
ରାଜ୍ୟ ବାହାକୁ ଯିବ ଓମଫେଡ୍ ଘିଅ, ଚକୋଲେଟ ଓ ପାଣି ବୋତଲ
- ରାଜ୍ୟ
- December 8, 2024
- No Comment
- 23
ପୁରୀ ଜଗନ୍ନାଥ ମନ୍ଦିରରେ କେବଳ ଓମ୍ଫେଡ୍ ଘିଅ ଲାଗି ହେବା ପାଇଁ ନିଷ୍ପତ୍ତି ହେବା ପରଠାରୁ ଏହାର ବିକ୍ରି ବହୁ ଗୁଣରେ ବୃଦ୍ଧିପାଇଛି । ଏବେ ହାରାହାରି ମାସିକ ୧୩୫ ମେଟ୍ରିକ୍ ଟନ୍ ଓମ୍ଫେଡ୍ ଘିଅ ବିକ୍ରି ହେଉଛି । ଅର୍ଥାତ୍ ଦୈନିକ ହାରାହାରି ୪.୫ ମେଟ୍ରିକ୍ ଟନ୍ ଘିଅ ବିକ୍ରି ହେଉଛି ।
ଗତ ଅକ୍ଟୋବର ମାସରେ ୧୮୫.୬୩ ମେଟ୍ରିକ୍ ଟନ୍ ଘିଅ ବିକ୍ରି ହୋଇଥିବା ଓମ୍ଫେଡ୍ ପରିଚାଳନା ନିର୍ଦ୍ଦେଶକ ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି । ଓମ୍ଫେଡ୍ ଘିଅର ଚାହିଦା ହଠାତ୍ ବୃଦ୍ଧି ପାଇବାର ପ୍ରଥମ କାରଣ ହେଲା ଏହା ଏକ ସରକାରଙ୍କ ନିୟନ୍ତ୍ରଣାଧୀନ ସମବାୟ ସଂସ୍ଥା। ତେଣୁ ଏଥିରେ ଅପମିଶ୍ରଣ ହେବାର କୌଣସି ସମ୍ଭାବନା ନାହିଁ ।
ସେଥିପାଇଁ ଲୋକମାନଙ୍କର ଅତୁଟ ଭରସା ରହିଛି । ଦ୍ୱିତୀୟ କାରଣ ହେଲା ଓଡ଼ିଆ ଅସ୍ମିତା ସହ ଓମ୍ଫେଡ୍ ଜଡ଼ିତ । କାରଣ ଏଥିରେ ଓଡିଶାର ଲକ୍ଷ ଲକ୍ଷ ଦୁଗ୍ଧଚାଷୀଙ୍କ ସଂପୃକ୍ତି ରହିଛି । ସେମାନଙ୍କ ଦ୍ୱାରା ଓମ୍ଫେଡ୍କୁ ଦିଆଯାଉଥିବା ଖାଣ୍ଟି କ୍ଷୀରରୁ ଏହି ଗୁଆଘିଅ ପ୍ରସ୍ତୁତ ହେଉଛି ।
ଗତ ଅକ୍ଟୋବର ୨ ତାରିଖରୁ ପ୍ରଭୁ ଜଗନ୍ନାଥଙ୍କ ନିକଟରେ କେବଳ ଓମ୍ଫେଡ୍ ଘିଅ ହିଁ ଲାଗି ହେଉଛି । ଆବଶ୍ୟକ ହେଲେ ଓମ୍ଫେଡ୍ ଘିଅ ଉତ୍ପାଦନ କ୍ଷମତା ବୃଦ୍ଧି କରାଯିବ ବୋଲି କହିଛନ୍ତି ଶ୍ରୀ କୁଲାଙ୍ଗେ ।