
ବଜରଙ୍ଗ ପୁନିଆଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଲା NADA, ୪ ବର୍ଷ ପାଇଁ କଲା ସସପେଣ୍ଡ
- ଖେଳ ଖବର
- November 27, 2024
- No Comment
- 21
ପୁନିଆଙ୍କୁ ୪ ବର୍ଷ ପାଇଁ ସସପେଣ୍ଡ କଲା ଜାତୀୟ ଡୋପିଂ ନିରୋଧକ ଏଜେନ୍ସି (ନାଡା) । ଆଣ୍ଟି ଡୋପିଂ କୋଡ୍ ର ଉଲ୍ଲଙ୍ଘନ କରିଥିବା ଯୋଗୁ ନାଡା ତାଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଏହି ଅବଧି ସମୟରେ ସେ ବିଦେଶରେ ମଧ୍ୟ ଟ୍ରେନିଂ ନେଇପାରିବେ ନାହିଁ ।
ଜାତୀୟ ସ୍ତରରେ ରେସଲର ଚୟନ ବେଳେ ଡୋପିଂ ଟେଷ୍ଟକୁ ମନା କରିଥିଲେ ପୁନିଆ । ଗତ ମାର୍ଚ୍ଚ ୧୦ରେ ହୋଇଥିଲା ଚୟନ ପ୍ରକ୍ରିୟା । ସେତେବେଳେ ସେ ଡୋପିଂ ଟେଷ୍ଟକୁ ମନା କରିଥିଲେ । ଏଥିପାଇଁ ତାଙ୍କୁ ନାଡା ୪ ବର୍ଷ ପାଇଁ ସସ୍ପେଣ୍ଡ କରିଛି । ନିର୍ବାଚନ ପୂର୍ବରୁ ପୁନିଆ କଂଗ୍ରେସରେ ସାମିଲ ହୋଇଥିଲେ । ନାଡା କାର୍ଯ୍ୟାନୁଷ୍ଠାନ ଯୋଗୁ ବିଦେଶରେ ବି ଟ୍ରେନିଂ ନେଇପାରିବେନି ପୁନିଆ ।
ଗତ ଏପ୍ରିଲ ୨୩ରେ ଡୋପ ଟେଷ୍ଟ ଦେବାକୁ ବିଫଳ ହେବା ପରେ ପ୍ରଥମ ଥର ଲାଗି ପ୍ରାରମ୍ଭିକ ଭାବେ ତାଙ୍କୁ ସସପେଣ୍ଡ କରାଯାଇଥିଲା । ଯାହା ପରେ UWW ମଧ୍ୟ ତାଙ୍କୁ ନିଲମ୍ବିତ କରିଥିଲେ । ଏହା ପରେ ବଜରଙ୍ଗ ନିଲମ୍ବନ ବିରୋଧରେ ଆବେଦନ କରିଥିଲେ । ତେବେ NADA ର ଅନୁଶାସନାତ୍ମକ ଡୋପିଂ ପ୍ୟାନେଲ୍ (ADDP) ଏହାକୁ ମେ’ ୩୧ରେ ବାତିଲ କରିଦେଇଥିଲା । ତା’ପରେ ନାଡା ୨୩ ଜୁନ୍ରେ ବଜରଙ୍ଗଙ୍କୁ ନୋଟିସ୍ ଜାରି କରିଥିଲା ।
ସୂଚନାଯୋଗ୍ୟ, ୨୦୧୮ ଏସିଆନ୍ ଗେମ୍ସ, ୨୦୧୮ ଓ ୨୦୨୨ କମନୱେଲଥରେ ସ୍ବର୍ଣ୍ଣ ପଦକ ଜିତି ଦେଶ ପାଇଁ ଗୌରବ ଆଣିଥିଲେ ରେସଲର୍ ବଜରଙ୍ଗ ପୁନିଆ । ସେହିପରି ଟୋକିଓ ଅଲିମ୍ପିକ୍ସ ଗେମ୍ସରେ ସେ ଭାରତ ପାଇଁ ବ୍ରୋଞ୍ଜ ପଦକ ଜିତିଥିଲେ । ଗତ ନିର୍ବାଚନ ପୂର୍ବରୁ ରେସନଲର ଭିନେଶ ଫୋଗାଟ୍ଙ୍କ ସହ ବଜରଙ୍ଗ କଂଗ୍ରେସରେ ସାମିଲ ହୋଇଥିଲେ ।