ଚଳିତ ବର୍ଷ ପ୍ରଥମ ୬ମାସରେ ୬ ହଜାରରୁ ଅଧିକ ଦୁର୍ଘଟଣା ।

ଚଳିତ ବର୍ଷ ପ୍ରଥମ ୬ମାସରେ ୬ ହଜାରରୁ ଅଧିକ ଦୁର୍ଘଟଣା ।

ରାଜ୍ୟରେ ବଢ଼ି ଚାଲିଛି ସଡ଼କ ଦୁର୍ଘଟଣା । ପ୍ରତିବର୍ଷ ଦୁର୍ଘଟଣା ହାର ବଢ଼ି ବଢ଼ି ଚାଲିଛି । ଚଳିତ ବର୍ଷ ପ୍ରଥମ ୬ମାସରେ ୬ ହଜାରରୁ ଅଧିକ ଦୁର୍ଘଟଣା ଦେଖିବାକୁ ମିଳିଛି । ଆଉ ଏଥିରେ ୩ ହଜାରରୁ ଅଧିକ ଜୀବନ ଯାଇଛି । ଦିନକୁ ଦିନ ଦୁର୍ଘଟଣା ମାତ୍ରା ବୃଦ୍ଧି ପାଉଥିବାବେଳେ କେମିତି ଏଥିରେ ଲାଗିବ ବ୍ରେକ୍ ଏନେଇ ସାଧାରଣରେ ପ୍ରଶ୍ନ ଉଠୁଛି । ସରକାର ସଡ଼କ ସୁରକ୍ଷା ଦିଗରେ ଅନେକ ନିୟମ ଆଣୁଛନ୍ତି  ।

ଲୋକଙ୍କୁ ସଚେତନ କରାଇବା ପାଇଁ ପ୍ରଶାସନିକ ସ୍ତରରେ ଅନେକ କାର୍ୟ୍ୟକ୍ରମ କରାଯାଉଛି । ସଡ଼କ ସୁରକ୍ଷା ସପ୍ତାହ ବି ପାଳନ କରାଯାଉଛି ।  ତଥାପି ପ୍ରତିଦିନ ଦୁର୍ଘଟଣାର ଭୟଙ୍କର ଚିତ୍ର ସାମ୍ନାକୁ ଆସୁଛି । ଦ୍ରୁତ ଗାଡ଼ି ଚାଳନା ଉପରେ ଶକ୍ତ କଟକଣା ଲଗାଗଲେ ଏବଂ ଗାଡ଼ି ଚାଳନ ଅଧିକ ସତର୍କତା ଅବଲମ୍ବନ କଲେ ହୁଏତ ଦୁର୍ଘଟଣାର ମାତ୍ରା କମି ପାରନ୍ତା ।

ପରିବହନ ବିଭାଗର ତଥ୍ୟ :

ରାଜ୍ୟରେ ବଢ଼ିଚାଲିଛି ଦୁର୍ଘଟଣା
୬ମାସରେ ୬୩୬୩ଟି ସଡ଼କ ଦୁର୍ଘଟଣା
ଜାନୁଆରୀରୁ ଜୁନ୍‌ ମଧ୍ୟରେ ଯାଇଛି ୩୧୯୮ ଜୀବନ
ଦୁର୍ଘଟଣାରେ ୫,୭୩୫ ହୋଇଛନ୍ତି ଆହତ
ପୂର୍ବ ବର୍ଷ ତୁଳନାରେ ଦୁର୍ଘଟଣା ୭% ବୃଦ୍ଧି
ସୁନ୍ଦରଗଡ଼ରେ ସର୍ବାଧିକ ଦୁର୍ଘଟଣା ରେକର୍ଡ
୬ ମାସରେ ସୁନ୍ଦରଗଡ଼ରେ ୨୫୪ ସଡ଼କ ଦୁର୍ଘଟଣା
୧୨ ଟି ରାଜ୍ୟରେ ଦୁର୍ଘଟଣା ଜନିତ ମୃତ୍ୟୁ ୧୦୦ ଉପରେ ରେକର୍ଡ

Related post

ରାଜ୍ୟରେ ହିଟ ୱେଭ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି: ଆଞ୍ଚଳିକ ପାଣିପାଗ ବିଭାଗ

ରାଜ୍ୟରେ ହିଟ ୱେଭ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି: ଆଞ୍ଚଳିକ ପାଣିପାଗ…

୧୦ ତାରିଖରୁ ରାଜ୍ୟରେ ହିଟ ୱେଭ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କଲା ଆଞ୍ଚଳିକ ପାଣିପାଗ ବିଭାଗ ।  ଗତ କାଲି ମୟୂରଭଞ୍ଜ ଜିଲ୍ଲାର ତଙ୍ଗରବଳଦ ସ୍ଥାନରେ ୨…
ସତର୍କ କଲା ପାଣିପାଗ କେନ୍ଦ୍ର, ଆଜିଠୁ ବଢ଼ିବ ବର୍ଷା

ସତର୍କ କଲା ପାଣିପାଗ କେନ୍ଦ୍ର, ଆଜିଠୁ ବଢ଼ିବ ବର୍ଷା

ବଙ୍ଗୋପସାଗରରେ ଆଣ୍ଟି ସାଇକ୍ଲୋନିକ ସର୍କୁଲେସନ ସକ୍ରିୟ । ଏହା ସହ ଟ୍ରପ ଲାଇନ ପ୍ରଭାବରେ ରାଜ୍ୟ ମଧ୍ୟକୁ ସମୁଦ୍ର ପଟୁ ଜଳୀୟବାଷ୍ପ ପ୍ରବେଶ କରୁଛି । ପ୍ରଭାବରେ ରାଜ୍ୟର…
ରାଜଧାନୀରେ ପୁଣି ମୋ ବସ୍ ଚକା ତଳେ ଚାଲିଗଲା  ଜଣେ ମହିଳାଙ୍କ ଜୀବନ

ରାଜଧାନୀରେ ପୁଣି ମୋ ବସ୍ ଚକା ତଳେ ଚାଲିଗଲା ଜଣେ ମହିଳାଙ୍କ…

ରାଜଧାନୀରେ ପୁଣି ମୋ ବସ୍ ଆତଙ୍କ । ମୋ ବସ୍ ଚକ ତଳେ ଚାଲିଗଲା ଜଣେ ମହିଳାଙ୍କ ଜୀବନ ଅନ୍ୟ । ଗତକାଲି ତମାଣ୍ଡୋ ଥାନାର ଓଭରବ୍ରିଜ ତଳେ…

Leave a Reply

Your email address will not be published. Required fields are marked *