ଡିସେମ୍ବର ୨୫ ରେ ଖାତାକୁ ଆସିବ ସୁଭଦ୍ରା ଟଙ୍କା

ଡିସେମ୍ବର ୨୫ ରେ ଖାତାକୁ ଆସିବ ସୁଭଦ୍ରା ଟଙ୍କା

ଡିସେମ୍ବର ୨୫ରେ ଖାତାକୁ ଆସିବ ‘ସୁଭଦ୍ରା’ ଟଙ୍କା ।  ମିଳିବ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା । ଚତୁର୍ଥ ପର୍ଯ୍ୟାୟ ଟଙ୍କା ପଠାଇବାକୁ ଯାଞ୍ଚ ପ୍ରକ୍ରିୟା ଜାରି ରହିଛି । ଡିସେମ୍ବର ୬ ସୁଦ୍ଧା ଯୋଗ୍ୟ ଓ ଅଯୋଗ୍ୟ ତାଲିକା ଆସିବ । ମହାନଗର ନିଗମ, ବ୍ଲକସ୍ତରରେ ତାଲିକା ପ୍ରକାଶ ପାଇବ । ପରବର୍ତ୍ତୀ ୭ ଦିନ ଆପତ୍ତି, ଅଭିଯୋଗ ଗ୍ରହଣ କରାଯିବ ।

ଯେଉଁ ଆବେଦନକାରୀଙ୍କର ଆବେଦନ ଗ୍ରହଣୀୟ ହୋଇପାରି ନାହିଁ, ସେନେଇ ଯାଞ୍ଚ ଚାଲିଛି ବୋଲି ସରକାର କହିଛନ୍ତି ।  ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଗଣମାଧ୍ୟମକୁ ଏହି ସୂଚନା ପ୍ରଦାନ କରାଯାଇଛି ।  ଡିସେମ୍ବର ୧ ସୁଦ୍ଧା ୧ କୋଟି ୫ ଲକ୍ଷ ୩୬ ହଜାର ଆବେଦନ ଗ୍ରହଣ ହୋଇଛି ।

ସେପ୍ଟେମ୍ବର ୧୭ରେ ଭୁବନେଶ୍ବରରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅକ୍ଟୋବର ୯ରେ ବାରିପଦାରେ ଦ୍ବିତୀୟ ପର୍ଯ୍ୟାୟ ଟଙ୍କା ପ୍ରଦାନ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସୁଭଦ୍ରା ଯୋଜନାରେ ହିତାଧିକାରୀଙ୍କୁ ଦୁଇଟି କିସ୍ତିରେ ବାର୍ଷିକ ୧୦ ହଜାର ଟଙ୍କା ୫ ବର୍ଷ ପାଇଁ ପ୍ରଦାନ କରାଯିବ ।

Related post

ସୁନ୍ଦରଗଡ଼ରେ ଆଜି ୨୦ଲକ୍ଷ ମହିଳା ପାଇବେ ସୁଭଦ୍ରା ଟଙ୍କା ।

ସୁନ୍ଦରଗଡ଼ରେ ଆଜି ୨୦ଲକ୍ଷ ମହିଳା ପାଇବେ ସୁଭଦ୍ରା ଟଙ୍କା ।

ସୁନ୍ଦରଗଡ଼ରେ ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା ପ୍ରଦାନ କରାଯିବ । ୨୦ଲକ୍ଷ ମହିଳା ପାଇବେ ସୁଭଦ୍ରା ଟଙ୍କା । ଏହାସହ ବାଦ ପଡିଥିବା ୨ଲକ୍ଷ ୬୭ ହଜାର…
ବିଜେପି ସରକାର ଙ୍କ ପ୍ରତିଶୃତି ବିଫଳ : ବିଜେଡି

ବିଜେପି ସରକାର ଙ୍କ ପ୍ରତିଶୃତି ବିଫଳ : ବିଜେଡି

ନିର୍ବାଚନ ପୂର୍ବରୁ ଯାହା ପ୍ରତିଶୃତି ଦେଇଥିଲେ ବିଜେପି ସରକାର ତାହା ପାଳନ କରିବାରେ ସଂପୂର୍ଣ୍ଣ ବିଫଳ ହୋଇଛି । ଦୁଇଟି କିସ୍ତିରେ ସୁଭଦ୍ରା ଯୋଜନାରେ ୫୦ ହଜାର ଟଙ୍କା…

Leave a Reply

Your email address will not be published. Required fields are marked *