ ରହିଥିବା ବେଳେ ହଠାତ୍ ଲାବୁସେନ କ୍ରିଜରୁ ହଟି ସିରାଜଙ୍କୁ ରହିବାକୁ ଈଶାରା କରୁଛନ୍ତି ।

ସିରାଜ ପ୍ରଥମେ ରୋକି ହୋଇଥିବା ବେଳେ ହଠାତ୍ ବଲକୁ ଲାବୁସେନଙ୍କ ଆଡକୁ ଥ୍ରୋ କରିଥିଲେ । ବଲ୍ ଥ୍ରୋ କରିବା ପରେ ସିରାଜ ବହୁତ ରାଗିଯାଇଥିଲେ । ତେବେ ଲାବୁସେନ ଖେଳିବାକୁ ପ୍ରସ୍ତୁତ ଥିବା ତାଙ୍କ ସାମ୍ନାରେ ଲାଗିଥିବା ଲାଇଟ ସ୍କ୍ରିନ ଆଗରେ କୌଣସି ବ୍ୟକ୍ତି ଚାଲିଯାଇଥିଲେ । ତେଣୁ ଲାବୁସେନ ହଠାତ୍ କ୍ରିଜରୁ ହଟିଯାଇଥିଲେ ।

Related post

Leave a Reply

Your email address will not be published. Required fields are marked *