
ଜାନୁଆରୀ ୩ରେ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ, ପୁଣି ଭିଜେଇବ ଓଡିଶା
- ରାଜ୍ୟ
- December 27, 2024
- No Comment
- 20
ଜାନୁଆରୀ ପ୍ରଥମ ସପ୍ତାହରେ ପୁଣି ଏକ ଲଘୁଚାପ । ଜାନୁଆରୀ ୩ରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ରହିଛି । ହେଲେ ୨୮ ରୁ ୩୧ ମଧ୍ୟରେ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର କିଛି ସ୍ଥାନରେ ପାଗ ଆଂଶିକ ମେଘୁଆ ରହିବ । ପଶ୍ଚିମା ଝଡ ପ୍ରଭାବ ବିଶେଷ ପଡିବାର ସମ୍ଭାବନା ନାହିଁ ।
କିନ୍ତୁ ପଶ୍ଚିମାଝଡ ପ୍ରଭାବରେ ୨୮ରେ ସୁନ୍ଦରଗଡ, ଝାରସୁଗୁଡା, ବରଗଡ଼, ନୂଆପଡା, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର କିଛି ଅଞ୍ଚଳରେ ବର୍ଷା ହୋଇପାରେ । ସେହିଭଳି ୨୯ରେ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର ଓ ସୁନ୍ଦରଗଡ଼ ଜିଲ୍ଲାର କିଛି ସ୍ଥାନରେ ବର୍ଷା ସମ୍ଭାବନା ରହିଛି ।
ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଲଗାଣ ବର୍ଷା ହୋଇଥିବା ବେଳେ କୋରାପୁଟରେ ରାତି ତାପମାତ୍ରା ୧୨.୪ ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି ଦାରିଙ୍ଗବାଡିରେ ୧୩.୫, ଖୋର୍ଦ୍ଧାରେ ୧୪.୫, କେନ୍ଦ୍ରାପଡାରେ ୧୪.୮ ଡିଗ୍ରୀ ଓ ଭୁବନେଶ୍ବରରେ ୧୮.୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।
ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାତି ତାପମାତ୍ରାରେ ବିଶେଷ ପରିବତ୍ତର୍ନ ସମ୍ଭାବନା ନାହିଁ । ତେବେ ଜାନୁଆରୀ ପହିଲା ବେଳକୁ ଅନେକ ଅଞ୍ଚଳରେ ରାତି ତାପମାତ୍ରା ୧୦ ଡିଗ୍ରୀ ତଳକୁ ଖସି ଆସିବାର ସମ୍ଭାବନା ରହିଛି ।