
ନୂଆବର୍ଷ ପାଳିବେନି ନବୀନ ପଟ୍ଟନାୟକ
- ରାଜ୍ୟ
- January 1, 2025
- No Comment
- 13
ନୂଆବର୍ଷ ଉତ୍ସବ ପାଳିବେନି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ମନମୋହନ ସିଂହଙ୍କ ବିୟୋଗରେ ଚାଲିଥିବା ରାଷ୍ଟ୍ରୀୟ ଶୋକ ଓ ଅଦିନିଆ ବର୍ଷାରେ କ୍ଷତିଗ୍ରସ୍ତ ଚାଷୀଙ୍କ ଦୁଃଖରେ ସମବେଦନା ଜଣାଇ ନବୀନ ବୁଧବାର ନୂଆବର୍ଷ କାର୍ଯ୍ୟକ୍ରମରେ ସାମିଲ ହେବେ ନାହିଁ । ତେଣୁ ଅଭିନନ୍ଦନ ପାଇଁ କେହି ନବୀନ ନିବାସ ନ ଆସିବାକୁ ସେ ଅନୁରୋଧ କରିଛନ୍ତି ।