ବାଂଲାଦେଶରେ ହିନ୍ଦୁଙ୍କ ଉପରେ ୨୨୦୦ରୁ ଉର୍ଦ୍ଧ୍ଵ ଆକ୍ରମଣ, ୨ ଦିନରେ ୩ଟି ମନ୍ଦିରରେ ଭଙ୍ଗାରୁଜା

ବାଂଲାଦେଶରେ ହିନ୍ଦୁଙ୍କ ଉପରେ ୨୨୦୦ରୁ ଉର୍ଦ୍ଧ୍ଵ ଆକ୍ରମଣ, ୨ ଦିନରେ ୩ଟି ମନ୍ଦିରରେ ଭଙ୍ଗାରୁଜା

ବାଂଲାଦେଶରେ ଥମୁନି ହିନ୍ଦୁ ବିରୋଧୀ ଆକ୍ରମଣ। ଟାର୍ଗେଟ୍‌ରେ ହିନ୍ଦୁ ମନ୍ଦିର। ମାଇମେନସିଂହ ଏବଂ ଦିନାଜପୁରରେ ଦୁର୍ବୃତ୍ତମାନେ ଦୁଇ ଦିନ ଭିତରେ ୩ଟି ମନ୍ଦିରରେ ୮ଟି ମୂର୍ତ୍ତି ଭଙ୍ଗାରୁଜା କରିଛନ୍ତି। ଡେଲି ଷ୍ଟାର ପତ୍ରିକା ଅନୁଯାୟୀ, ମନ୍ଦିରରେ ଭଙ୍ଗାରୁଜା କରିବା ମାମଲାରେ ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି।

ହଲୁଆଘାଟ ଥାନା ଅଧିକାରୀ ଅବୁଲ ଖୈରଙ୍କ ସୂଚନା ଅନୁଯାୟୀ, ଶୁକ୍ରବାର କିଛି ଦୁର୍ବୃତ୍ତ ହଲୁଆଘାଟର ଶାକୁଆଇ ସଙ୍ଘ ସ୍ଥିତ ବୋନ୍ଦରପାରା ମନ୍ଦିରର ଦୁଇଟି ମୂର୍ତ୍ତି ଭାଙ୍ଗି ଦେଇଥିଲେ। ଏହି ଘଟଣାରେ ଏପର୍ଯ୍ୟନ୍ତ କୌଣସି ମାମଲା ରୁଜୁ ହୋଇନାହିଁ। ସେପଟେ ଗୁରୁବାର ପୋଲାଶକନ୍ଦ କାଳୀ ମନ୍ଦିରରେ ହୋଇଥିବା ଭଙ୍ଗାରୁଜା ଘଟଣାରେ ପୋଲିସ ଜଣେ ୨୭ ବର୍ଷୀୟ ବ୍ୟକ୍ତିଙ୍କୁ ଗିରଫ କରିଛି। ଉକ୍ତ ବ୍ୟକ୍ତି ଜଣଙ୍କ ଦୋଷ ସ୍ଵୀକାର କରିଛନ୍ତି।

ସୂଚନାନୁଯାୟୀ, ଚଳିତ ବର୍ଷ ବାଙ୍ଗଲାଦେଶରେ ହିନ୍ଦୁମାନଙ୍କ ଉପରେ ଅତ୍ୟାଚାର ସମ୍ପର୍କିତ ୨୨୦୦ରୁ ଉର୍ଦ୍ଧ୍ଵ ମାମଲା ସାମ୍ନାକୁ ଆସିଛି। ପାକିସ୍ତାନ ଏବଂ ବାଂଲାଦେଶକୁ ଛାଡିଦେଲେ ଅନ୍ୟ କୌଣସି ଦେଶରେ ହିନ୍ଦୁଙ୍କ ଉପରେ ଏଭଳି ଅତ୍ୟାଚାର କରାଯାଉ ନାହିଁ। ହିନ୍ଦୁଙ୍କ ସୁରକ୍ଷାକୁ ନେଇ ଭାରତ ସରକାର ପଡୋଶୀ ଦେଶକୁ ପତ୍ର ଲେଖିଛନ୍ତି।

Related post

Leave a Reply

Your email address will not be published. Required fields are marked *