
JSW ସହଯୋଗିତାରେ ପୋସ୍କେ ଷ୍ଟିଲ୍ ପାଣ୍ଟ ନେଇ MOU
- ରାଜ୍ୟ
- October 30, 2024
- No Comment
- 16
ଓଡ଼ିଶାରେ ପୋସ୍କୋ- JSW ମିଳିତ ଭାବେ ନିର୍ମାଣ କରିବେ ଷ୍ଟିଲ ପ୍ଲାଣ୍ଟ । ଏଠାରୁ ବାର୍ଷିକ ୫ ମିଲିୟନ ଟନ୍ ଷ୍ଟିଲ ଉତ୍ପାଦନ ହେବା ଲକ୍ଷ୍ୟ ରହିଛି । ପୂର୍ବରୁ ୨୦୦୫ରେ ଓଡ଼ିଶା ସରକାର ଓ ପୋସ୍କୋ ମଧ୍ୟରେ ଏମଓୟୁ ସ୍ବାକ୍ଷରିତ ହୋଇଥିଲା ।
ଏହି MOU ଅନୁସାରେ ଓଡ଼ିଶାରେ ୧୨ ମିଲିୟନ ଟନ ଉତ୍ପାଦନକ୍ଷମ ଷ୍ଟିଲ ପ୍ଲାଣ୍ଟ ନିର୍ମାଣ ହେବାର ଥିଲା । ଜଗତସିଂହପୁର ଜିଲ୍ଲାରେ ଏହି ପ୍ଲାଣ୍ଟ ନିର୍ମାଣ ପାଇଁ ସମସ୍ତ ପ୍ରକାର ଅନୁମତି ଲାଭ କରିଥିଲା ପୋସ୍କୋ । ଏଥିପାଇଁ ଭୂମିପୂଜନ ମଧ୍ୟ ସରିଥିଲା। କିନ୍ତୁ ଏହା ହୋଇନପାରିବାରୁ ୨୦୧୩ରେ ପ୍ରତ୍ୟାବର୍ତ୍ତନ କରିଥିଲା ପୋସ୍କୋ । ବର୍ତ୍ତମାନ ସେହି ସ୍ଥାନରେ JSWକୁ ଷ୍ଟିଲ ପ୍ଲାଣ୍ଟ କରିବାକୁ ଅନୁମତି ମିଳିଛି ।